Six-Page Plea Found ସବୁଠି ହାରିଗଲି ମା’, ଶେଷରେ ତୁ ଭରସା’: ମା’ ମଝିଘରିଆଣୀଙ୍କ ହୁଣ୍ଡିରେ ଋଣମୁକ୍ତି ପାଇଁ ୬ ପୃଷ୍ଠାର ନିବେଦନ
"ରାୟଗଡା (ଶିବ ପ୍ରସାଦ ଦୋରା): ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା" ମଝିଘରିଆଣୀଙ୍କ ଦାନ ହୁଣ୍ଡିରୁ ଏକ ଭାବବିହ୍ୱଳ ତଥା ଦୁଃଖଭରା ଚିଠି ଦାନ ବକ୍ସ ମଧ୍ୟରୁ ମିଳିଛି ।
ଚିଠିରେ ଯେଭଳି ଢ଼ଙ୍ଗରେ ଭକ୍ତ ଜଣଙ୍କ ନିଜର ଦୁଃଖକୁ ଲେଖିଛନ୍ତି ତାହା ମନ୍ଦିର ପରିଚାଳନା କମିଟି ଓ ପ୍ରଶାସନିକ ଅଧିକାରୀଙ୍କୁ ଆଶ୍ଚର୍ଯ୍ୟ କରିବା ସହ ସହାନିଭୁତି ଜାଗ୍ରତ କରିଥିବା ଦେଖିବାକୁ ମିଳିଛି ।Advertisment ପ୍ରତ୍ୟେକ ଥର ଗଣତି ଭଳି ଆଜି ମନ୍ଦିର ୯ଟି ହୁଣ୍ଡି ଗଣତି ସମୟରେ ଟଙ୍କା, ସୁନା ଓ ରୂପା ଅଳଙ୍କାର ସହ କୋରାପୁଟ ଜିଲ୍ଲାର ଜଣେ ଅସହାୟ ଭକ୍ତଙ୍କ ଚିଠି ମିଳିଥିଲା ।
କେରାପୁଟ/ରାୟଗଡାର ଜଣେ ସୁନୀଲ ଖୋରା ନାମକ ଭକ୍ତ ଲେଖିଥିବା ସେହି ଚିଠିରେ, ନିଜ ପରିବାରର ଘୋର ଆର୍ଥିକ ଅନଟନ ଏବଂ ପ୍ରବଳ ଋଣଭାର କଥା ଲେଖିଛନ୍ତି।
ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ, ତାଙ୍କ ସାଙ୍ଗସାଥି ଓ ସମ୍ପର୍କୀୟ ପ୍ରାୟ ୨୩ ଜଣଙ୍କ ପାଖରୁ ଋଣ ନେଇଛନ୍ତି ଓ ସୁଝିବା ତାଙ୍କ ପକ୍ଷେ ଅସମ୍ଭବ ହୋଇପଡ଼ିଛି।
ବିଭିନ୍ନ ବ୍ୟକ୍ତିଙ୍କ ପାଖରୁ ଋଣ ଆଣିଥିବା ବେଳେ ଏଯାଏଁ ଋଣ ପରିଶୋଧ କରିପାରୁନାହାନ୍ତି ଫଳରେ ପରିବାର ଲୋକେ ବହୁ ଚାପରେ ଅଛନ୍ତି ।
ମାଁ ତାଙ୍କୁ ସହାୟ ହୁଅନ୍ତୁ ବୋଲି ଗୁହାରୀ କରିଛନ୍ତି।
ଚାରିଆଡ଼ୁ ନିରାଶ ହେବା ପରେ ଶେଷରେ ପ୍ରତ୍ୟକ୍ଷ ଠାକୁରାଣୀ ମା" ମଝିଘରିଆଣୀଙ୍କ ଉପରେ ସମସ୍ତ ଭରସା ରଖି ତାଙ୍କୁ ଉଦ୍ଧାର କରିବା ପାଇଁ ହୁଣ୍ଡିରେ ଗୁହାରି ପତ୍ର ପକାଇଛନ୍ତି।
Maa Majhighariani Temple ଖୋଲିଲା ମଝିଘରିଆଣୀଙ୍କ ହୁଣ୍ଡି, ମିଳିଲା ୧କୋଟି ୨୩ଲକ୍ଷ ଟଙ୍କା, ସୁନା ଓ ରୁପା ଦାନ ହୁଣ୍ଡିରୁ ବାହାରିଥିବା ଏହି ୬ପୃଷ୍ଠାର ଚିଠି ଜଣେ ଅସହାୟ ମଣିଷର ଦୁଃଖ, ଯନ୍ତ୍ରଣା ଓ ମାଙ୍କ ପ୍ରତି ଥିବା ଅଟୁଟ ବିଶ୍ୱାସର ପ୍ରତିଛବି ବୋଲି ମନ୍ଦିର ପରିଚାଳନା କମିଟିର ସଭ୍ୟ ରାଧାକୃଷ୍ନ ଦଳେଇ କହିଛନ୍ତି ।
ପୂର୍ବରୁ ଗଣତି ହେଲା ବେଳେ ଏଭଳି ଚିଠି କେବେ ଦେଖିବାକୁ ମିଳିନଥିଲା ବୋଲି ସଭ୍ୟ ଶ୍ରୀ ଦଳେଇ କହିଛନ୍ତି ।
ଗଣତି ବେଳେ ୯ଟି ଦାନହୁଣ୍ଡିରୁ ଲକ୍ଷଲକ୍ଷ ଟଙ୍କା, ସୁନା ଓ ରୂପା ଅଳଙ୍କାର ଓ ବିଦେଶୀ ମୁଦ୍ରା ବାହାରିଥିବା ବେଳେ ଏଭଳି ନିବେଦନ ଚିଠି ମିଳିବା ପରେ ମନ୍ଦିର ପରିସରରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆଲୋଚନାର ବିଷୟବସ୍ତୁ ପାଲଟିଛି ।
ଚିଠିରେ ଲେଖାଯାଇଥିବା ତଥ୍ୟରୁ ଭକ୍ତ ଜଣଙ୍କ ଯୁବକ ହୋପାରନ୍ତି ବୋଲି ଅନୁମାନ କରାଯାଇଛି କାରଣ ସେ ତାଙ୍କୁ ଗୋଟେ ଭଲ ରୋଜଗାର ଥିବା ଚାକିରୀ ମିଳୁ ବୋଲି ମଧ୍ୟ ଲେଖିଛନ୍ତି । ଯେଉଁ ଲୋକ ମାନଙ୍କର ଟଙ୍କା ଋଣ ନେଇଛି ସେମାନଙ୍କ ମନରେ ମୋ ପ୍ରତି ଶାନ୍ତି,ଦୟା,ବୁଝାମଣା,ସହଯୋଗ କରିବା ସହ ମୋ କଥା ବିଚାର ପାଇଁ ସେମାନଙ୍କୁ ସଦବୁଦ୍ଧି ଦିଅନ୍ତୁ ବୋଲି ମାଁଙ୍କ ନିକଟରେ ଭକ୍ତ ଜଣଙ୍କ ଗୁହାରୀ କରିଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।