Hockey Semifinal: ହକି ସେମିରେ ଭାରତ-ପାକିସ୍ତାନ: ବାଂଲାକୁ ୧୦-୦ରେ ହରାଇଲେ ହରମନପ୍ରୀତ ଓ ଶିଳାନନ୍ଦ
ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ା ପୁରୁଷ ହକିରେ ବାଂଲାଦେଶ ବିପକ୍ଷରେ ଭାରତ ୧୦-୦ ଗୋଲ୍ରେ ବିଜୟୀ ହୋଇଛି। ଏଥିସହ ଭାରତ ପୁଲ୍-ଏ’ର ଶୀର୍ଷ ସ୍ଥାନ ଦଖଲ କରି ସେମିଫାଇନାଲରେ ପ୍ରବେଶ କରିଛି। ଭାରତ ପୁଲ୍ ପର୍ଯ୍ୟାୟର ସମସ୍ତ ୫ଟି ମ୍ୟାଚ୍ରେ ବିଜୟ ହାସଲ କରିଛି। ଅକ୍ଟୋବର ୧ରେ ହେବାକୁ ଥିବା ପ୍ରଥମ ସେମିଫାଇନାଲରେ ଭାରତର ମୁକାବିଲା ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ସହ ହେବ। ଅନ୍ୟ ସେମିଫାଇନାଲରେ ମାଲେସିଆ ଓ ଦକ୍ଷିଣ କୋରିଆ ମୁହାଁମୁହିଁ ହେବେ। ବାଂଲାଦେଶ ବିପକ୍ଷରେ ଭାରତ ପକ୍ଷରୁ ଅଧିନାୟକ ହରମନପ୍ରୀତ୍ ସିଂହ (୨୭, ୪୦, ୪୫ ମିନିଟ୍) ହ୍ୟାଟ୍ରିକ୍ ଅର୍ଜନ କରିଥିବାବେଳେ ଅଭିଷେକ ତୃତୀୟ ମିନିଟ୍ରେ ଖାତା ଖୋଲିଥିଲେ। ଯୁଗରାଜ ସିଂହ ୨୨ତମ ମିନିଟ୍ରେ, ସୁଖଜିତ ସିଂହ ୩୨ତମ ମିନିଟ୍ରେ, ଲାକ୍ରା ଶିଳାନନ୍ଦ ୪୪ ଓ ୪୫ତମ ମିନିଟ୍ରେ, ସଞ୍ଜୟ ୫୯ତମ ଏବଂ ମନଦୀପ ସିଂହ ୬୦ତମ ମିନିଟ୍ରେ ଗୋଲ୍ କରିଥିଲେ। ଏହି ବଡ଼ ବିଜୟ ଭାରତୀୟ ଦଳର ଦୃଢ଼ ପ୍ରସ୍ତୁତି ଓ ପଦକ ଦାବିକୁ ଆହୁରି ମଜବୁତ କରିଛି।
ବର୍ଷା ଧୋଇନେଲା କ୍ରିକେଟ କ୍ବାର୍ଟରଫାଇନାଲ୍
Keonjhar Mine: ଫାଇନାଲ୍ରେ କେନ୍ଦୁଝର ମାଇନର୍ସ
ନିସିନ୍: ଚଳିତ ଏସୀୟ କ୍ରୀଡ଼ା କ୍ରିକେଟ୍ରେ ଭାରତୀୟ ଦଳର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଯାଇଛି। ଭାରତ ସୋମବାର ଦ୍ବିତୀୟ କ୍ବାର୍ଟରଫାଇନାଲ୍ରେ ଆଫଗାନିସ୍ତାନକୁ ଭେଟିବାର ଥିଲା। କିନ୍ତୁ ପୂର୍ବ ରାତିର ଲଗାଣ ବର୍ଷା ଯୋଗୁଁ ପଡ଼ିଆରେ ପାଣି ଜମି ରହିଥିଲା। ଏହି କାରଣରୁ ଟସ୍ ମଧ୍ୟ ପଡ଼ିପାରି ନଥିଲା। ଆଇସିସି ମାନ୍ୟତାରେ ଉଚ୍ଚରେ ଥିବାରୁ ଭାରତ ସେମିଫାଇନାଲ୍ରେ ପ୍ରବେଶ କରିଛି। ଗୁରୁବାର ଦ୍ବିତୀୟ ସେମିଫାଇନାଲ୍ରେ ଭାରତର ମୁକାବିଲା ଶ୍ରୀଲଙ୍କା କିମ୍ବା ନେପାଳ ସହ ହେବ।
ଆଶା ଓ ଆକାଶ; ରତ୍ନ ଭଣ୍ଡାର ମଣତି: ପ୍ରତିଶ୍ରୁତିର ପରୀକ୍ଷା
ଏହା ପୂର୍ବରୁ ପ୍ରଥମ କ୍ବାର୍ଟରଫାଇନାଲ୍ ମ୍ୟାଚ୍ ସୋମବାର ପାକିସ୍ତାନ ଓ ହଂକଂ ମଧ୍ୟରେ ଖେଳାଯିବାକୁ ଥିଲେ ବି ତାହା ବର୍ଷା ଯୋଗୁଁ ବାତିଲ ହୋଇଯାଇଥିଲା। ହଂକଂ ତୁଳନାରେ ଉଚ୍ଚ ଆଇସିସି ମାନ୍ୟତା ଯୋଗୁଁ ପାକିସ୍ତାନ ସେମିଫାଇନାଲ୍କୁ ଉନ୍ନୀତ ହୋଇଛି। ଅନ୍ୟପକ୍ଷରେ ବିନା ମୁକାବିଲାରେ ହଂକଂ ପ୍ରତିଯୋଗିତାରୁ ବିଦାୟ ନେଇଛି। ଅକ୍ଟୋବର ୧ରେ ହେବାକୁ ଥିବା ପ୍ରଥମ ସେମିଫାଇନାଲ୍ରେ ପାକିସ୍ତାନର ମୁକାବିଲା ବାଂଲାଦେଶ କିମ୍ବା ମାଲେସିଆ ସହିତ ଖେଳାଯିବ। ଯଦି ଭାରତ ଓ ପାକିସ୍ତାନ ନିଜର ସେମିଫାଇନାଲ୍ ମ୍ୟାଚ୍ ଜିତନ୍ତି ତେବେ ଫାଇନାଲ୍ରେ ଏକ ଐତିହାସିକ ମୁକାବିଲା ଦେଖିବାକୁ ମିଳିପାରେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।