India: ଭାରତ ଆଣବିକ ଧମକକୁ ଡରେ ନାହିଁ: ଜାତିସଂଘରେ ପାକିସ୍ତାନକୁ ଅନମୋଲ ସିଂହଙ୍କ କଡ଼ା ଜବାବ
"ନ୍ୟୁୟର୍କ: ଭାରତକୁ ଆଣବିକ ଅସ୍ତ୍ରର ଧମକ ଦେଇ ଚାପ ପକାଇବାକୁ ଉଦ୍ୟମ କରନାହିଁ।
ଏଭଳି ଧମକରେ ଭାରତ ଡରିବ ନାହିଁ କି ଆତଙ୍କବାଦ ବିରୋଧରେ ନିଜର ଅଧିକାରରୁ ପଛକୁ ହଟିବ ନାହିଁ ବୋଲି ଜାତିସଂଘରେ ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛନ୍ତି ଭାରତୀୟ କୂଟନୀତିଜ୍ଞ ଅନମୋଲ ଶେର ସିଂହ ବେଦୀ।
ଜାତିସଂଘ ମହାସଭାର ୮୧ତମ ଅଧିବେଶନର ପ୍ରଥମ କମିଟି ବୈଠକରେ ଶୁକ୍ରବାର ପାକିସ୍ତାନର ମନ୍ତବ୍ୟର ଜବାବ ଦେଇ ସେ ଏହା କହିଛନ୍ତି।
ଏହି କମିଟି ନିରସ୍ତ୍ରୀକରଣ ଓ ଅନ୍ତର୍ଜାତୀୟ ସୁରକ୍ଷା ପ୍ରସଙ୍ଗରେ ଆଲୋଚନା କରିଥାଏ।Advertisment ଆହୁରି ପଢନ୍ତୁ: Police Raid Gambling Den ପାରଳାଖେମୁଣ୍ଡିରେ ଚଢ଼ାଉ: କଲ୍ୟାଣମଣ୍ଡପରେ ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା ବେଦୀ କହିଥିଲେ ଯେ ଆଣବିକ ଅସ୍ତ୍ରକୁ କୂଟନୈତିକ ଚାପ ସୃଷ୍ଟି କରିବାର ସାଧାରଣ ଉପକରଣ ଭାବେ ବ୍ୟବହାର କରିବା ଉଚିତ ନୁହେଁ।
ଆଣବିକ ଅସ୍ତ୍ରର ଭୟ ଦେଖାଇ ସୀମାପାର ଆତଙ୍କବାଦ ଭଳି କାର୍ଯ୍ୟକଳାପର ପରିଣାମକୁ ଏଡ଼ାଇବାକୁ ଉଦ୍ୟମ କଲେ ଆଞ୍ଚଳିକ ଉତ୍ତେଜନା ହ୍ରାସ ପାଇବା ପରିବର୍ତ୍ତେ ଆହୁରି ବଢ଼ିବ।
ଭାରତର ସାମରିକ କ୍ଷମତା ପ୍ରତିରକ୍ଷା ପାଇଁ ଉଦ୍ଦିଷ୍ଟ ଏବଂ ଦେଶର ସୁରକ୍ଷା ଆବଶ୍ୟକତା ଅନୁଯାୟୀ ଏହା ଗଠିତ ହୋଇଛି ବୋଲି ସେ ସ୍ପଷ୍ଟ କରିଥିଲେ।
ଆହୁରି ପଢନ୍ତୁ: Nana Patekar: ସାମ୍ନାକୁ ଆସିଲା ନାନା ପାଟେକରଙ୍କ ପୋଷ୍ଟମର୍ଟମ ରିପୋର୍ଟ: ଏହି କାରଣରୁ ହେଲା ଦେହାନ୍ତ ଜମ୍ମୁ-କଶ୍ମୀରର ପହଲଗାମଠାରେ ୨୦୨୫ ଏପ୍ରିଲ ୨୨ ତାରିଖରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା।
ଏହାର ଜବାବରେ ଭାରତ "ଅପରେସନ୍ ସିନ୍ଦୂର" ଆରମ୍ଭ କରିଥିଲା।
ଏହା ଆତଙ୍କବାଦୀ ଭିତ୍ତିଭୂମିକୁ ଲକ୍ଷ୍ୟ କରି କରାଯାଇଥିବା ପ୍ରତିରକ୍ଷାମୂଳକ ପଦକ୍ଷେପ ଏବଂ ଏହାର ଉଦ୍ଦେଶ୍ୟ ଯୁଦ୍ଧକୁ ବ୍ୟାପକ କରିବା ନଥିଲା ବୋଲି ବେଦୀ କହିଥିଲେ।
ସେ ଭାରତର ତିନିଟି ମୁଖ୍ୟ ନୀତି ଉପରେ ଗୁରୁତ୍ୱ ଦେଇଥିଲେ।
ପ୍ରଥମତଃ, ଭାରତ ଉପରେ ଯେକୌଣସି ଆତଙ୍କବାଦୀ ଆକ୍ରମଣର ଉଚିତ ଜବାବ ଦିଆଯିବ।
ଦ୍ୱିତୀୟତଃ, ଆଣବିକ ଧମକ ଦେଇ ଭାରତକୁ ଦବାଇହେବ ନାହିଁ।
ତୃତୀୟତଃ, ଆତଙ୍କବାଦକୁ ସମର୍ଥନ ଦେଉଥିବା ଓ ଏହାର ଷଡ଼୍ଯନ୍ତ୍ର ରଚନା କରୁଥିବା ଲୋକଙ୍କ ମଧ୍ୟରେ ଭାରତ କୌଣସି ଭେଦଭାବ କରିବ ନାହିଁ।
ବେଦୀ ୧୯୬୦ ମସିହାରେ ସ୍ୱାକ୍ଷରିତ ସିନ୍ଧୁ ଜଳ ଚୁକ୍ତିର ପ୍ରସଙ୍ଗ ମଧ୍ୟ ଉଠାଇଥିଲେ।
ତାଙ୍କ ମତରେ, ଏହି ଚୁକ୍ତି ପାରସ୍ପରିକ ବିଶ୍ୱାସ ଓ ସଦ୍ଭାବ ଉପରେ ଆଧାରିତ ଥିଲା।
ଏହା ସହ ପାକିସ୍ତାନର ପରମାଣୁ ବୈଜ୍ଞାନିକ ଏ.
କ୍ୟୁ.
ଖାନ୍ଙ୍କ ନେଟୱର୍କର ଉଦାହରଣ ଦେଇ ସେ ଆଣବିକ ପ୍ରଯୁକ୍ତି ଓ ଅସ୍ତ୍ର ସମ୍ବନ୍ଧୀୟ ସାମଗ୍ରୀର ଅବୈଧ ପ୍ରସାର ରୋକିବାକୁ ବିଶ୍ୱ ସମୁଦାୟକୁ ସତର୍କ ରହିବାକୁ କହିଥିଲେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।