Encounter: ୨୦ ବର୍ଷ ଧରି ଫେରାର୍‌ ଟିଏସ୍‌ପିସି କମାଣ୍ଡର ବ୍ରଜେଶ ଗଞ୍ଜୁ ଏନ୍‌କାଉଣ୍ଟରରେ ନିହତ

Sep 20, 2026 - 21:37
Encounter: ୨୦ ବର୍ଷ ଧରି ଫେରାର୍‌ ଟିଏସ୍‌ପିସି କମାଣ୍ଡର ବ୍ରଜେଶ ଗଞ୍ଜୁ ଏନ୍‌କାଉଣ୍ଟରରେ ନିହତ

"ବାରାଣସୀ: ପ୍ରାୟ ୨୦ ବର୍ଷ ଧରି ପୁଲିସକୁ ଚକ୍‌ମା ଦେଇ ଫେରାର୍‌ ଥିବା ଝାଡ଼ଖଣ୍ଡର ନିଷିଦ୍ଧ ନକ୍ସଲ ସଂଗଠନ ତୃତୀୟ ସମ୍ମେଳନ ପ୍ରସ୍ତୁତି କମିଟି (ଟିଏସ୍‌ପିସି)ର ଶୀର୍ଷ କମାଣ୍ଡର ବ୍ରଜେଶ ଗଞ୍ଜୁ ଓରଫ୍‌ ଗୋପାଳ ସିଂହ ଭୋକ୍ତା ରବିବାର ଉତ୍ତରପ୍ରଦେଶର ବାରାଣସୀରେ ଏନ୍‌କାଉଣ୍ଟରରେ ନିହତ ହୋଇଛି।

ତା" ବିରୋଧରେ ହତ୍ୟା, ଅପହରଣ, ବଟି ଆଦାୟ, ପୁଲିସ ଉପରେ ଆକ୍ରମଣ ଏବଂ ବେଆଇନ ଅସ୍ତ୍ର ଓ ବିସ୍ଫୋରକ ରଖିବା ଭଳି ୫୦ରୁ ଅଧିକ ମାମଲା ଥିଲା।

ତା" ମୁଣ୍ଡ ଉପରେ ମୋଟ ୩୦ ଲକ୍ଷ ଟଙ୍କା ପୁରସ୍କାର ଥିଲା।Advertisment ଆହୁରି ପଢନ୍ତୁ: Iran: ଇରାନ ଯୁଦ୍ଧରେ ଆମେରିକାର ଖର୍ଚ୍ଚ ୪୫.୧ ବିଲିୟନ ଡଲାର, କଂଗ୍ରେସକୁ ପେଣ୍ଟାଗନ୍‌ର ସୂଚନା ଉତ୍ତରପ୍ରଦେଶ ଆତଙ୍କବାଦ ନିରୋଧୀ ସ୍କ୍ୱାଡ୍‌ (ଏଟିଏସ୍‌)କୁ ବ୍ରଜେଶ ବାରାଣସୀରେ ଥିବା ନେଇ ଗୁପ୍ତ ସୂଚନା ମିଳିଥିଲା।

ରବିବାର ଭୋର ପ୍ରାୟ ୫ଟାରେ ରାମନଗର ଅଞ୍ଚଳରେ ଏଟିଏସ୍‌ ତାକୁ ଧରିବାକୁ ଉଦ୍ୟମ କରିଥିଲା।

ପୁଲିସର କହିବା ଅନୁସାରେ, ବ୍ରଜେଶ ଗୁଳି ଚଳାଇ ଖସିଯିବାକୁ ଉଦ୍ୟମ କରିବାରୁ ଏଟିଏସ୍‌ ପାଲଟା ଗୁଳି ଚଳାଇଥିଲା।

ଗୁରୁତର ଆହତ ବ୍ରଜେଶକୁ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ସେଠାରେ ତାକୁ ମୃତ ଘୋଷଣା କରାଯାଇଥିଲା।

କୌଣସି ପୁଲିସ କର୍ମଚାରୀ ଆହତ ହୋଇନଥିବା ବେଳେ ବ୍ରଜେଶର ଗୁଳି ପୁଲିସ କର୍ମଚାରୀଙ୍କ ବୁଲେଟ୍‌ପ୍ରୁଫ୍‌ ଜ୍ୟାକେଟ୍‌ରେ ବାଜିଥିଲା।

ଘଟଣାସ୍ଥଳରୁ ୨ଟି ପିସ୍ତଲ ଓ ଗୋଟିଏ କାର୍ବାଇନ୍‌ ଜବତ କରାଯାଇଛି।

ଆହୁରି ପଢନ୍ତୁ: Westbengal: ପଶ୍ଚିମବଙ୍ଗରେ ବିଜେପିର ପ୍ରତିଦ୍ୱନ୍ଦ୍ୱୀ ନ ଥିବା ବେଳେ ପୂଜାରେ ଆମିଷ ଖାଦ୍ୟକୁ ନେଇ ନୂଆ ବିବାଦ ୪୬ ବର୍ଷୀୟ ବ୍ରଜେଶ ଝାଡ଼ଖଣ୍ଡର ଚତ୍ରା ଜିଲ୍ଲାର ବାସିନ୍ଦା।

ତା" ବିରୋଧରେ ଥିବା ମାମଲାଗୁଡ଼ିକ ଝାଡ଼ଖଣ୍ଡର ଏକାଧିକ ଜିଲ୍ଲାରେ ରୁଜୁ ହୋଇଥିଲା।

ଏଥିମଧ୍ୟରୁ ୨ଟି ମାମଲାର ତଦନ୍ତ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) କରୁଥିଲା।

ତାକୁ ଧରାଇଦେବା ପାଇଁ ଝାଡ଼ଖଣ୍ଡ ସରକାର ୨୫ ଲକ୍ଷ ଏବଂ ଏନ୍‌ଆଇଏ ୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲା।

ପୁଲିସ ଅନୁସାରେ, ଝାଡ଼ଖଣ୍ଡର କୋଇଲା ଖଣି, ପରିବହନ ଓ ଠିକାଦାରୀ ବ୍ୟବସାୟରୁ ବଟି ଆଦାୟରେ ବ୍ରଜେଶର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା।

ଉତ୍ତରପ୍ରଦେଶର ଏଡିଜି (ଆଇନଶୃଙ୍ଖଳା) ଅମିତାଭ ଯଶ କହିଛନ୍ତି ଏଟିଏସ୍‌ ଏବେ ତା"ର ସହଯୋଗୀମାନଙ୍କୁ ଖୋଜିବା ସହ ସେ କେତେଦିନ ଧରି ବାରାଣସୀରେ ଆତ୍ମଗୋପନ କରିଥିଲା ଏବଂ କେଉଁମାନେ ତା" ସହ ଯୋଗାଯୋଗରେ ଥିଲେ, ସେନେଇ ତଦନ୍ତ କରୁଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।