ବୌଦ୍ଧରେ ମାମୁଁ-ଭଣଜାଙ୍କ ଉପରେ ଗୁଳିମାଡ଼, ଜଙ୍ଘରେ ଗୁଳି ବାଜି ମାମୁଁ ଆହତ; ପୂର୍ବ ଶତ୍ରୁତା ସନ୍ଦେହ

Sep 29, 2026 - 16:31
ବୌଦ୍ଧରେ ମାମୁଁ-ଭଣଜାଙ୍କ ଉପରେ ଗୁଳିମାଡ଼, ଜଙ୍ଘରେ ଗୁଳି ବାଜି ମାମୁଁ ଆହତ; ପୂର୍ବ ଶତ୍ରୁତା ସନ୍ଦେହ

ନନ୍ଦିଘୋଷ ବ୍ୟୁରୋ :  ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଲମ୍ଵସରି ପଞ୍ଚାୟତର ସାନଝାରମୁଣ୍ଡା ମେଟାକାନି ଛକରେ ଗୁଳିକାଣ୍ଡ l ବିଳମ୍ବିତ ରାତିରେ ଔଷଧ କିଣିବା ପାଇଁ ବଡଝାରମୁଣ୍ଡା ଗାଁରୁ ପଲସାଗୋରାକୁ ବାଇକ ଯୋଗେ ମାମୁଁ ଭଣଜା ଆସୁଥିବାବେଳେ ଗୁଳିମାଡ଼। ଜଣେ ଦୁର୍ବୁତ୍ତ ଗୁଳି କରିଥିବା ବେଳେ ମାମୁଁ ଲବ କହଁରଙ୍କ ଜଙ୍ଘରେ ବାଜିଛି ଗୁଳି। ଆହତ ଲବଙ୍କୁ କଣ୍ଟାମାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଶୁ ଚିକିତ୍ସା କରି ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରେଫର୍ କରାଯାଇଛି। ପୂର୍ବ ଶତ୍ରୁତାକୁ ନେଇ ଫାଇରିଂ ହୋଇଥିବା ସନ୍ଦେହ କରାଯାଉଛି। କଣ୍ଟାମାଳ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।