Investigation: ନକଲି ଔଷଧ ମାମଲା ସମୟ ସୀମା ଭିତରେ ତଦନ୍ତ ଓ ବିଚାର ପାଇଁ ସୁପ୍ରିମକୋର୍ଟରେ ପିଆଇଏଲ୍
"ନୂଆଦିଲ୍ଲୀ: ନକଲି ଔଷଧର ଉତ୍ପାଦନ ଓ ବିକ୍ରି ରୋକିବା ପାଇଁ ଏକ ସମାନ ଜାତୀୟସ୍ତରୀୟ ଢାଞ୍ଚା ଦାବି କରି ସୁପ୍ରିମକୋର୍ଟରେ ଏକ ଜନହିତକର ଆବେଦନ (ପିଆଇଏଲ୍) ଦାଖଲ କରାଯାଇଛି, ଯେଉଁଥିରେ ଅଭିଯୋଗ କରାଯାଇଛି ଯେ, ବିଦ୍ୟମାନ ବ୍ୟବସ୍ଥାରେ ଥିବା ଫାଙ୍କ ଏପରି ରାକେଟଗୁଡ଼ିକୁ ବିନା ଉତ୍ତର ଦାୟିତ୍ବରେ କାମ କରିବାକୁ ଦେଇଥାଏ।Advertisment ଆହୁରି ପଢନ୍ତୁ :Nabarangpur Floods ନବରଙ୍ଗପୁର ବର୍ଷା ବିତ୍ପାତ: ୨୪,୭୦୬ ପ୍ରଭାବିତ, ପ୍ରାରମ୍ଭିକ କ୍ଷତି ୫୪କୋଟି ଟଙ୍କା ଆଡଭୋକେଟ ଅଶ୍ବିନୀ ଉପାଧ୍ୟାୟ ପିଆଇଏଲ୍ ଦାଖଲ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନକଲି ଔଷଧ ମାମଲାରେ ତଦନ୍ତ ତିନି ମାସ ଭିତରେ ଶେଷ କରିବା ଓ ବିଚାର ପ୍ରକ୍ରିୟା ବର୍ଷକ ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେବାକୁ ନିବେଦନ କରିଛନ୍ତି।
ଏହାସହିତ ଜବତ ଔଷଧର ସମୟସୀମା ମଧ୍ୟରେ ଫୋରେନସିକ୍ ପରୀକ୍ଷା, ସନ୍ଧାନ ଓ ଜବତ ପ୍ରକ୍ରିୟାର ବାଧ୍ୟତାମୂଳକ ଭିଡିଓଗ୍ରାଫି ଓ ତଦନ୍ତ ଏବଂ ମାମଲା ରୁଜୁ ପାଇଁ ଏକ ମାନକ କାର୍ଯ୍ୟପଦ୍ଧତି ପାଇଁ ମଧ୍ୟ ଦାବି କରିଛନ୍ତି।
ଆହୁରି ପଢନ୍ତୁ :80-Year-Old Woman Allegedly molested ୮୦ ବର୍ଷର ବୃଦ୍ଧାଙ୍କୁ ଜଙ୍ଗଲ ଭିତରେ ବଳାକ୍ତାର ଆବେଦନରେ ନକଲି ଔଷଧ ନିର୍ମାତା, ବିକ୍ରେତା ଓ ଆର୍ଥିକ ସହାୟତା ପ୍ରଦାନକାରୀଙ୍କ ସମ୍ପତ୍ତିର ମୂଲ୍ୟାଙ୍କନ ଏବଂ ମନି ଲଣ୍ଡରିଂ ନିବାରଣ ଆଇନ, ବେନାମି ସମ୍ପତ୍ତି ଆଇନ ଓ କଳାଧନ ଆଇନ ଅନୁଯାୟୀ ଜବତ କରିବାକୁ ମଧ୍ୟ ଦାବି କରାଯାଇଥିଲା।
ନକଲି ଔଷଧ ଅପରାଧ ପାଇଁ ଗ୍ରେଡେଡ୍ ଦଣ୍ଡ ନୀତି, ଉପଯୁକ୍ତ ମାମଲାରେ କ୍ରମାଗତ ଦଣ୍ଡ ବିଧାନ ସହିତ ନକଲି ଔଷଧ ପ୍ରସାରଣ ରୋକିବା ପାଇଁ ପରିବର୍ତ୍ତନ ସୁପାରିସ କରି ଏକ ରିପୋର୍ଟ ପ୍ରସ୍ତୁତ କରିବାକୁ ଆଇନ କମିଶନଙ୍କୁ ନିର୍ଦ୍ଦେଶ ଦେବାକୁ ମଧ୍ୟ ଦାବି କରାଯାଇଥିଲା।
ଆହୁରି ପଢନ୍ତୁ :Gyanesh Kumar: ନାଗରିକତା ନିର୍ଦ୍ଧାରଣ ଇସିଆଇର ଦାୟିତ୍ୱ ନୁହେଁ: କଂଗ୍ରେସ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ଆବେଦନକାରୀ ବେଙ୍ଗାଲୁରୁର ୯୦ ରୁ ଅଧିକ ହସ୍ପିଟାଲକୁ ନକଲି କର୍କଟ ଔଷଧ ଯୋଗାଣର ସାମ୍ପ୍ରତିକ ରିପୋର୍ଟ, ପୂର୍ବରୁ କଫ୍ ସିରପ୍ ମୃତ୍ୟୁ ଓ ନକଲି ଔଷଧ ଜବତ ହେବା ଆଦି ଘଟଣାକୁ ଆଧାର କରି ପିଆଇଏଲ୍ ଦାଖଲ କରିଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।