DGP Binayatosh Mishra Reviews Security: ବାଲେଶ୍ୱରରେ DGP, ଆଇନଶୃଙ୍ଖଳା ଓ ଅପରାଧ ସ୍ଥିତିର କରିବେ ସମୀକ୍ଷା

Sep 12, 2026 - 15:17
DGP Binayatosh Mishra Reviews Security: ବାଲେଶ୍ୱରରେ DGP, ଆଇନଶୃଙ୍ଖଳା ଓ ଅପରାଧ ସ୍ଥିତିର କରିବେ ସମୀକ୍ଷା

ବାଲେଶ୍ୱରରେ ପହଞ୍ଚିଛନ୍ତି ପୋଲିସ ଡିଜି ବିନୟତୋଷ ମିଶ୍ର। ପୂର୍ବାଞ୍ଚଳ ରେଞ୍ଜରେ ଆଇନଶୃଙ୍ଖଳା ପରିସ୍ଥିତି, ଅପରାଧ ନିୟନ୍ତ୍ରଣ ଏବଂ ଆଗାମୀ ପାର୍ବଣକୁ ନେଇ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ହେବ।
DGPଙ୍କ ସହ ADG ଆଇନଶୃଙ୍ଖଳା ସଞ୍ଜୟ କୁମାର ଏବଂ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ମଧ୍ୟ ଉପସ୍ଥିତ ଅଛନ୍ତି। ଏହି ବୈଠକରେ ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାର ଆଇନଶୃଙ୍ଖଳା ସ୍ଥିତି ଏବଂ ଅପରାଧ ସମ୍ପର୍କିତ ବିଭିନ୍ନ ଦିଗ ଉପରେ ଆଲୋଚନା ହେବ।

ବିଶେଷକରି ଆଗାମୀ ପାର୍ବଣକୁ ଦୃଷ୍ଟିରେ ରଖି ତିନି ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କିଭଳି ଅଧିକ ସୁଦୃଢ଼ କରାଯିବ, ସେନେଇ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି।

ସମୀକ୍ଷା ବୈଠକରେ ପୂର୍ବାଞ୍ଚଳ ଡିଆଇଜି ପିନାକ ମିଶ୍ରଙ୍କ ସମେତ ତିନି ଜିଲ୍ଲାର ଏସ୍‌ପି ଉପସ୍ଥିତ ଅଛନ୍ତି। ଏହାଛଡ଼ା ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜର ବରିଷ୍ଠ ପୋଲିସ ଅଧିକାରୀମାନେ ମଧ୍ୟ ବୈଠକରେ ଯୋଗଦେବେ।
ତିନି ଜିଲ୍ଲାର ଅପରାଧ ସ୍ଥିତି, ଆଇନଶୃଙ୍ଖଳା ପରିଚାଳନା ଏବଂ ପାର୍ବଣ ସମୟରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ବରିଷ୍ଠ ଅଧିକାରୀମାନଙ୍କ ସହ DGP ବିସ୍ତୃତ ସମୀକ୍ଷା କରିବେ।

ବାଲେଶ୍ୱରରେ ପୋଲିସ ଡିଜି ବିନୟତୋଷ ମିଶ୍ର
ସାଙ୍ଗରେ ADG ସଞ୍ଜୟ କୁମାର ଓ ସୌମେନ୍ଦ୍ର ପ୍ରିୟଦର୍ଶୀ
ପୂର୍ବାଞ୍ଚଳ ରେଞ୍ଜ ୩ ଜିଲ୍ଲାର ଆଇନଶୃଙ୍ଖଳା ସମୀକ୍ଷା
ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ ଆଇନଶୃଙ୍ଖଳାର ସମୀକ୍ଷା
ପୂର୍ବାଞ୍ଚଳ ଡିଆଇଜି ପିନାକ ମିଶ୍ର ଓ ୩ ଏସ୍ ପି ଉପସ୍ଥିତ
୩ ଜିଲ୍ଲାର ବରିଷ୍ଠ ପୋଲିସ୍  ଅଧିକାରୀ ମଧ୍ୟ ଉପସ୍ଥିତ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।