Heavy rain: ଉତ୍ତର ପ୍ରଦେଶରେ ବର୍ଷା ବିତ୍ପାତ; ୧୦ ମୃତ, ୧୭ ଆହତ
"ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା, ପବନ, ବିଜୁଳି ଘଡ଼ଘଡ଼ି ଯୋଗୁ ଜନଜୀବନ ପ୍ରଭାବିତ ହୋଇଛି।
ବର୍ଷାଜନିତ କାରଣରୁ ୧୦ ଜଣ ଲୋକଙ୍କ ମୃତ୍ୟୁ ହୋଇଛି ଓ ୧୭ ଜଣ ଆହତ ହୋଇଛନ୍ତି।
ପ୍ରବଳ ବର୍ଷା ଯୋଗୁ ୧୧୭ଟି ଘର ନଷ୍ଟ ହୋଇଛି ଓ ଟ୍ରାଫିକ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି।
୬୩ ଜିଲ୍ଲାରେ ସାଧାରଣଠାରୁ ଅଧିକ ବର୍ଷା ରେକର୍ଡ଼ କରାଯାଇଛି।
ଅନେକ ଜିଲ୍ଲାକୁ ବନ୍ୟା ସମ୍ଭାବନା ରହିଛି।
Advertisment ମାଟି କାନ୍ଥ ଭୁଶୁଡ଼ି ପଡ଼ିବା ଯୋଗୁଁ ୫ ଜଣ ଲୋକଙ୍କ ମୃତ୍ୟୁ ହୋଇଛି।
ପ୍ରବଳ ବର୍ଷା ଓ ପବନ ଯୋଗୁ ଗଛ ଉପୁଡ଼ି ପଡ଼ି ଲୋକଙ୍କ ଉପରେ ପଡ଼ିବା ଯୋଗୁ ୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୪ ଜଣ ଆହତ ହୋଇଛନ୍ତି।
ଗୋରଖପୁରରେ ଗଛ ପଡ଼ି ସର୍ବାଧିକ ୪ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୧୪ ଜଣ ଆହତ ହୋଇଛନ୍ତି।
ଲଖିମ୍ପୁର ଖେରୀ, ଆମେଠି, ବାରାବାଙ୍କୀ ଓ ଗୋରଖପୁରରେ ଲୋକଙ୍କ ମୃତ୍ୟୁ ହୋଇଛି।
ଶନିବାର ସକାଳ ପର୍ଯ୍ୟନ୍ତ ଲକ୍ଷ୍ନୌରେ ୧୨୫.୮ ମିମି, ବନ୍ଦାରେ ୨୨୭.୬ ମିମି, ଫତେଗଡ଼ରେ ୨୨୪ ମିମି, ହର୍ଦୋଇରେ ୨୧୪ ମିମି, ହମିରପୁରରେ ୨୧୦ ମିମି, କନୌଜରେ ୨୦୪ ମିମି ବର୍ଷା ହୋଇଛି।
Uttar Pradesh: ଉତ୍ତର ପ୍ରଦେଶରେ ପ୍ରବଳ ବର୍ଷା, ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିଲା "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।