10 OCTOBER 2026

Welcome!

Unlock your personalized experience.
Sign Up

Hindustan Aeronautics Limited: ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍‌ରେ ଜୁନିୟର ଏକ୍‌ଜିକ୍ୟୁଟିଭ୍‌ ପଦରେ ନିଯୁକ୍ତି ସୁଯୋଗ

Oct 10, 2026 - 20:22
Hindustan Aeronautics Limited: ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍‌ରେ ଜୁନିୟର ଏକ୍‌ଜିକ୍ୟୁଟିଭ୍‌ ପଦରେ ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ:  ଇଞ୍ଜିନିୟରିଂ ପାଠ ପଢ଼ୁଥିବା ଯୁବକଯୁବତୀଙ୍କ ପାଇଁ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍‌ (ଏଚ୍‌ଏଏଲ୍‌)ରେ ଚାକିରି ସୁଯୋଗ ରହିଛି। ସଂସ୍ଥା ପକ୍ଷରୁ ଜୁନିୟର ଏକ୍‌ଜିକ୍ୟୁଟିଭ୍‌ର ୧୫୦ଟି ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି ସ୍ୱଳ୍ପକାଳୀନ ଭିତ୍ତିରେ କରାଯିବ। ଅକ୍ଟୋବର ୭ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଇଚ୍ଛୁକ ପ୍ରାର୍ଥୀ ଅକ୍ଟୋବର ୧୭ ତାରିଖ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଆବେଦନ କରିପାରିବେ। ସାକ୍ଷାତକାର ଆଧାରରେ ପ୍ରାର୍ଥୀ ଚୟନ କରାଯିବ।

କେଉଁ ବିଭାଗରେ କେତେ ପଦ?

ବିଭିନ୍ନ ଇଞ୍ଜିନିୟରିଂ ଶାଖାରେ ଜୁନିୟର ଏକ୍‌ଜିକ୍ୟୁଟିଭ୍‌ ପଦ ପୂରଣ କରାଯିବ।

  • ମେକାନିକାଲ୍‌ ଇଞ୍ଜିନିୟରିଂ: ୭୮ଟି

  • ଇଲେକ୍ଟ୍ରିକାଲ୍‌ ଇଞ୍ଜିନିୟରିଂ: ୨୫ଟି

  • ଇଲେକ୍ଟ୍ରୋନିକ୍ସ: ୨୧ଟି

  • ସିଭିଲ୍‌ ଇଞ୍ଜିନିୟରିଂ: ୭ଟି

  • କମ୍ପ୍ୟୁଟର ସାଇନ୍ସ: ୬ଟି

  • ପ୍ରଡକ୍ସନ୍‌ ଇଞ୍ଜିନିୟରିଂ: ୬ଟି

  • ମେଟାଲର୍ଜି: ୩ଟି

  • ଏରୋନଟିକାଲ୍‌ ଇଞ୍ଜିନିୟରିଂ: ୨ଟି

  • କେମିକାଲ୍‌ ଇଞ୍ଜିନିୟରିଂ: ୨ଟି

ଶିକ୍ଷାଗତ ଯୋଗ୍ୟତା

ଜୁନିୟର ଏକ୍‌ଜିକ୍ୟୁଟିଭ୍‌ ପଦ ପାଇଁ ପ୍ରାର୍ଥୀଙ୍କ ପାଖରେ ସମ୍ପୃକ୍ତ ଇଞ୍ଜିନିୟରିଂ କିମ୍ବା ଟେକ୍ନୋଲୋଜି ଶାଖାରେ ନିୟମିତ ବା ପୂର୍ଣ୍ଣକାଳୀନ ଡିଗ୍ରି ଥିବା ଆବଶ୍ୟକ। ଏହି ଡିଗ୍ରି ଭାରତରେ ସମ୍ପୃକ୍ତ ଆଇନଗତ କର୍ତ୍ତୃପକ୍ଷଙ୍କ ଦ୍ୱାରା ସ୍ୱୀକୃତ ବିଶ୍ୱବିଦ୍ୟାଳୟରୁ ହୋଇଥିବା ଦରକାର।

ବୟସ ସୀମା ଓ ଚୟନ ପ୍ରକ୍ରିୟା

୧୭ ଅକ୍ଟୋବର ୨୦୨୬ ସୁଦ୍ଧା ପ୍ରାର୍ଥୀଙ୍କ ବୟସ ୨୮ ବର୍ଷରୁ ଅଧିକ ହୋଇ ନଥିବା ଆବଶ୍ୟକ। ଏସ୍‌ସି ଓ ଏସ୍‌ଟି ପ୍ରାର୍ଥୀଙ୍କୁ ସର୍ବାଧିକ ବୟସ ସୀମାରେ ୫ ବର୍ଷ ଛାଡ଼ ମିଳିବ। ଓବିସି-ଏନ୍‌ସିଏଲ୍‌ ପ୍ରାର୍ଥୀଙ୍କୁ ୩ ବର୍ଷ ଛାଡ଼ ମିଳିବ। ଦିବ୍ୟାଙ୍ଗ ପ୍ରାର୍ଥୀଙ୍କୁ ନିୟମ ଅନୁଯାୟୀ ଅତିରିକ୍ତ ବୟସ ଛାଡ଼ ଦିଆଯିବ। ପ୍ରାର୍ଥୀଙ୍କ ଚୟନ ସାକ୍ଷାତକାର ଆଧାରରେ ହେବ। ନଭେମ୍ବରରେ ସାକ୍ଷାତକାର ହେବାର ସମ୍ଭାବନା ରହିଛି। ଚୟନିତ ପ୍ରାର୍ଥୀଙ୍କୁ ସର୍ବାଧିକ ୩ ବର୍ଷ ପାଇଁ ସ୍ୱଳ୍ପକାଳୀନ ଭିତ୍ତିରେ ନିଯୁକ୍ତି ଦିଆଯିବ।

ମାସିକ ଦରମା ୧.୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ

ଜୁନିୟର ଏକ୍‌ଜିକ୍ୟୁଟିଭ୍‌ ପଦ ପାଇଁ ଇ୦ ପେ ସ୍କେଲ୍‌ ଅନୁଯାୟୀ ଦରମା ୩୦,୦୦୦ ଟଙ୍କାରୁ ୧,୨୦,୦୦୦ ଟଙ୍କା ରହିଛି। ପ୍ରାରମ୍ଭିକ ମୂଳ ଦରମା ମାସିକ ୩୦,୦୦୦ ଟଙ୍କା ହେବ। ଏହା ସହ ମହଙ୍ଗା ଭତ୍ତା, ଘରଭଡ଼ା ଭତ୍ତା (ଏଚ୍‌ଆର୍‌ଏ) ଏବଂ ମୂଳ ଦରମାର ସର୍ବାଧିକ ୩୫ ପ୍ରତିଶତ ପର୍ଯ୍ୟନ୍ତ କ୍ୟାଫେଟେରିଆ ଭତ୍ତା ମିଳିବ। ଦ୍ୱିତୀୟ ଓ ତୃତୀୟ ବର୍ଷରେ ମୂଳ ଦରମାରେ ୩ ପ୍ରତିଶତ ବୃଦ୍ଧିର ବ୍ୟବସ୍ଥା ରହିଛି। ଏହା ବ୍ୟତୀତ ଚିକିତ୍ସା ବୀମା, ପିଏଫ୍‌, ଗ୍ରାଚ୍ୟୁଇଟି, ଛୁଟି ନଗଦୀକରଣ, ୟୁନିଫର୍ମ ଓ ଜୋତା ଭତ୍ତା ଏବଂ ନିୟମ ଅନୁସାରେ ଯାତ୍ରା ଭତ୍ତା ଓ ଦୈନିକ ଭତ୍ତା ଭଳି ସୁବିଧା ମିଳିବ।

କିପରି କରିବେ ଆବେଦନ?

୧. ପ୍ରଥମେ ଏଚ୍‌ଏଏଲ୍‌ର ଅଧିକାରିକ ୱେବ୍‌ସାଇଟ୍‌କୁ ଯାଆନ୍ତୁ।

୨. ଜୁନିୟର ଏକ୍‌ଜିକ୍ୟୁଟିଭ୍‌ ନିଯୁକ୍ତିର ଆବେଦନ ଲିଙ୍କ୍‌ ଉପରେ କ୍ଲିକ୍‌ କରନ୍ତୁ।

୩. ନିଜର ବ୍ୟକ୍ତିଗତ ଓ ଶିକ୍ଷାଗତ ତଥ୍ୟ ପୂରଣ କରି ଫଟୋ ଏବଂ ଦସ୍ତଖତ ଅପ୍‌ଲୋଡ୍‌ କରନ୍ତୁ।

୪. ଆବେଦନ ଶୁଳ୍କ ଲାଗୁ ହେଉଥିଲେ ତାହା ଜମା କରନ୍ତୁ।

୫. ସମସ୍ତ ତଥ୍ୟ ଯାଞ୍ଚ କରି ଆବେଦନ ଫର୍ମ ଦାଖଲ କରନ୍ତୁ।

ଷ୍ଟାରଲିଙ୍କ ପ୍ରସଙ୍ଗରେ କଂଗ୍ରେସକୁ ବିଜେପିର ଟାର୍ଗେଟ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।