Durga puja: ୭୨ ଦେବୀପୀଠକୁ ଯିବ ଦଶହରା ନିମନ୍ତ୍ରଣ; ଆଜ୍ଞାମାଳ ଗ୍ରହଣ କଲେ ଦଶହରା ପୂଜା କମିଟି ଅଧ୍ୟକ୍ଷ
"ଜୟପୁର (ଦେବାଶିଷ ସାହୁ): ଜୟପୁରର ଐତିହାସିକ ଦଶହରା ପୂଜା ପାଇଁ ଚଳଚଞ୍ଚଳ ହୋଇଉଠିଛି ଅଧିଷ୍ଠାତ୍ରୀ ଦେବୀ ମା" ଭଗବତୀଙ୍କ ପୀଠ।
ମା" ଭଗବତୀ ମନ୍ଦିରରେ ଶନିବାର ଠାରୁ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇଛି।
ମୂଳାଷ୍ଟମୀ ଅବସରରେ ମନ୍ଦିର ପରିସରରେ ସହସ୍ର କୁମ୍ଭାଭିଷେକ ସହ ବିଶେଷ ପୂଜାର୍ଚ୍ଚନା ଓ ଆଳତୀ ଅନୁଷ୍ଠିତ ହୋଇଥିଲା।
ପୂଜକ ଧୀରେନ୍ଦ୍ର ରଥ ବିଧିବିଧାନ ଅନୁଯାୟୀ ମା"ଙ୍କ ପୂଜାର୍ଚ୍ଚନା ଓ ଆଳତୀ କରିବା ପରେ ଦେବୀଙ୍କ ଆଜ୍ଞାମାଳ ଜୟପୁର ଦଶହରା ପୂଜା କମିଟିର ଅଧ୍ୟକ୍ଷ ତାରାପ୍ରସାଦ ବାହିନୀପତି ଓ ମିନାକ୍ଷୀ ବାହିନୀପତିଙ୍କୁ ପ୍ରଦାନ କରିଥିଲେ।
ପୂଜା କମିଟି ଅଧ୍ୟକ୍ଷ ଶ୍ରୀ ବାହିନୀପତି ମା"ଙ୍କ ଆଜ୍ଞାମାଳ ଗ୍ରହଣ କରିଥିଲେ।
Advertisment ଏହି ଅବସରରେ ଅଧିଷ୍ଠାତ୍ରୀ ଦେବୀ ମା" ଦକ୍ଷିଣକାଳୀକାଙ୍କ ମନ୍ଦିରରେ ମଧ୍ୟ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇଛି।
ମୂଳାଷ୍ଟମୀଠାରୁ ମା" ଭଗବତୀଙ୍କ ପୀଠରୁ ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ଦେବୀପୀଠକୁ ଐତିହାସିକ ଦଶହରାରେ ଯୋଗଦେବା ପାଇଁ ନିମନ୍ତ୍ରଣ ପର୍ବ ଆରମ୍ଭ ହୋଇଛି।
ଅମାବାସ୍ୟା ପରେ ଅବିଭକ୍ତ କୋରାପୁଟ ଜିଲ୍ଲାର ୭୨ଟି ଦେବୀପୀଠ ଓ ସେବାୟତଙ୍କୁ ଦଶହରା ପର୍ବରେ ଯୋଗଦେବା ପାଇଁ ଔପଚାରିକ ଭାବେ ନିମନ୍ତ୍ରଣ ପ୍ରଦାନ କରାଯିବ।
ନିମନ୍ତ୍ରଣ ପାଇବା ପରେ ବିଭିନ୍ନ ଦେବୀପୀଠରୁ ଦେବୀଙ୍କ ପ୍ରତୀକ ଲାଠି, ଖଡ୍ଗ, ଛତ୍ର ଓ ବିମାନକୁ ଭକ୍ତମାନେ କାନ୍ଧରେ ବୋହି ଚାଲିଚାଲି ଜୟପୁରରେ ଦଶମୀ ତିଥିରେ ପହଞ୍ଚିଥା"ନ୍ତି।
Palashuni Durga Puja Committee: ପଳାଶୁଣି ଦୁର୍ଗାପୂଜା ସମିତି: ରାଜସ୍ଥାନ ହାଵାମହଲ ତୋରଣରେ ବିରାଜିବେ ମା" ଏହି ଲାଠିଧାରୀମାନଙ୍କୁ ଦଶହରା ପଡ଼ିଆରେ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥାଏ।
ଏହି ପରମ୍ପରା ଜୟପୁରର ଐତିହାସିକ ଦଶହରା ପର୍ବର ଏକ ପ୍ରମୁଖ ଆକର୍ଷଣ ଭାବେ ପରିଗଣିତ ହୁଏ।
ଆଜ୍ଞାମାଳ ପ୍ରଦାନ ଉତ୍ସବରେ ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ତହସିଲଦାର ସବ୍ୟସାଚ୍ଚୀ ଜେନା, ଦେବୋତ୍ତର ବିଭାଗ ଉପଦେଷ୍ଟା କମିଟି ସଭାପତି ଦେବେନ୍ଦ୍ର ବାହିନୀପତି, ତ୍ରିନାଥ ସିଂ ଲାଲ, କମିଟି ସଭ୍ୟ ଲିଙ୍ଗରାଜ ନିଶଙ୍କ, ସିଦ୍ଧେଶ୍ୱର ଦାସ ପରିଚ୍ଛା, ପୂଜକ ଡମ୍ବରୁ ପଣ୍ଡା, ଜଗନ୍ନାଥ ତ୍ରିପାଠୀଙ୍କ ସମେତ ବହୁ ଭକ୍ତ ଉପସ୍ଥିତ ଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।