Imigration: ୧ରୁ ଇମିଗ୍ରେସନ ପାଇଁ ବୋର୍ଡିଂ ପାସ୍‌ରେ ଷ୍ଟାମ୍ପ ଲାଗିବନି

Aug 31, 2026 - 21:23
Imigration: ୧ରୁ ଇମିଗ୍ରେସନ ପାଇଁ ବୋର୍ଡିଂ ପାସ୍‌ରେ ଷ୍ଟାମ୍ପ ଲାଗିବନି

"ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବିମାନ ଯାତ୍ରୀଙ୍କ ଅନୁଭୂତିକୁ ସରଳ କରିବା ଲାଗି ଆସନ୍ତା ସେପ୍ଟେମ୍ବର ୧ରୁ ଏକ ପରିବର୍ତ୍ତିତ ନିୟମ ଲାଗୁ କରାଯାଉଛି।

ଫଳରେ ଯାତ୍ରୀମାନଙ୍କୁ ଇମିଗ୍ରେସନ ଅନୁମୋଦନ ବେଳେ ଆଉ ସେମାନଙ୍କ ବୋର୍ଡିଂ ପାସ୍‌ରେ ଷ୍ଟାମ୍ପ ଲଗାଇବାକୁ ପଡ଼ିବ ନାହିଁ।

ସେମାନେ ପ୍ରିଣ୍ଟ୍‌ ହୋଇଥିବା ଟିକଟ କିମ୍ବା ଇଲେକ୍ଟ୍ରୋନିକ୍ସ ମାଧ୍ୟମରେ ଥିବା ଟିକଟକୁ ଦେଖାଇପାରିବେ।

ଟିକଟ ଉପରେ ଇମିଗ୍ରେସନ ଅଧିକାରୀ ଷ୍ଟାମ୍ପ ଲଗାଇବେ ନାହିଁ।

ଇମିଗ୍ରେସନ ବୋର୍ଡ ତରଫରୁ ଏ ସମ୍ପର୍କରେ ବିମାନବନ୍ଦର ଅପରେଟର, କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସ୍‌ଏଫ୍) ଓ ଅନ୍ୟାନ୍ୟ ଅଂଶୀଦାରଙ୍କୁ ଅବଗତ କରାଯାଇଛି।Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।