27 SEPTEMBER 2026

Welcome!

Unlock your personalized experience.
Sign Up

Election Case: ନିର୍ବାଚନୀ ମାମଲା: ବୌଦ୍ଧ ବିଧାୟକଙ୍କ ବିରୋଧରେ ୱାରେଣ୍ଟ

Sep 27, 2026 - 06:10
Election Case: ନିର୍ବାଚନୀ ମାମଲା: ବୌଦ୍ଧ ବିଧାୟକଙ୍କ ବିରୋଧରେ ୱାରେଣ୍ଟ

ବୌଦ୍ଧ: ଏକ ନିର୍ବାଚନୀ ମାମଲାରେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନଙ୍କ ବିରୋଧରେ ବୌଦ୍ଧ ଏସ୍‌ଡିଜେଏମ୍‌ଙ୍କ କୋର୍ଟ ପକ୍ଷରୁ ୱାରେଣ୍ଟ ଜାରି ହୋଇଛି। ଗତ ସାଧାରଣ ନିର୍ବାଚନରେ ଶ୍ରୀ ପ୍ରଧାନ ଦାଖଲ କରିଥିବା ସତ୍ୟପାଠରେ ଭୁଲ୍‌ ତଥ୍ୟ ଦେଇଥିବା ନେଇ ବୌଦ୍ଧର ପୂର୍ବତନ ବିଧାୟକ ପ୍ରଦୀପ କୁମାର ଅମାତ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଏକ ମାମଲା ରୁଜୁ କରିଥିଲେ। କୋର୍ଟ ଏହାକୁ ବିଚାରକୁ ନେଇ ପ୍ରତିପକ୍ଷଙ୍କୁ କୋର୍ଟରେ ହାଜର ହୋଇ ପକ୍ଷ ରଖିବା ପାଇଁ ନୋଟିସ୍ ଜାରି କରିଥିଲେ।

Flood in Odisha: ବନ୍ୟା କ୍ଷତିଗ୍ରସ୍ତ ଅଂଚଳ ପରିଦର୍ଶନ କଲେ ବିଧାୟକ

ଏହା ବିରୋଧରେ ବିଧାୟକ ଶ୍ରୀ ପ୍ରଧାନ ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲେ। ଉଚ୍ଚ ନ୍ୟାୟାଳୟ ତାଙ୍କୁ ୧୨ ସପ୍ତାହର ମହଲତ ଦେଇଥିଲେ। ହେଲେ ଏହି ସମୟସୀମା ସରିବା ପରେ ମଧ୍ୟ ବିଧାୟକ ଶ୍ରୀ ପ୍ରଧାନ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ବାରମ୍ବାର ସମୟ ନେଇ ହାଜର ନହେବା ଯୋଗୁଁ ଗତ ୨୫ ତାରିଖରେ ଅଦାଲତ ତାଙ୍କ ବିପକ୍ଷରେ ୱାରେଣ୍ଟ ଜାରି କରିଥିବା ନେଇ ଶ୍ରୀ ଅମାତଙ୍କ ପକ୍ଷରୁ ମକଦ୍ଦମା ପରିଚାଳନା କରୁଥିବା ଓକିଲ ଅଶୋକ କୁମାର ସାହୁ ସୂଚନା ଦେଇଛନ୍ତି। 

Weekly Horoscope 2026 September 27 to October 03: ଜାଣନ୍ତୁ ଏ ସପ୍ତାହର ରାଶିଫଳ...

ଏ ସଂପର୍କରେ ବିଧାୟକ ସରୋଜ କୁମାର ପ୍ରଧାନଙ୍କ ସହ ଯୋଗାଯୋଗ କରାଯାଇଥିଲା। ସେ କହିଥିଲେ ଯେ ‘ବର୍ତ୍ତମାନ ବିଧାନସଭା ଚାଲିଛି। ଏପର୍ଯ୍ୟନ୍ତ ସେ କୋର୍ଟଙ୍କ ନିର୍ଦ୍ଦେଶ ସମ୍ପର୍କରେ ଅବଗତ ନାହାନ୍ତି। ତେବେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁସାରେ, କୌଣସି ବିଧାୟକ ବା ସାଂସଦଙ୍କ ବିରୋଧରେ ସମ୍ପୃକ୍ତ ଜିଲ୍ଲାରେ ଥିବା କୋର୍ଟରେ ମକଦ୍ଦମା ପରିଚାଳିତ ହୋଇପାରିବ ନାହିଁ। ଏଥିପାଇଁ ସ୍ବତନ୍ତ୍ର ଏମ୍‌ଏଲ୍‌ଏ/ଏମ୍‌ପି କୋର୍ଟ ଧାର୍ଯ୍ୟ ହୋଇଛି। ବୌଦ୍ଧଜିଲ୍ଲା ପାଇଁ ଅନୁଗୋଳ ସ୍ଥିର ହୋଇଛି। ତେଣୁ ତାଙ୍କ ବିରୋଧରେ ବୌଦ୍ଧ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହୋଇଥିବା ମାମଲାକୁ ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଚ୍ୟାଲେଞ୍ଜ କରିଛନ୍ତି। ଉଚ୍ଚ ନ୍ୟାୟାଳୟ ପକ୍ଷରୁ ୧୨ ସପ୍ତାହର ସ୍ଥଗିତାଦେଶ ଦିଆଯାଇଥିଲା। ପରବର୍ତ୍ତୀ ଶୁଣାଣି ପରେ ଉଚ୍ଚ ନ୍ୟାୟାଳୟଙ୍କ ଯାହା ନିର୍ଦ୍ଦେଶ ରହିବ, ତାହା ସେ ପାଳନ କରିବେ।’

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।