ED Now Probes ₹122 Crore Financial Transactions: ଅଧିକ ସୁଧ ଲୋଭ ଦେଖାଇ ହଜାର ହଜାର ଲୋକଙ୍କୁ ଠକେଇ ଅଭିଯୋଗ, ଓଡ଼ିଶାରୁ ବଙ୍ଗଳା ଯାଏଁ ED ରେଡ୍
ଅଧିକ ସୁଧ ମିଳିବ, ଟଙ୍କା ନିବେଶ କଲେ ମୋଟା ଅଙ୍କର ଲାଭ ମିଳିବ!
ଏମିତି ଲୋଭନୀୟ ପ୍ରତିଶ୍ରୁତି ଦେଇ ଓଡ଼ିଶା ଓ ପଶ୍ଚିମବଙ୍ଗର ହଜାର ହଜାର ଲୋକଙ୍କୁ ଠକେଇ ଅଭିଯୋଗ।
ଏହି ବଡ଼ ଧରଣର ଆର୍ଥିକ ଠକେଇ ମାମଲାରେ ଏବେ ଆକ୍ସନ ମୋଡ୍କୁ ଆସିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)।
କଳ୍ପନା ଫାଇନାନ୍ସିଆଲ୍ ସର୍ଭିସେସ୍ ନାମରେ ହୋଇଥିବା ପ୍ରାୟ ୧୨୨ କୋଟି ଟଙ୍କାର ଆର୍ଥିକ କାରବାର ଓ ଠକେଇ ଅଭିଯୋଗରେ ଓଡ଼ିଶା ଓ ପଶ୍ଚିମବଙ୍ଗର ପ୍ରାୟ ୧୦ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି।
Advertisment ସୂଚନା ଅନୁସାରେ, ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ଉଦଳା, କଟକ, ଭୁବନେଶ୍ୱର ଓ ଅନୁଗୁଳର ୮ଟି ସ୍ଥାନରେ ଇଡି ଚଢ଼ାଉ କରୁଛି।
ସେହିପରି ପଶ୍ଚିମବଙ୍ଗର ବାଙ୍କୁରା ଓ କୋଲକାତାରେ ମଧ୍ୟ ରେଡ୍ ଜାରି ରହିଛି।
ମୟୂରଭଞ୍ଜର ବିଶୋଳ ଗାଁରେ ଇଡିର ତିନି ଜଣିଆ ଟିମ୍ ଦୁଇ ଜଣ ବ୍ୟାଙ୍କ ଅଧିକାରୀ ଓ ପୋଲିସ କର୍ମଚାରୀଙ୍କ ସହ ପହଞ୍ଚି ଯାଞ୍ଚ କରୁଛନ୍ତି।
କଳ୍ପନା ଫାଇନାନ୍ସ ସର୍ଭିସେସ୍ର ଓଡ଼ିଶା ମୁଖ୍ୟ ଈଶ୍ୱର ବିନ୍ଧାଣୀଙ୍କ ଘରେ ମଧ୍ୟ ଚଢ଼ାଉ ହୋଇଛି।
ଅଧିକ ସୁଧ ଲୋଭ ଦେଖାଇ ଠକେଇ ଅଭିଯୋଗ ଅଭିଯୋଗ ଅନୁସାରେ, କଳ୍ପନା ଫାଇନାନ୍ସିଆଲ୍ ସର୍ଭିସେସ୍ ନାମରେ ଲୋକଙ୍କୁ ଅଧିକ ସୁଧ ଓ ସେୟାର ଟ୍ରେଡିଂରେ ଭଲ ରିଟର୍ଣ୍ଣ ମିଳିବାର ପ୍ରଲୋଭନ ଦେଖାଯାଉଥିଲା।
ନିବେଶକଙ୍କ ବିଶ୍ୱାସ ଜିତିବା ପାଇଁ ଚୁକ୍ତିନାମା ସହ ପୋଷ୍ଟ ଡେଟେଡ୍ ଚେକ୍ ମଧ୍ୟ ଦିଆଯାଉଥିଲା।
ଆରମ୍ଭରେ କିଛି ନିବେଶକଙ୍କୁ ଲାଭାଂଶ ଫେରସ୍ତ କରାଯାଇଥିଲା।
ଏହାଦ୍ୱାରା ଲୋକଙ୍କ ବିଶ୍ୱାସ ବଢ଼ିବା ପରେ ଅଧିକ ଟଙ୍କା ସଂଗ୍ରହ କରାଯାଇଥିବା ଅଭିଯୋଗ ହୋଇଛି।
ପରବର୍ତ୍ତୀ ସମୟରେ ଟଙ୍କା ଫେରସ୍ତ ନକରି ଅଭିଯୁକ୍ତ ଫେରାର ହୋଇଯାଇଥିବା ଅଭିଯୋଗ ରହିଛି।
Advertisment ହୋଟେଲରେ ବୈଠକ କରି ନିବେଶକଙ୍କୁ ଆକର୍ଷଣ ସାଧାରଣ ନିବେଶକଙ୍କୁ ନିଜ ଜାଲରେ ଫସାଇବା ପାଇଁ ଅମିତ ମଣ୍ଡଳ ଓଡ଼ିଶାରେ ଥିବା ଏଜେଣ୍ଟମାନଙ୍କ ସହ ମିଶି ଅନୁଗୁଳ ଓ ଭୁବନେଶ୍ୱରର ବିଭିନ୍ନ ହୋଟେଲରେ ବୈଠକ କରୁଥିବା ତଦନ୍ତରୁ ଜଣାପଡ଼ିଛି।
ନିବେଶକଙ୍କଠାରୁ ଟଙ୍କା ସଂଗ୍ରହ ପାଇଁ ଅଭିଯୁକ୍ତ ନିଜର ICICI ଓ HDFC ବ୍ୟାଙ୍କର ବ୍ୟକ୍ତିଗତ ଖାତା ବ୍ୟବହାର କରୁଥିବା ଅଭିଯୋଗ ରହିଛି।
ଏହା ସହ କଳ୍ପାମିଟ୍ କନସଲଟାନ୍ସି ପ୍ରାଇଭେଟ୍ ଲିମିଟେଡ୍ର ବ୍ୟାଙ୍କ ଖାତା ଏବଂ କିଛି ସହଯୋଗୀଙ୍କ ବ୍ୟକ୍ତିଗତ ଖାତା ଜରିଆରେ ମଧ୍ୟ ଟଙ୍କା କାରବାର ହୋଇଥିବା ଜଣାପଡ଼ିଛି।
ଜାନୁଆରୀରେ ଗିରଫ ହୋଇଥିଲା ମୁଖ୍ୟ ଅଭିଯୁକ୍ତ ଏହି ମାମଲାରେ ଚଳିତ ବର୍ଷ ଜାନୁଆରୀ ୩ ତାରିଖରେ ପଶ୍ଚିମବଙ୍ଗରୁ କଳ୍ପନା ଫାଇନାନ୍ସିଆଲ୍ ସର୍ଭିସେସ୍ର ମୁଖ୍ୟ ଅମିତ ମଣ୍ଡଳକୁ ଓଡ଼ିଶା କ୍ରାଇମବ୍ରାଞ୍ଚର EOW ଗିରଫ କରିଥିଲା।
ପରେ ମାମଲାର ତଦନ୍ତ ଇଡି ହାତକୁ ଯାଇଥିଲା।
ତଦନ୍ତ ବେଳେ ଅଭିଯୁକ୍ତର ICICI ବ୍ୟାଙ୍କ ଖାତାରେ ପ୍ରାୟ ୧୨୨ କୋଟି ଟଙ୍କାର ଆର୍ଥିକ କାରବାର ହୋଇଥିବା ଜଣାପଡ଼ିଛି।
ଏହି ସଂସ୍ଥାର ବାସ୍ତବ ଅସ୍ତିତ୍ୱ ନଥିବା ମଧ୍ୟ ତଦନ୍ତରୁ ଜଣାପଡ଼ିଥିବା ସୂଚନା ମିଳିଛି।
ତେବେ ଏହି ଟଙ୍କା କେଉଁଠିକୁ ଯାଇଛି, ଆଉ କେଉଁମାନେ ଏହି ଠକେଇରେ ସାମିଲ ଅଛନ୍ତି ଏବଂ ନିବେଶକଙ୍କ ଟଙ୍କା ଫେରିପାରିବ କି ନାହିଁ, ଏବେ ତାହା ଉପରେ ତଦନ୍ତକାରୀ ସଂସ୍ଥାର ନଜର ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।