Gaps Before Storm Revealed: ବାତ୍ୟା ଅର୍ଣ୍ଣବ ପୂର୍ବରୁ ଆଶ୍ରୟସ୍ଥଳୀର ଅସଲ ଚିତ୍ର, କେଉଁଠି ଅଳିଆ ତ କେଉଁଠି ପାଣି ନାହିଁ
ସମ୍ଭାବ୍ୟ ବାତ୍ୟା ପୂର୍ବରୁ ସଜାଗ ପ୍ରଶାସନ।
ଅର୍ଣ୍ଣବକୁ ମୁକାବିଲା ପାଇଁ ପ୍ରସ୍ତୁତ ଲୋକେ।
ୟା ଭିତରେ କେମିତି ଅଛି ରାଜ୍ୟର ତମାମ ବାତ୍ୟା ଆଶ୍ରୟସ୍ଥଳୀ ?
ଲୋକେ ଆସିଲେ ଏଠାରେ ରହିପାରିବେ ତ ?
ଏହା ଜାଣିବାକୁ ବିଭିନ୍ନ ଜିଲ୍ଲାରେ ଗ୍ରାଉଣ୍ଡକୁ ଯାଇ ସ୍ଥିତି ଦେଖିଛି ଓଟିଭି କ୍ୟାମେରା ଟିମ୍।
କୋରାପୁଟ ଜିଲ୍ଲା ଜୟପୁର ବ୍ଲକର ବାଲିଆ ସ୍ଥିତ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ।
ବାହାରକୁ ଠିକ୍ ଠାକ୍ ଲାଗୁଥିଲେ ବି ଭିତର ଅବସ୍ଥା କିନ୍ତୁ ସେତେଟା ଭଲ ନାହିଁ।
ଲୋକେ ରହିବାକୁ ଥିବା ଗୋଟିଏ ରୁମ୍ ଭିତରେ ଅଳିଆ ଆବର୍ଜନା ଭର୍ତ୍ତି।
ସେଣ୍ଟରକୁ ବିଜୁଳି ଓ ପାଣି ବ୍ୟବସ୍ଥା ନଥିବାରୁ ତୁରନ୍ତ ଏ ସୁବିଧା କରିବାକୁ ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ।...
Advertisment ମାଲକାନଗିରିରେ ଥିବା ଗୋଟିଏ ସାଇକ୍ଲୋନ୍ ସେଣ୍ଟର ।
ବାହାରୁ ଠିକ୍ ଠାକ୍ ଦେଖାଉଥିଲେ ବି ଭିତରେ ସବୁ ଠିକ୍ ଅଛି ବୋଲି କୁହାଯାଇ ପାରିବନି।
ଏଠି ଲୋକେ ଆସି ହଠାତ ରହିଲେ ପିଇବା ପାଣିର ସୁବିଧା ନାହିଁ, ବିଜୁଳିର ବ୍ୟବସ୍ଥା ବି ନାହିଁ।...
ନବରଙ୍ଗପୁର ଉମରକୋଟ ପୌରାଞ୍ଚଳରେ ଥିବା ଗୋଟିଏ ବାତ୍ୟା ଆଶ୍ରୟସ୍ଥଳୀ ।
ଏଠି ସେଣ୍ଟରଗୁଡ଼ିକ ଭଲ ଅବସ୍ଥାରେ ପ୍ରସ୍ତୁତ ଥିଲେ ବି ବହୁ ଦିନ ଧରି ବ୍ୟବହାର ନହୋଇ ପଡ଼ି ରହିଛି।
ତେଣୁ ସେଣ୍ଟରଗୁଡ଼ିକୁ ଯାଇ ଏହାକୁ ତୁରନ୍ତ ରହିବା ଉପଯୋଗୀ କରିବା କାମରେ ଲାଗିଛନ୍ତି ପୌରପାଳିକା କର୍ମଚାରୀ।
ବିଶେଷକରି ପାଣି, ବିଜୁଳି ସୁବିଧା ସହ ଲୋକେ ଆସିଲେ କେମିତି ସୁବିଧାରେ ରହିବେ, ତାର ବନ୍ଦୋବସ୍ତ କରାଯାଉଛି।...
Advertisment ଏପଟେ ୧୯୯୯ ମହାବାତ୍ୟା ପରେ ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରାୟ ପ୍ରସ୍ତୁତ ରହିଛି ସାଇକ୍ଲୋନ୍ ଓ ଫ୍ଲଡ୍ ସେଣ୍ଟର।ଜଗତସିଂହପୁର ଜିଲ୍ଲାର ପାରାଦୀପ ଅଞ୍ଚଳରେ ଥିବା ଏକ ବୃହତ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ।
ସ୍ଥାନୀୟ ଲୋକେ କହିଛନ୍ତି, ସେଣ୍ଟର ଚକାଚକ ଅଛି, କେବଳ ବିଜୁଳି ଓ ପାଣି ସୁବିଧା ରହିଛି କି ନାହିଁ।
ଲୋକଙ୍କୁ ଆଣିବା ଆଗରୁ ପ୍ରଶାସନ ତାର ଯାଞ୍ଚ୍ କରିବା ଦରକାର।
ସେହିଭଳି କେନ୍ଦ୍ରାପଡ଼ା ଜିଲ୍ଲାରେ ରହିଛି ୧୩୦ଟି ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳିୀ ।
୨୬ ତାରିଖ ପୂର୍ବରୁ ଏ ସମସ୍ତ ସେଣ୍ଟରକୁ ରହିବା ଉପଯୋଗୀ କରିବାକୁ ବ୍ଲକ୍ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।...
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।