Deadly Waves Claim Three Lives: ବୁଲିବାକୁ ଯାଇଥିଲେ, ଫେରିଲେନି! ସମୁଦ୍ରରେ ବୁଡ଼ି ୩ ଆଇଟି ଇଞ୍ଜିନିୟରଙ୍କ ମୃତ୍ୟୁ

Nov 03, 2026 - 13:26
Deadly Waves Claim Three Lives: ବୁଲିବାକୁ ଯାଇଥିଲେ, ଫେରିଲେନି! ସମୁଦ୍ରରେ ବୁଡ଼ି ୩ ଆଇଟି ଇଞ୍ଜିନିୟରଙ୍କ ମୃତ୍ୟୁ

ସମୁଦ୍ର କୂଳରେ ବୁଲାବୁଲି କରିବାକୁ ଯାଇଥିଲେ, ହେଲେ ଫେରିଲେନି ଜୀବନ୍ତ।

ପ୍ରବଳ ଜୁଆର ଓ ଉଚ୍ଚ ଲହଡ଼ି ଛଡ଼ାଇନେଲା ୩ ଜଣଙ୍କ ଜୀବନ।

କର୍ଣ୍ଣାଟକର ଗୋକର୍ଣ୍ଣ ନିକଟସ୍ଥ ଦୁବ୍ବନଶଶି ବିଚ୍‌ରେ ଘଟିଛି ଏଭଳି ଦୁଃଖଦ ଘଟଣା।

ବେଙ୍ଗାଲୁରୁର ଏକ କମ୍ପାନୀରେ କାର୍ଯ୍ୟରତ ୩ ଜଣ ଇଞ୍ଜିନିୟର୍ ସମୁଦ୍ରରେ ବୁଡ଼ି ପ୍ରାଣ ହରାଇଛନ୍ତି।

ଉଦ୍ଧାରକାରୀ ଦଳ ତିନିଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି।

Advertisment ମୃତକମାନେ ହେଲେ ଝାଡ଼ଖଣ୍ଡର ୨୨ ବର୍ଷୀୟା ଶୋଭା ଦାସ ଦେବେନ୍ଦ୍ରନାଥ, ମହମ୍ମଦ ଆକ୍ରମ ଇସମାଇଲ ଅହମ୍ମଦ ଏବଂ ୨୪ ବର୍ଷୀୟ ବିଶ୍ୱ ଏକେ।

ଏହି ତିନିଜଣ ବେଙ୍ଗାଲୁରୁର ବେଲାନ୍ଦୁର ଅଞ୍ଚଳରେ କାର୍ଯ୍ୟାଳୟ ଥିବା ଏକ ଆଇଟି କମ୍ପାନୀର କର୍ମଚାରୀ ଥିଲେ।

ବୁଲିବାକୁ ଯାଇ ମୃତ୍ୟୁର ଜାଲରେ ଫସିଲେ!

ସୂଚନା ଅନୁସାରେ, କମ୍ପାନୀର ୧୬ ଜଣିଆ ଟିମ୍ ଶନିବାର ସନ୍ଧ୍ୟାରେ ଗୋକର୍ଣ୍ଣରେ ପହଞ୍ଚିଥିଲେ।

ସେମାନେ ସେଠାରେ ଏକ ଘରୋଇ ରିସର୍ଟରେ ରହୁଥିଲେ।

ରବିବାର ଦିନ ଟିମ୍‌ର ୫ ଜଣ ସଦସ୍ୟ ଦୁବ୍ବନଶଶି ବିଚ୍‌ରେ ସମୁଦ୍ର ପାଣିକୁ ଯାଇ ଖେଳୁଥିଲେ।

ହଠାତ୍ ଏକ ବଡ଼ ଲହଡ଼ି ଆସି ସେମାନଙ୍କୁ କୂଳଠାରୁ ଦୂରକୁ ଟାଣି ନେଇଥିଲା।

Advertisment ପାଣିରେ ଫସିଯାଇଥିବା କର୍ମଚାରୀମାନେ ଜୀବନ ବଞ୍ଚାଇବାକୁ ସଂଘର୍ଷ କରିଥିଲେ।

ଖବର ପାଇ ଲାଇଫ୍‌ଗାର୍ଡ ଏବଂ ସ୍ଥାନୀୟ ମତ୍ସ୍ୟଜୀବୀ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

ହେଲେ ସମସ୍ତଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା।

୨ ଜଣ ଉଦ୍ଧାର, ୩ ଜଣଙ୍କ ମୃତ୍ୟୁ ଏହି ଘଟଣାରେ ନିଶାନ୍ତ ଡିଭି ଏବଂ ମହମ୍ମଦ କାସିମଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।

ପରେ ସେମାନଙ୍କୁ ଚିକିତ୍ସା ପାଇଁ ଗୋକର୍ଣ୍ଣ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା।

ଅନ୍ୟପଟେ ଶୋଭା, ଆକ୍ରମ ଓ ବିଶ୍ୱଙ୍କ ଜୀବନ ରକ୍ଷା କରାଯାଇପାରିନଥିଲା।

ଘଟଣାକୁ ନେଇ ଗୋକର୍ଣ୍ଣ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସମୁଦ୍ରରେ ଗାଧୋଇବା ବେଳେ ଅସାବଧାନତା ଏବଂ ବଡ଼ ଲହଡ଼ି କେତେ ଭୟଙ୍କର ହୋଇପାରେ, ଏହି ଘଟଣା ପୁଣିଥରେ ସତର୍କ କରାଇଦେଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।