Earthquake: ପାନାମାରେ ୭.୭ ତୀବ୍ରତାର ଭୂମିକମ୍ପ; ଭୁଶୁଡ଼ିଲା ଘର
ପାନାମା ସିଟି: ମଧ୍ୟ ଆମେରିକୀୟ ଦେଶ ‘ପାନାମା’ରେ ଶୁକ୍ରବାର ଦିନ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ପ୍ରଥମେ ୭.୭ ତୀବ୍ରତାର ଭୂମିକମ୍ପ ଆସିଥିଲା, ଯାହା ଦ୍ବାରା ଅନେକ ଘର ଭୁଶୁଡ଼ି ଯାଇଥିଲା। ଏହି ଘଟଣାର ଅଳ୍ପ ସମୟ ପରେ ପୁଣି ଥରେ ରିକ୍ଟର ସ୍କେଲରେ ୬.୬ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ଲଗାତାର ୨ଥର ଭୂମିକମ୍ପ ହେବା ଦ୍ବାରା ଲୋକେ ଭୟଭୀତ ହୋଇଯାଇଥିଲେ। ଲୋକେ ଘର ବାହାରକୁ ଚାଲି ଯାଇଥିଲେ। ସୁରକ୍ଷିତ ଆଶ୍ରୟ ଖୋଜିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।