Father Kills Son in Odisha: ପୁଅକୁ ପିଟି ପିଟି ମାରିଦେଲା ବାପା ! ଛାତି ଉପରେ ଚଢ଼ି ନାଚିଲା

Oct 24, 2026 - 14:20
Father Kills Son in Odisha: ପୁଅକୁ ପିଟି ପିଟି ମାରିଦେଲା ବାପା ! ଛାତି ଉପରେ ଚଢ଼ି ନାଚିଲା

ପୁଅକୁ ମାରି ଛାତି ଉପରେ ଚଢ଼ି ନାଚିଲା ବାପା।

ଜନ୍ମ ଦେଇଥିଲା ବୋଲି ନେଇଗଲା ଜୀବନ।

ଘରୋଇ କଳହ ନେଲା ଭୟଙ୍କର ରୂପ।

ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ସମ୍ବଲପୁର ଜିଲ୍ଲା ଧମା ଥାନା ଅନ୍ତର୍ଗତ ଟାଙ୍ଗରପାଲି ଗାଁରେ ଘଟିଛି।

ଗତ ୨୧ ତାରିଖରେ ଘର ସାମ୍ନାରେ ବାପା ଚିନ୍ତାମଣି ଛୁରିଆ ଓ ଦୁଇ ପୁଅ ବିରେଶ ଏବଂ ଡାକ୍ତରଙ୍କ ମଧ୍ୟରେ ଘରୋଇ ବିବାଦକୁ ନେଇ ଗଣ୍ଡଗୋଳ ହୋଇଥିଲା।

Advertisment ଅଭିଯୋଗ ଅନୁସାରେ, ଏହି ସମୟରେ ବିରେଶ ବାଉଁଶ ଠେଙ୍ଗାରେ ଡାକ୍ତରଙ୍କ ମୁଣ୍ଡକୁ ଧମାଧମ ପିଟି ଥିଲା ।

ବାପା ଚିନ୍ତାମଣି ମଧ୍ୟ ବିରେଶ ସହ ମିଶି ଡାକ୍ତରଙ୍କୁ ମାଡ଼ ମାରିଥିଲା ।

ମାଡ଼ ଖାଇ ଡାକ୍ତର ଅଚେତ ହୋଇ ପଡ଼ିଥିବା ବେଳେ ତାଙ୍କ ଛାତି ଉପରେ ଚଢ଼ି ବାପା ଚିନ୍ତାମଣି ଉଦଣ୍ଡ ନାଚିଥିଲେ ।

ଗୁରୁତର ଅବସ୍ଥାରେ ଡାକ୍ତରଙ୍କୁ ସମ୍ବଲପୁର ଉପଖଣ୍ଡ ଚିକିତ୍ସାଳୟ ନିଆଯାଇଥିଲା।

ହେଲେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।

ଘଟଣାରେ ୫୫ ବର୍ଷୀୟ ବାପା ଚିନ୍ତାମଣି ଓ ୨୯ ବର୍ଷୀୟ ପୁଅ ବିରେଶଙ୍କୁ ଗିରଫ କରିଛି ଧମା ପୋଲିସ।

ହତ୍ୟାରେ ବ୍ୟବହୃତ ବାଉଁଶ ଠେଙ୍ଗାକୁ ମଧ୍ୟ ଜବତ କରାଯାଇଛି।

ଏନେଇ ଧମା ଥାନାରେ ହତ୍ୟା ମାମଲା ରୁଜୁ ହୋଇଛି।

Advertisment ପାରିବାରିକ ବିବାଦର ଏହି ଭୟଙ୍କର ପରିଣତି ଏବେ ସମଗ୍ର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।