India squads for WI series: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜ ପାଇଁ ଦଳ ଘୋଷଣା, ଦୁଇ ନୂଆ ମୁହଁ ସାମିଲ

Sep 16, 2026 - 21:31
India squads for WI series: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜ ପାଇଁ ଦଳ ଘୋଷଣା, ଦୁଇ ନୂଆ ମୁହଁ ସାମିଲ

ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍ ଏବଂ ଏସିଆନ ଗେମ୍ସ ପାଇଁ ଟିମ୍ ଇଣ୍ଡିଆର ଦିନିକିଆ ସ୍କ୍ୱାଡ୍ ଘୋଷଣା। ଶୁଭମନ ଗିଲ୍‌ଙ୍କ ନେତୃତ୍ୱରେ ୧୫ ଜଣିଆ ଦଳରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ସ୍ଥାନ ମିଳିଛି। ରୋହିତଙ୍କୁ ଦଳରେ ରଖାଯାଇଥିବା ବେଳେ, ଦ୍ରୁତ ବୋଲର ଆକିବ ନବୀ ଓ ଅଲରାଉଣ୍ଡର ନମନ ଧୀର ପ୍ରଥମଥର ପାଇଁ ସିନିୟର ଦିନିକିଆ ଦଳରେ ସୁଯୋଗ ପାଇଛନ୍ତି। ଅନ୍ୟପଟେ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳରେ ରଖାଯାଇନାହିଁ।

କେଏଲ୍ ରାହୁଲଙ୍କୁ ଉପଅଧିନାୟକ ଦାୟିତ୍ୱ ମିଳିଛି। ରବୀନ୍ଦ୍ର ଜାଡେଜା ଓ କୁଲଦୀପ ଯାଦବ ସ୍ପିନ୍ ବିଭାଗ ସମ୍ଭାଳିବେ, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣ, ଗୁରନୂର ବ୍ରାର ଓ ଆକିବ ନବୀ ଦ୍ରୁତ ବୋଲିଂ ବିକଳ୍ପ ହେବେ। ହାର୍ଦ୍ଦିକଙ୍କୁ ତୁରନ୍ତ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରାଇବା ବଦଳରେ ଭାରତ-ଏ ଦଳ ସହ ଅକ୍ଟୋବରରେ ଅଷ୍ଟ୍ରେଲିଆ-ଏ ବିପକ୍ଷ ଦିନିକିଆ ସିରିଜ୍‌ରେ ଖେଳିବାର ସୁଯୋଗ ମିଳିଛି।

ଏପଟେ ରୋହିତ ଓ ବିରାଟଙ୍କ ଉପସ୍ଥିତି ଦଳକୁ ଅନୁଭବ ଦେବାକୁ ଥିବା ବେଳେ, ନୂଆ ମୁହଁ ଆକିବ ନବୀ ଓ ନମନ ଧୀରଙ୍କ ଉପରେ ମଧ୍ୟ ରହିବ ନଜର। ସେପ୍ଟେମ୍ବର ୨୭ରୁ ତିରୁବନନ୍ତପୁରମ୍‌ରେ ପ୍ରଥମ ଦିନିକିଆ ସହ ଆରମ୍ଭ ହେବ ତିନି ମ୍ୟାଚ୍‌ର ସିରିଜ୍।

ଶୁବମନ ଗିଲ୍ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଋତୁରାଜ ଗାଏକ୍ୱାଡ୍, କେଏଲ୍ ରାହୁଲ୍ (ଉପ-ଅଧିନାୟକ), ଧ୍ରୁବ ଜୁରେଲ୍, ନୀତିଶ କୁମାର ରେଡ୍ଡୀ, ରବୀନ୍ଦ୍ର ଜାଡେଜା
କୁଲଦୀପ ଯାଦବ, ପ୍ରସିଦ୍ଧ କୃଷ୍ଣ, ଗୁରନୂର ବ୍ରାର୍, ମହମ୍ମଦ ସିରାଜ୍, ଆକିବ ନବୀ, ଯଶସ୍ୱୀ ଜୈସ୍ୱାଲ୍, ନମନ ଧୀର୍ । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।