Environmental Concern: ପରିବେଶ ଚିନ୍ତା: ପତ୍ରର ଦାଗରୁ ରୋଗ ଚିହ୍ନଟ କରିବ ଏଆଇ

Sep 25, 2026 - 06:53
Environmental Concern: ପରିବେଶ ଚିନ୍ତା: ପତ୍ରର ଦାଗରୁ ରୋଗ ଚିହ୍ନଟ କରିବ ଏଆଇ

"ସବୁଜ ପତ୍ରରେ ହଠାତ୍‌ ହଳଦିଆ ଦାଗ, ବାଦାମୀ ଛିଟା କିମ୍ବା ପତ୍ର ମୋଡ଼ିଯିବା- ଏହି ଲକ୍ଷଣଗୁଡ଼ିକ କେବଳ ପତ୍ରର ପରିବର୍ତ୍ତନ ନୁହେଁ, ବରଂ ଫସଲରେ କିଛି ସମସ୍ୟା ଆରମ୍ଭ ହୋଇଥିବାର ସଙ୍କେତ।

ଫଙ୍ଗସ୍‌, ଜୀବାଣୁ, କୀଟପତଙ୍ଗ, ପୋଷକତତ୍ତ୍ୱର ଅଭାବ କିମ୍ବା ଅଧିକ ଗରମ ଓ ଥଣ୍ଡା  ଏବଂ ପାଣିପାଗ ପରିବର୍ତ୍ତନ ଯୋଗୁଁ ଏପରି ଲକ୍ଷଣ ଦେଖାଦେଇପାରେ।

ଠିକ୍‌ ସମୟରେ ରୋଗ ଚିହ୍ନଟ ନହେଲେ ଏହା ଧୀରେ ଧୀରେ ସାରା ଫସଲକୁ ପ୍ରଭାବିତ କରିପାରେ।

ଏବେ ଏହି ସମସ୍ୟା ଚିହ୍ନଟରେ ଚାଷୀଙ୍କ ସହାୟକ ହେଉଛି କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ।Advertisment RMC ନିର୍ବାଚନ ପାଇଁ ଅଙ୍କକଷା; ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ ସ୍ମାର୍ଟଫୋନ୍‌ରେ ଅସୁସ୍ଥ ପତ୍ର, ଡାଳ, ଫଳ କିମ୍ବା ଗଛର କ୍ଷତିଗ୍ରସ୍ତ ଅଂଶର ସ୍ପଷ୍ଟ ଫଟୋ ଉଠାଇ ଏଆଇ ଆଧାରିତ ଆପ୍‌ରେ ଦିଆଯାଇପାରିବ।

ବଡ଼ ଚାଷଜମିରେ କ୍ୟାମେରା କିମ୍ବା ଡ୍ରୋନ୍‌ ମାଧ୍ୟମରେ ମଧ୍ୟ ଫସଲର ଫଟୋ ସଂଗ୍ରହ କରାଯାଇପାରେ।

ଏଥିରେ "କମ୍ପ୍ୟୁଟର ଭିଜନ୍‌" ଭଳି ପ୍ରଯୁକ୍ତିର ବ୍ୟବହାର ହୁଏ।

ଏହା ଫଟୋରେ ଥିବା ପତ୍ରର ରଙ୍ଗ, ଆକୃତି, ଦାଗ ଓ କ୍ଷତିର ଚିହ୍ନକୁ ବିଶ୍ଳେଷଣ କରେ।

ହଜାର ହଜାର ସୁସ୍ଥ ଓ ରୋଗାକ୍ରାନ୍ତ ଗଛର ଚିହ୍ନିତ ଫଟୋ ଦ୍ୱାରା ଏଆଇ ମଡେଲ୍‌କୁ ପ୍ରଶିକ୍ଷଣ ଦିଆଯାଏ।

ନୂଆ ଫଟୋ ମିଳିଲେ ଏହା ପୂର୍ବରୁ ଶିଖିଥିବା ଚିତ୍ରର ଲକ୍ଷଣ ସହ ତୁଳନା କରି ସମ୍ଭାବ୍ୟ ରୋଗ କିମ୍ବା କ୍ଷତିର ସଙ୍କେତ ଦେଇପାରେ।

ପାଖାପାଖି ଗଛଗୁଡ଼ିକୁ ଯାଞ୍ଚ କରିବା, ରୋଗାକ୍ରାନ୍ତ ଅଂଶକୁ ଅଲଗା କରିବା, କୃଷି ବିଶେଷଜ୍ଞଙ୍କ ପରାମର୍ଶ ନେବା ଏବଂ ଆବଶ୍ୟକ ଚିକିତ୍ସା ବା ନିୟନ୍ତ୍ରଣ ବ୍ୟବସ୍ଥା କରିବା ସହଜ ହୋଇପାରେ।

ଏହା ଫସଲ ନଷ୍ଟ କମାଇବା ସହ ଅନାବଶ୍ୟକ ଭାବେ କୀଟନାଶକ କିମ୍ବା ଅନ୍ୟ କୃଷି ରସାୟନ ବ୍ୟବହାରକୁ ମଧ୍ୟ କମାଇବାରେ ସହାୟକ ହୋଇପାରେ।

Horoscope 2026 September 22: ଜାଣନ୍ତୁ ଆଜିର ରାଶିଫଳ...

ତେବେ ଏଆଇକୁ ଶେଷ ନିଷ୍ପତ୍ତିର ମାଧ୍ୟମ ଭାବେ ନେବା ଠିକ୍‌ ନୁହେଁ।

ଖରାପ ଫଟୋ, ଅସ୍ପଷ୍ଟ ଲକ୍ଷଣ, ଆଲୋକର ପରିବର୍ତ୍ତନ କିମ୍ବା ଏଆଇ ମଡେଲ୍‌ ଯେଉଁ ରୋଗର ଫଟୋ ଦେଖି ପ୍ରଶିକ୍ଷିତ ହୋଇନାହିଁ, ସେ କ୍ଷେତ୍ରରେ ଫଳାଫଳ ଭୁଲ ହୋଇପାରେ।

ଏଥିସହ ଏକାଧିକ ରୋଗର ଲକ୍ଷଣ ସମାନ ଦେଖାଯାଇପାରେ।

ତେଣୁ ଆବଶ୍ୟକ ସ୍ଥଳରେ ଫସଲ ଯାଞ୍ଚ କରିବା, କୃଷି ବିଶେଷଜ୍ଞଙ୍କ ପରାମର୍ଶ ଓ ଲାବରେଟୋରି ପରୀକ୍ଷା ଜରୁରି।

ଏଆଇ ଚାଷୀଙ୍କ ହାତରେ ଆଉ ଏକ ନୂଆ ସାଧନ ନିଶ୍ଚୟ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।