Ind vs wi: ରାହୁଲଙ୍କ ଶତକକୁ ଫିକା କଲେ ହୋପ୍‌: ମୂଳପୋଛରୁ ବର୍ତ୍ତିଲା ଇଣ୍ଡିଜ୍

Oct 04, 2026 - 04:41
Ind vs wi: ରାହୁଲଙ୍କ ଶତକକୁ ଫିକା କଲେ ହୋପ୍‌: ମୂଳପୋଛରୁ ବର୍ତ୍ତିଲା ଇଣ୍ଡିଜ୍

"ନ୍ୟୁଚଣ୍ଡିଗଡ଼: ଭାରତ ବିପକ୍ଷ ତୃତୀୟ ଦିନିକିଆକୁ ୫ ୱିକେଟ୍‌ରେ ଜିତି ୱେଷ୍ଟଇଣ୍ଡିଜ୍‌ ଚଳିତ ଗସ୍ତରେ ସମ୍ମାନ ଓ ସାନ୍ତ୍ବନା ପାଇଛି।

ଅନ୍ୟପକ୍ଷରେ ବଡ଼ ସ୍କୋର କରିବା ସତ୍ତ୍ବେ ପ୍ରଭାବହୀନ ବୋଲିଂ କରି ଭାରତ ତିନି ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାକୁ ୩-୦ରେ ମୂଳପୋଛ କରିବାର ସୁଯୋଗ ହାତଛଡ଼ା କରିଛି।

ପ୍ରଥମ ଦୁଇ ଦିନିକିଆକୁ ଜିତିବା ଆଧାରରେ ଭାରତ କିନ୍ତୁ ୨-୧ରେ ଶୃଙ୍ଖଳା ଜିତି ନେଇଛି।

Advertisment ଶନିବାର ଭାରତ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା।

ତେବେ ୪ ରନ୍‌ ଭିତରେ ଅଧିନାୟକ ଶୁବମନ ଗିଲ୍‌ ଏବଂ କିଙ୍ଗ୍‌ ‌କୋହଲିଙ୍କୁ ହରାଇ ସଙ୍କଟରେ ପଡ଼ିଥିଲା।

ଏଭଳି ସ୍ଥିତିରେ ହିଟ୍‌ ମ୍ୟାନ୍‌ ରୋହିତ ଶର୍ମା ସ୍ଥିତି ସମ୍ଭାଳିଥିଲେ।

ସେ ୯୨ ରନ୍‌ କରିବା ପରେ ୱିକେଟ୍‌ ରକ୍ଷକ ବ୍ୟାଟର୍‌ କେଏଲ୍‌ ରାହୁଲଙ୍କ  ଅପରାଜିତ ଶତକ ଓ  ଋତୁରାଜ ଗାଏକ୍ୱାଡ୍‌ଙ୍କ ଅର୍ଦ୍ଧଶତକ ବଳରେ ଭାରତ ୭ ୱିକେଟ୍‌ ବିନିମୟରେ ୩୫୧ ରନ୍‌ କରି ନେଇଥିଲା।

ରାହୁଲ ଶନିବାର ନିଜ ନବମ ଦିନିକିଆ ଶତକ ହାସଲ କରିଥିଲେ।

ଶେଷ ଆଡ଼କୁ  ଅଂଶୁଲ କାମ୍ବୋଜ ୧୭ ରନ୍‌ ଓ ନମନ ଧୀର ୩୦ ରନ୍‌ କରିଥିଲେ।

ଏହାର ଜବାବରେ ୱେଷ୍ଟଇଣ୍ଡିଜ୍ ସାଇ ହୋପ୍‌ଙ୍କ ଅପରାଜିତ ୧୬୨ ରନ୍‌ ବଳରେ ୪୮.୨ ଓଭରରେ ୩୫୨/୫ କରି ଚଳିତ ଗସ୍ତରେ ପ୍ରଥମ ବିଜୟ ପାଇଥିଲା।

ସଂକ୍ଷିପ୍ତ ସ୍କୋର୍‌: ଭାରତ ୫୦ ଓଭରରେ-୩୫୧/୭ (କେଏଲ୍‌ ରାହୁଲ ୧୨୯*, ରୋହିତ ଶର୍ମା ୯୨, ଋତୁରାଜ ଗାଏକ୍ବାଡ୍‌ ୫୭, ନମନ ଧୀର  ୩୦, ଜେଡେନ ସିଲ୍‌ସ ୩/୬୨, କିମୋ ପଲ୍‌ ୨/୭୧)।

ୱେଷ୍ଟଇଣ୍ଡିଜ୍‌ ୪୮.୨ ଓଭରରେ- ୩୫୨/୫ (ସାଇ ହୋପ୍‌ ୧୬୨*, ଅମୀର ଜାଙ୍ଗୁ ୬୭, କିମୋ ପଲ୍‌ ୪୪, ନମନ ଧୀର ୧/୩୩, ମହମ୍ମଦ ସିରାଜ ୧/୫୨, କୁଳଦୀପ ଯାଦବ ୧/୬୨)।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।