Delhi Air Pollution: ଦିଲ୍ଲୀରେ ବିଷାକ୍ତ ବାୟୁର ଆତଙ୍କ! ନିଶ୍ୱାସ ନେବା ବି ମୁସ୍କିଲ୍
ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ଥିତି ସାଂଘାତିକ୍ ।
ଆଜି ସକାଳୁ ରାଜଧାନୀର ଅନେକ ଅଞ୍ଚଳରେ ବାୟୁ ଗୁଣବତ୍ତା ସୂଚକାଙ୍କ AQI ୪୦୦ ଅତିକ୍ରମ କରିଛି।
ପଞ୍ଜାବୀ ବାଗରେ AQI ୪୫୨ ରେକର୍ଡ ହୋଇଥିବା ବେଳେ ୧୧ରୁ ଅଧିକ ଅଞ୍ଚଳରେ ପ୍ରଦୂଷଣ ସ୍ତର ୪୦୦ ଉପରେ ରହିଛି।
Advertisment ଦିଲ୍ଲୀର ଆରକେ ପୁରମ, ଦ୍ୱାରକା, ଆଇଆଇଟି ଦିଲ୍ଲୀ, ମଥୁରା ରୋଡ୍ ଓ ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ବାୟୁର ମାନ ଅତ୍ୟନ୍ତ ଖରାପ ରହିଛି।
ଚାରିଆଡ଼େ ବିଷାକ୍ତ ଧୂଆଁର ଆସ୍ତରଣ ଯୋଗୁଁ ଲୋକଙ୍କ ଜୀବନଯାପନ ପ୍ରଭାବିତ ହେଉଛି।
AQI ୪୦୦ରୁ ଅଧିକ ହେବା ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ।
ଏହାଦ୍ୱାରା ଶ୍ୱାସକ୍ରିୟାରେ ସମସ୍ୟା, କାଶ, ଆଖି ଜଳାପୋଡ଼ା ଓ ହୃଦ୍ ରୋଗ ସମ୍ବନ୍ଧୀୟ ସମସ୍ୟା ବଢ଼ିପାରେ।
ବିଶେଷକରି ଶିଶୁ, ବୟସ୍କ ଓ ଶ୍ୱାସରୋଗୀଙ୍କ ପାଇଁ ଏହା ଅଧିକ ବିପଦଜନକ।
Advertisment ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ବିଭିନ୍ନ ପଦକ୍ଷେପ ସତ୍ତ୍ୱେ ଦିଲ୍ଲୀର ବାୟୁ ଗୁଣବତ୍ତାରେ ଆଶାନୁରୂପ ସୁଧାର ଆସୁନାହିଁ।
ପ୍ରଦୂଷଣରୁ ରକ୍ଷା ପାଇବା ପାଇଁ ଅତ୍ୟାବଶ୍ୟକ ନହେଲେ ବାହାରକୁ ନଯିବା ଏବଂ ବାହାରକୁ ଗଲେ N95 ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଉଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।