Govt May Not Resume Fresh LPG Connections: ଏଲପିଜି ସଙ୍କଟ ମଧ୍ୟରେ ବଢ଼ିଲା ଚିନ୍ତା, ଜାଣନ୍ତୁ କେବେ ମିଳିବ ନୂଆ LPG ସଂଯୋଗ

Sep 07, 2026 - 17:20
Govt May Not Resume Fresh LPG Connections: ଏଲପିଜି ସଙ୍କଟ ମଧ୍ୟରେ ବଢ଼ିଲା ଚିନ୍ତା, ଜାଣନ୍ତୁ କେବେ ମିଳିବ ନୂଆ LPG ସଂଯୋଗ

ଘରୋଇ ଗ୍ୟାସ୍ ଉପଭୋକ୍ତାଙ୍କ ପାଇଁ ବଡ଼ ଖବର। ଏବେ ଶୀଘ୍ର ମିଳିବ ନାହିଁ ନୂଆ LPG ସଂଯୋଗ। ଯୋଗାଣ ସ୍ଥିତିରେ ସୁଧାର ଆସିବା ପରେ ହିଁ ନୂଆ ସଂଯୋଗ ଦେବା ପ୍ରକ୍ରିୟା ଆରମ୍ଭ ହେବ ବୋଲି ପେଟ୍ରୋଲିୟମ ମନ୍ତ୍ରଣାଳୟର ଜଣେ ଶୀର୍ଷ ଅଧିକାରୀ ସୂଚନା ଦେଇଛନ୍ତି।

ପଶ୍ଚିମ ଏସିଆ ସଙ୍କଟ ଯୋଗୁଁ ୨୦୨୬ ମାର୍ଚ୍ଚ ଆରମ୍ଭରୁ ନୂଆ LPG ସଂଯୋଗ ଉପରେ ରୋକ୍ ଲାଗିଛି। ଯୋଗାଣ ସମସ୍ୟା ଜାରି ରହିଥିବାରୁ ବର୍ତ୍ତମାନ ସରକାରଙ୍କ ପ୍ରାଥମିକତା ହେଉଛି ପୂର୍ବରୁ ଥିବା LPG ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିବା।

ଏହାରି ଭିତରେ ଘରୋଇ ଗ୍ୟାସ୍ ଯୋଗାଣକୁ ନେଇ ସରକାର ମଧ୍ୟ ନିଜ ଉତ୍ପାଦନ ବଢ଼ାଇବା ଉପରେ ଜୋର୍ ଦେଉଛନ୍ତି। ଅଗଷ୍ଟ ୧୩ର ନିର୍ଦ୍ଦେଶ ଅନୁସାରେ ୨୧ଟି ରିଫାଇନାରୀ ଓ ଅପଷ୍ଟ୍ରିମ୍ କମ୍ପାନୀ ପାଇଁ ଦୈନିକ ସର୍ବାଧିକ LPG ଉତ୍ପାଦନ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।

ସେପଟେ ସେପ୍ଟେମ୍ବର ୧ରୁ ୧୯ କିଲୋଗ୍ରାମ ବାଣିଜ୍ୟିକ LPG ସିଲିଣ୍ଡର ଦାମ୍ ୯ ଟଙ୍କା ୫୦ ପଇସା ବଢ଼ିଛି। ଯୋଗାଣ ସଙ୍କଟ ମଧ୍ୟରେ ସରକାର ଦେଶରେ LPG ମହଜୁଦକୁ ଆହୁରି ସୁଦୃଢ଼ କରିବା ସହ PNG ବ୍ୟବହାରକୁ ମଧ୍ୟ ପ୍ରୋତ୍ସାହନ ଦେଉଛନ୍ତି।

ଏବେ ସମସ୍ତଙ୍କ ନଜର ରହିଛି, ଯୋଗାଣ ସ୍ଥିତି କେବେ ସୁଧୁରିବ ଏବଂ ଘରେ ନୂଆ ଗ୍ୟାସ୍ ସଂଯୋଗ ପାଇଁ ଅପେକ୍ଷା କରୁଥିବା ଲୋକଙ୍କୁ କେବେ ମିଳିବ ଆଶ୍ୱସ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।