India’s Unemployment Rate Fall: ଜୁଲାଇରେ ଦେଶର ବେକାରି ହାର ଖସିଲା, ଗ୍ରାମାଞ୍ଚଳରେ ବଢ଼ିଲା ରୋଜଗାର
ଦେଶରେ ଖସିଲା ବେକାରି ହାର। ଜୁନ୍ର ୫.୫ ପ୍ରତିଶତରୁ ଜୁଲାଇରେ ଦେଶର ବେକାରି ହାର ୫.୧ ପ୍ରତିଶତକୁ ଖସିଛି। ଗ୍ରାମାଞ୍ଚଳରେ ରୋଜଗାର ସ୍ଥିତିରେ ସୁଧାର ଯୋଗୁଁ ଏହି ହ୍ରାସ ଘଟିଛି।
ନ୍ୟାସନାଲ୍ ଷ୍ଟାଟିଷ୍ଟିକାଲ୍ ଅଫିସ୍ ତଥ୍ୟ ଅନୁସାରେ, ଗ୍ରାମାଞ୍ଚଳର ବେକାରି ହାର ଜୁନ୍ର ୫ ପ୍ରତିଶତରୁ ଜୁଲାଇରେ ୪.୫ ପ୍ରତିଶତକୁ ହ୍ରାସ ପାଇଛି। ତେବେ ସହରାଞ୍ଚଳରେ ବେକାରି ହାର ସାମାନ୍ୟ ବଢ଼ି ୬.୬ରୁ ୬.୭ ପ୍ରତିଶତ ହୋଇଛି।
ରୋଜଗାର ବଜାରରେ ଆଉ ଏକ ସକାରାତ୍ମକ ସଙ୍କେତ ହେଉଛି ଲେବର୍ ଫୋର୍ସ ପାର୍ଟିସିପେସନ୍ ରେଟ୍(LFPR) ବୃଦ୍ଧି। ୧୫ ବର୍ଷ ଓ ତାଠୁ ଅଧିକ ବୟସର ଲୋକଙ୍କ LFPR ଜୁନ୍ର ୫୪.୪ ପ୍ରତିଶତରୁ ଜୁଲାଇରେ ୫୫.୪ ପ୍ରତିଶତକୁ ବଢ଼ିଛି।
ଗ୍ରାମାଞ୍ଚଳରେ ଏହି ବୃଦ୍ଧି ଆହୁରି ସ୍ପଷ୍ଟ। ଗ୍ରାମୀଣ LFPR ଏକ ମାସରେ ୧.୪ ପ୍ରତିଶତ ପଏଣ୍ଟ ବଢ଼ି ୫୮ ପ୍ରତିଶତରେ ପହଞ୍ଚିଛି। ମହିଳାଙ୍କ LFPR ମଧ୍ୟ ୧.୭ ପ୍ରତିଶତ ପଏଣ୍ଟ ବଢ଼ି ୩୪.୪ ପ୍ରତିଶତ ହୋଇଛି।
କାମରେ ଥିବା ଲୋକଙ୍କ ଅନୁପାତ ମଧ୍ୟ ବଢ଼ିଛି। କାର୍ଯ୍ୟରତ ଜନସଂଖ୍ୟା ଅନୁପାତ(WPR) ଜୁନ୍ର ୫୧.୪ ପ୍ରତିଶତରୁ ଜୁଲାଇରେ ୫୨.୫ ପ୍ରତିଶତକୁ ବଢ଼ିଛି। ଫେବ୍ରୁଆରୀ ୨୦୨୬ ପରେ ଏହା ପ୍ରଥମ ମାସିକ ବୃଦ୍ଧି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।