Dog: କିମାଶ୍ଚର୍ଯ୍ୟମ୍: କୁକୁର ବାରିପାରେ ମଣିଷର ଶବ୍ଦ
ମଣିଷ କହୁଥିବା କଥା ବା ବାକ୍ୟରୁ କୁକୁରର ମସ୍ତିଷ୍କ ଅଲଗା ଅଲଗା ଶବ୍ଦ ବାରିପାରେ ବୋଲି ହଙ୍ଗେରିସ୍ଥିତ ‘ଇଓଟୋଭ୍ସ ଲୋରେଣ୍ଡ୍ ୟୁନିଭର୍ସିଟି’ରେ କରାଯାଇଥିବା ଗବେଷଣାରୁ ଜଣାପଡ଼ିଛି। ‘ସାଇନ୍ସ’ ଜର୍ଣ୍ଣାଲ୍ରେ ପ୍ରକାଶିତ ପ୍ରବନ୍ଧରୁ ଜଣାପଡ଼ିଛି ଯେ କେବଳ ମଣିଷ ଏଭଳି କରିପାରେ ବୋଲି ଆଗରୁ ଧାରଣା ଥିଲା। କାରଣ, ମଣିଷ ଓ ଭାଷା ମଧ୍ୟରେ ବିଶେଷ ସମ୍ପର୍କ ରହିଛି। ମଣିଷ ଭଳି ଜଟିଳ ଭାଷା ପ୍ରକ୍ରିୟାକରଣ ଦକ୍ଷତା ଅନ୍ୟ କୌଣସି ପ୍ରାଣୀର ନାହିଁ। ପୁଣି, ଭାଷାଗତ ବୈଶିଷ୍ଟ୍ୟ ବାରି ତାହାକୁ ବୁଝିବା ପାଇଁ ମଣିଷ ମସ୍ତିଷ୍କର ବିଶେଷ ଦକ୍ଷତା ରହିଛି। କିନ୍ତୁ, ବାକ୍ୟ ବା କଥାରୁ ଶବ୍ଦଗୁଡ଼ିକୁ ଅଲଗା ଅଲଗା କରି ବୁଝିବା ଶକ୍ତି ମଣିଷ ଛଡ଼ା ଅନ୍ୟ ପ୍ରାଣୀମାନଙ୍କର ବି ରହିଛି ବୋଲି ଏହି ଗବେଷଣାରୁ ଜଣାପଡ଼ିଛି।
Special campaign: ଅକ୍ଟୋବର ୨ରୁ ୩୧ ପର୍ଯ୍ୟନ୍ତ ସ୍ୱଚ୍ଛତା ଏବଂ ବକେୟା କାର୍ଯ୍ୟ ହ୍ରାସ ଉପରେ ଗୁରୁତ୍ୱ
ମଣିଷ କହୁଥିବା ବାକ୍ୟରୁ ଶବ୍ଦଗୁଡ଼ିକୁ ସ୍ବତନ୍ତ୍ର ଭାବେ ବାରିବା ପାଇଁ କିଛି ଜଟିଳ ଭାଷାଗତ ଦକ୍ଷତା ଦରକାର କି? ତାହା ପରୀକ୍ଷା କରିବା ପାଇଁ ଗବେଷକମାନେ ୨୦ ଜଣ ଲୋକ ଓ ସେମାନଙ୍କ ସାଥିରେ ରହୁଥିବା ୨୦ଟି କୁକୁରଙ୍କ ମସ୍ତିଷ୍କ ପ୍ରତିକ୍ରିୟାର ତୁଳନା କରିଥିଲେ। ମଣିଷ ଓ କୁକୁରମାନଙ୍କ ମସ୍ତିଷ୍କ କାର୍ଯ୍ୟକଳାପ ଆକଳନ କରିବା ଲାଗି ସେମାନେ ଇଲେକ୍ଟ୍ରୋଏନ୍ସିଫାଲୋଗ୍ରାଫି ବ୍ୟବହାର କରିଥିଲେ। ଜଣାପଡ଼ିଲା ଯେ ମଣିଷ ଓ କୁକୁରମାନଙ୍କ ମସ୍ତିଷ୍କ ବାକ୍ୟରେ ଥିବା ଶବ୍ଦଗୁଡ଼ିକର ଛନ୍ଦକୁ ଧରିପାରୁଛନ୍ତି।
Meeting: ଅପରାଧ ରୋକିବା ପାଇଁ ଜନତାଙ୍କ ସହଯୋଗ ଲୋଡ଼ିବା ଏକ ପ୍ରଭାବଶାଳୀ ପଦକ୍ଷେପ: ପୁଲିସ
ମଣିଷଠାରୁ ଅଲଗା ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ ହୋଇଥିଲେ ବି କୁକୁର ନିୟମିତ ମଣିଷ ଭାଷା ଶୁଣିବା ଦ୍ବାରା ତା’ ମସ୍ତିଷ୍କ ଉପରେ ପ୍ରଭାବ ପଡୁଛି। ତେଣୁ, ସେ ମଣିଷ କହୁଥିବା ବାକ୍ୟରୁ ଶବ୍ଦଗୁଡ଼ିକର ଭିନ୍ନତା ଠଉରାଇ ନେଇପାରୁଛି। ଶବ୍ଦ ସବୁ ସ୍ବରବର୍ଣ୍ଣ ଓ ବ୍ୟଞ୍ଜନବର୍ଣ୍ଣ ଦ୍ବାରା ଗଠିତ। ସ୍ବରବର୍ଣ୍ଣ ସ୍ପଷ୍ଟ ଶୁଭେ, କିନ୍ତୁ ବ୍ୟଞ୍ଜନବର୍ଣ୍ଣ ଶବ୍ଦ ଗଠନରେ ସହାୟକ ହୋଇଥାଏ। ତେଣୁ, ଶିଶୁ ଅବସ୍ଥାରୁ ମଣିଷ ମସ୍ତିଷ୍କରେ ସ୍ବରବର୍ଣ୍ଣ ସହାୟତାରେ ଅନର୍ଗଳ କଥା କହିବା ଦକ୍ଷତା ଆସିଥାଏ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।