ଭିଜିଲାନ୍ସ ଜାଲରେ ସରକାରୀ ବାବୁ
ନନ୍ଦିଘୋଷ ବ୍ୟୁରୋ : ଭିଜିଲାନ୍ସ ଜାଲରେ ସରକାରୀ ବାବୁ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଫାକ୍ଟରିଜ ଆଣ୍ଡ ବଏଲର୍ସ ସହକାରୀ ନିର୍ଦ୍ଦେଶକଙ୍କ ୭ ଠିକଣା ଉପରେ ଭିଜିଲାନ୍ସ ରେଡ। ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କ ବିଭିନ୍ନ ଠିକଣାରେ ଥିବା ୭ଟି ସ୍ଥାନରେ ରେଡ ହୋଇଛି। ରେଡରେ ସାମିଲ ଅଛନ୍ତି ୮ ଡିଏସପି, ୧୧ ଇନ୍ସପେକ୍ଟର, ୧୧ ଏଏସଆଇ। ସମ୍ବଲପୁର, ଭୁବନେଶ୍ବର, ପୁରୀ ଓ ଖୋର୍ଦ୍ଧାର ୭ଟି ସ୍ଥାନ ଉପରେ ହୋଇଛି ରେଡ। ସମ୍ବଲପୁର ଧନସୁକୁଡାସ୍ଥିତ ସନସିଟି ଆପାର୍ଟମେଣ୍ଟ, ଭୁବନେଶ୍ବର ନନ୍ଦନକାନ ରୋଡରେ ନନ୍ଦନ ବିହାରସ୍ଥିତ ଏକ ଡ୍ୟୁପ୍ଲେକ୍ସ, ଜଟଣୀ ନିକଟସ୍ଥ ବରକୁଦାସ୍ଥିତ ଏକ କୋଠା, ପୁରୀ ବାଲିଗୁଆଳିସ୍ଥିତ ତୋଟା ବେହେରାସାହିର ଏକ ତିନିମହଲା କୋଠାରେ ରେଡ ହୋଇଛି। ଖୋର୍ଦ୍ଧା ବାଲୁଗାଁସ୍ଥିତ ସୁଭାଷ ମାର୍ଗରେ ଏକ ୨ ମହଲା କୋଠା, ବାଲୁଗାଁ ଅଶୋକ ନଗରରେ ଥିବା ୨ ମହଲା କୋଠା, ସମ୍ବଲପୁରସ୍ଥିତ ଫାକ୍ଟରିଜ ଆଣ୍ଡ ବଏଲର୍ସ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ବି ରେଡ ହୋଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।