Honda ZR-V: ହୋଣ୍ଡା କାର୍‌ସ ଇଣ୍ଡିଆର ନୂଆ ଜେଡ୍‌ଆର୍‌-ଭି

Aug 07, 2026 - 21:48
Honda ZR-V: ହୋଣ୍ଡା କାର୍‌ସ ଇଣ୍ଡିଆର ନୂଆ ଜେଡ୍‌ଆର୍‌-ଭି

"ଭୁବନେଶ୍ବର: ୟୁନିଟ୍‌-୯ସ୍ଥିତ ସେଣ୍ଟ୍ରାଲ୍‌ ହୋଣ୍ଡାରେ ହୋଣ୍ଡା କାର୍‌ସ ଇଣ୍ଡିଆର ନୂଆ ହୋଣ୍ଡା ଜେଡ୍‌ଆର୍‌-ଭିକୁ ଉନ୍ମୋଚନ କରାଯାଇଛି।

ହୋଣ୍ଡାର ପ୍ରିମିୟମ ଇଞ୍ଜିନିୟରିଂ, ଆରାମଦାୟକ ଗାଡ଼ି ଚାଳନା, ସୁରକ୍ଷା ଓ ଅତ୍ୟାଧୁନିକ ହାଇବ୍ରିଡ୍‌ ପ୍ରଯୁକ୍ତିକୁ ପସନ୍ଦ କରୁଥିବା ଗ୍ରାହକମାନଙ୍କ ପାଇଁ ଏହାକୁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି।

ନୂଆ କାର୍‌କୁ ଷ୍ଟେଟ୍‌ ବ୍ୟାଙ୍କର ଡିଜିଏମ୍‌ (ବ୍ୟବସାୟ ମୁଖ୍ୟ ଓ ପରିଚାଳନା) ଭି ସତ୍ୟ ନାରାୟଣ ଉନ୍ମୋଚନ କରିିଥିଲେ।

Advertisment ଏହି ଅବସରରେ ସେଣ୍ଟ୍ରାଲ ହୋଣ୍ଡାର ନିର୍ଦ୍ଦେଶକ ଆଦର୍ଶ ଧାୱନ, ସେଲ୍‌ସ ହେଡ୍‌ ସୁଶାନ୍ତ କୁମାର ଲେଙ୍କା, ସହକାରୀ ବିକ୍ରି ପ୍ରବନ୍ଧକ ଅମଜାଦ ଖାନ, ମିଲନ ଦାସ ମହାପାତ୍ର ଓ ଗୌତମ ଚରଣ ଦାସ ଉପସ୍ଥିତ ଥିଲେ।ହୋଣ୍ଡା ଜେଡ୍‌ଆର୍‌-ଭି ହେଉଛି ଜାପାନରୁ ଆମଦାନି ହୋଇଥିବା ଗ୍ଲୋବାଲ୍‌ ଏସ୍‌ୟୁଭି।

ସାମ୍ନାରୁ ଏହା ଇଟାଲୀୟ ସୁପରକାର୍‌ ଓ ବିଳାସରେ ୟୁରୋପୀୟ ଏସ୍‌ୟୁଭି ଭଳି ପ୍ରସ୍ତୁତ ହୋଇଛି।

ମିଶିଯିବେ ହୋଣ୍ଡା-ନିସାନ-ମିତ୍‌ସୁବିସି ଏଥିରେ ୨.୦ ଏଲ୍‌ ହାଇବ୍ରିଡ୍‌ ଇଞ୍ଜିନ ରହିଛି ଓ ଏହା ମାଇଲେଜ ଲିଟର ପିଛା ୨୨.୮୦ କିମି ରହିଛି।

ଏଥିରେ ଅସଲି ଚମଡ଼ାରେ ପ୍ରସ୍ତୁତ ସିଟ୍‌, ଆଭ୍ୟନ୍ତରୀଈ, ପାୱାର୍ଡ ସିଟ୍‌, ୧୨ ସ୍ପିକର ବୋସ୍‌ ପ୍ରିମିୟମ୍‌ ସାଉଣ୍ଡ, ୯ ଇଞ୍ଚର ଡିସ୍‌ପ୍ଲେ ସହିତ ୱାୟରଲେସ୍‌ କାର୍‌ପ୍ଲେ, ୧୨ ଇଞ୍ଚର ଫୁଲ୍‌ ଏଲ୍‌ଇଡି ଟିଏଫ୍‌ଟି କ୍ଲଷ୍ଟର ଓ ପାୱାର ଟେଲ୍‌ଗେଟ୍‌ ରହିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।