Guinness World Records: ମୁଣ୍ଡରେ ଚାଲେ କାଲକୁଲେଟର ! ମାତ୍ର ୧୬ ବର୍ଷରେ ୯ଟି ବିଶ୍ୱ ରେକର୍ଡ କରି ଚମକିଲେ ଆର୍ୟନ ଶୁକ୍ଲା

Oct 31, 2026 - 14:17
Guinness World Records: ମୁଣ୍ଡରେ ଚାଲେ କାଲକୁଲେଟର ! ମାତ୍ର ୧୬ ବର୍ଷରେ ୯ଟି ବିଶ୍ୱ ରେକର୍ଡ କରି ଚମକିଲେ ଆର୍ୟନ ଶୁକ୍ଲା

AIଠୁ ବି ସେ ଅଧିକ ଫାଷ୍ଟ।

ଭାରତର ବିସ୍ମୟ ବାଳକ ଆର୍ୟନ ଶୁକ୍ଲା।

ସେକେଣ୍ଡରେ କରିପାରନ୍ତି ଜଟିଳ ହିସାବ।

୧୬ ବର୍ଷ ବୟସରେ ୯ଟି ଗିନିଜ୍ ୱାର୍ଲ୍ଡ ରେକର୍ଡ।

ଯେଉଁ କାଲ୍‌କୁଲେସନ କରିବାକୁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କିଛି ସେକେଣ୍ଡ ସମୟ ନିଏ, ତାହାକୁ ନିଜ ମୁଣ୍ଡରେ ଚୁଟ୍‌କିରେ ସଲ୍‌ଭ କରିଦିଅନ୍ତି ମହାରାଷ୍ଟ୍ର ନାସିକର ଏହି ସୁପରବୟ ଆର୍ୟନ ଶୁକ୍ଲା ।

ମାତ୍ର ୧୬ ବର୍ଷ ବୟସରେ ଆର୍ୟନ ୯ଟି ଗିନିଜ୍ ୱାର୍ଲ୍ଡ ରେକର୍ଡର ଅଧିକାରୀ ।

ଦୁଇ ଦୁଇ ଥର ମେଣ୍ଟାଲ କାଲକୁଲେସନ୍ ୱାର୍ଲ୍ଡ କପ୍ ବିଜେତା ।

ଆର୍ୟନଙ୍କୁ ଭାରତର ହ୍ୟୁମାନ କାଲକୁଲେଟର୍ ବୋଲି କୁହାଯାଏ ।

ସେ ନିଜ ମୁଣ୍ଡରେ କ୍ୟାଲକୁଲେଟରଠାରୁ ବି ଅତି ଦ୍ରୁତଗତିରେ ଜଟିଳ ଗାଣିତିକ ହିସାବ କରିପାରନ୍ତି ।

Advertisment ମାତ୍ର ୬ ବର୍ଷ ବୟସରୁ ଆରମ୍ଭ ହୋଇଥିଲା ଗଣିତ ପ୍ରତି ଆର୍ୟନଙ୍କ ଭଲପାଇବା ।

୨୦୧୮ରେ ୮ ବର୍ଷ ବୟସରେ ସେ ଇସ୍ତାନବୁଲ୍‌ରେ ଅନୁଷ୍ଠିତ ମେମୋରିଆଡ୍ ଟର୍କୀ ଓପନ୍ ଚାମ୍ପିଅନ୍‌ସିପ୍‌ରେ ୭ଟି ସ୍ୱର୍ଣ୍ଣ ସହ ମୋଟ ୧୦ଟି ମେଡାଲ୍ ଜିତି ଇତିହାସ ରଚିଥିଲେ ।

୧୨ ବର୍ଷ ବୟସରେ ଜର୍ମାନୀରେ ମେଣ୍ଟାଲ କାଲକୁଲେସନ ୱାର୍ଲ୍ଡ କପ୍‌ରେ ସେ ଜାପାନର ରେକର୍ଡ ଭାଙ୍ଗି ପ୍ରଥମ ଥର ହୋଇଥିଲେ ୱାର୍ଲ୍ଡ ଚାମ୍ପିଅନ୍ ।

୨୦୨୪ରେ ସେ ମାତ୍ର ୨୫ ସେକେଣ୍ଡରେ ୫୦ଟି ୫-ଡିଜିଟ୍ ନମ୍ବରକୁ ଯୋଗ କରି ଗିନିଜ୍ ୱାର୍ଲ୍ଡ ରେକର୍ଡ କରିଥିଲେ ।

୨୦୨୪ରେ ତାଙ୍କୁ ଦୁବାଇ ସ୍ଥିତ ଗିନିଜ୍ ୱାର୍ଲ୍ଡ ରେକର୍ଡ ଅଫିସ୍‌କୁ ନିମନ୍ତ୍ରିତ କରାଯାଇଥିଲା ।

ସେଠି ସେ ୧୦୦ଟି ୪ ଡିଜିଟ୍ ନମ୍ବରକୁ ମାତ୍ର ୩୦ ସେକେଣ୍ଡରେ ଯୋଗ କରିଥିଲେ ।

ଗତ ଏପ୍ରିଲରେ ଆର୍ୟନ ଇଟାଲୀରେ ଆଉ ଦୁଇଟି ଗିନିଜ୍ ୱାର୍ଲ୍ଡ ରେକର୍ଡ କରିଛନ୍ତି ।

ଆର୍ୟନ ପାଠପଢ଼ାରେ ବି ନମ୍ବର ୱାନ୍ ।

ମାଟ୍ରିକ ପରୀକ୍ଷାରେ ୯୭ ପ୍ରତିଶତ ମାର୍କ ରଖିଥିବା ଆର୍ୟନ୍ ଏବେ ଏକାଦଶ ଶ୍ରେଣୀର ଛାତ୍ର।

ମାତ୍ର ୧୬ ବର୍ଷ ବୟସରେ ଏହି ଅଦ୍ଭୁତ ବାଳକଙ୍କ ବିଶ୍ବରେକର୍ଡ ଭାରତକୁ ଗୌରବାନ୍ବିତ କରିଛି ।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।