Horoscope 2026 September 07: ଜାଣନ୍ତୁ ଆଜିର ରାଶିଫଳ
"୭ ସେପ୍ଟେମ୍ବର ୨୦୨୬, ସୋମବାର।
ତିଥି: ଭାଦ୍ରବ କୃଷ୍ଣ ଏକାଦଶୀ।
ନକ୍ଷତ୍ର: ପୁନର୍ବସୁ।
ଚନ୍ଦ୍ର: ମିଥୁନ।
ଅଜା/କାଳୀୟଦଳନ ଏକାଦଶୀ (ସର୍ବସମ୍ମତ), ଶ୍ରୀମନ୍ଦିରରେ କାଳୀୟଦଳନ ବେଶ, ଧେନୁକାବଧ ପ୍ରସ୍ତାବ।
ସୂର୍ଯ୍ୟୋଦୟ: ୫ଟା୩୫, ସୂର୍ଯ୍ୟାସ୍ତ: ୫ଟା୫୩।
ଘାତଚନ୍ଦ୍ର: କନ୍ୟା।
ଘାତବାର: ମିଥୁନ।
ଶୁଭବେଳା: ପ୍ରାତଃ ୫ଟା୩୫ରୁ ୭ଟା୮, ଦିବା ୧୦ଟା୩୦ରୁ ୧୨ଟା୫୮, ଦିବା ୪ଟା୨୧ରୁ ୫ଟା୪, ସନ୍ଧ୍ୟା ୬ଟା୪୦ରୁ ୯ଟା ପର୍ଯ୍ୟନ୍ତ।Advertisment ମେଷ: ନୂଆ ଜମି କିଣାବିକା କରିବାର ଥିଲେ ଭଲଭାବେ ଯାଞ୍ଚ ପରଖ କରି ନିଅନ୍ତୁ।
ପରିବାରରେ ମନୋରଞ୍ଜନ ସଂପର୍କିତ ଯାତ୍ରାର କାର୍ଯ୍ୟକ୍ରମ ହେବ।
ବିଦ୍ୟାର୍ଥୀଙ୍କର ଲାଗି ରହିଥିବା ବାଧା ଦୂର ହେବ। ବୃଷ: ଆମଦାନିରେ ଅଧିକ ଲାଭ ମିଳିବା ଯୋଗୁଁ ଆଶ୍ବସ୍ତ ଅନୁଭବ କରିବେ।
ଛାତ୍ରଛାତ୍ରୀ ଅଧ୍ୟୟନରେ ଏକାଗ୍ରତା ରଖିଲେ ଉଚିତ ପରିଣାମ ପାଇବେ।
ଜୀବନସାଥୀଙ୍କ ସହ ସିନେମା ଦେଖିବାର ଯୋଜନା କରିବେ। ମିଥୁନ: ଜମି ସମ୍ବନ୍ଧୀୟ ସମସ୍ୟା ବାରମ୍ବାର ଯାଆସ ପରେ ଦୂର ହୋଇଯିବ।
ଚାକିରିରେ ଭଲ ଆୟ ହେବ।
ସିଲେଇ କାମ କରୁଥିବା ଲୋକ ଗ୍ରାହକଙ୍କ ଠାରୁ ଭଲ ଲାଭ ପାଇବେ।
ବନ୍ଧୁ ସହିତ ଭଲ ତାଳମେଳ ରହିବ। କର୍କଟ: ଆପଣଙ୍କ ବ୍ୟବହାରରେ କିଛି ସୁଧାର ଆଣିବାର ଅଛି।
ଆପଣଙ୍କର ତରବରିଆ ସ୍ବଭାବ ଲୋକମାନଙ୍କ ଲାଗି ସମସ୍ୟା ଉତ୍ପନ୍ନ କରିପାରେ।
ବ୍ୟାୟାମ ଓ ଖାଦ୍ୟ ପାନୀୟ ଉପରେ ଧ୍ୟାନ ଦିଅନ୍ତୁ।ସିଂହ: କାର୍ଯ୍ୟକ୍ଷେତ୍ରରେ ଉନ୍ନତି କରିବେ।
କୌଣସି ବି ପରସ୍ଥିତିରେ ଭୟଭୀତ ନହୋଇ ନିଜର ବୁଦ୍ଧିବଳ ଓ କାର୍ଯ୍ୟଦକ୍ଷତା ଉପଯୋଗ କରନ୍ତୁ, ଉଚିତ ସମାଧାନ ବାହାରି ଆସିବ।
ବିଦ୍ୟାର୍ଥୀଙ୍କୁ ପରିଶ୍ରମର ସୁଫଳ ମିଳିବ। କନ୍ୟା: ଚାକିରିଆଙ୍କ ଲାଗି ଦିନଟି ଭଲ।
ପଦୋନ୍ନତି ବା ଦରମା ବୃଦ୍ଧି ହେବ।
ଭାଇ ସହିତ ଲାଗି ରହିଥିବା ମତଭେଦ ଦୂର ହେବ।
କିଛି ସମୟ ଆଧ୍ୟାତ୍ମିକ ସ୍ଥାନ ବା ଏକାନ୍ତରେ ବିତାନ୍ତୁ।
ରାଜନୀତି କାର୍ଯ୍ୟରେ ରୁଚି ବଢ଼ିବ। ତୁଳା: ଆପଣ ବାପାମାଆଙ୍କୁ ମନର କଥା କହିବେ।
ପରିବାର ସହିତ ଧାର୍ମିକ କାର୍ଯ୍ୟକ୍ରମରେ ସମ୍ମିଳିତ ହେବେ, ଯାହା ଦ୍ବାରା ଆପଣଙ୍କ ମନକୁ ଶାନ୍ତି ମିଳିବ।
ଦୂର ସଂଚାର ମାଧ୍ୟମରେ ଶୁଭ ସୂଚନା ପାଇବେ।
ବିଛା: ନକାରାତ୍ମକ ଚିନ୍ତାରୁ ନିବୃତ୍ତ ରହନ୍ତୁ।
ସବୁ କାମ କରିବାରେ ସଫଳ ହେବେ।
ବକେୟା ଧନ ପାଇବେ।
ଓକିଲଙ୍କ ଲାଗି ଦିନଟି ଉତ୍ତମ।
କୌଣସି ମକଦ୍ଦମାର ଫଇସଲା ଆପଣଙ୍କ ପକ୍ଷରେ ଆସିବ।
ଧନୁ: କାମ ପ୍ରତି ସମର୍ପିତ ରହିବା ଯୋଗୁଁ ଖୁବ୍ ଶୀଘ୍ର ସଫଳତା ଆଡ଼କୁ ଅଗ୍ରସର ହେବେ।
କୌଣସି ଅନୁଭବୀ ବ୍ୟକ୍ତିଙ୍କ ସାନ୍ନିଧ୍ୟ ମିଳିବା ଯୋଗୁଁ ଭଲ ଅନୁଭବ କରିବେ।
ଜୀବନସାଥୀ ସହିତ ଫିଲ୍ମ ଦେଖିବାର ଯୋଜନା କରିବେ।
ମକର: ଆପଣଙ୍କୁ ନିର୍ଦ୍ଧାରିତ ସମୟରେ କୌଣସି ମାମଲାର ଫଇସଲା କରିବାକୁ ହେବ।
ତେବେ ଯାଇ ଭଲ ପରିଣାମ ପାଇବେ।
ଦାମ୍ପତ୍ୟ ଜୀବନରେ ସୁଖ ପାଇବେ।
ଅଯଥା କଥା ଠରୁ ଦୂରରେ ରହନ୍ତୁ।
ଛାତ୍ରଛାତ୍ରୀ ଆହୁରି ପରିଶ୍ରମ କରନ୍ତୁ।
କୁମ୍ଭ: ମାନସିକ ଦ୍ବନ୍ଦ୍ବର ନିବାରଣ ହେବା ଯୋଗୁଁ ଆପଣ ପ୍ରସନ୍ନ ରହିବେ।
ଯେଉଁ କାମକୁ ହାତକୁ ନେବେ ତାକୁ ପୂରା ମନ ଲଗାଇ କରିବେ।
ନୂଆ ଅଭିଜ୍ଞତା ମିଳିବ।
ସାମାଜିକ ପରିସର ବଢ଼ିବ।
କୌଣସି ବନ୍ଧୁର ସହଯୋଗ ନେବେ।
ମୀନ: ସମାଜସେବା କ୍ଷେତ୍ରରେ ଥିବା ଲୋକଙ୍କର ପ୍ରଭାବ ବଢ଼ିବ।
ଲେଖନ କ୍ଷେତ୍ରରେ ଥିବା ଲୋକ ଖୁସି ଖବର ପାଇବେ।
ଆପଣଙ୍କ ରଚନାକୁ ଲୋକେ ଖୁବ୍ ପସନ୍ଦ କରିବେ।
ବାଣୀ ଉପରେ ସଂଯମ ରଖନ୍ତୁ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।