Iran War Puts Heavy Pressure on US Military Spending and Arsenal: ଇରାନ ଯୁଦ୍ଧ ଆମେରିକାକୁ ମହଙ୍ଗା, ବଢ଼ିଲା ଖର୍ଚ୍ଚ ଓ ସାମରିକ କ୍ଷତି
ଆମେରିକାକୁ ମହଙ୍ଗା ପଡ଼ିଲାଣି ଇରାନ ଯୁଦ୍ଧ। ୬ ମାସରେ ଖର୍ଚ୍ଚ ହେଲାଣି ୩ ଲକ୍ଷ କୋଟି । ଖାଲି ହେଉଛି ଅସ୍ତ୍ରଭଣ୍ଡାର । ଯୁଦ୍ଧରେ ଆମେରିକାର କ୍ଷୟକ୍ଷତି ନେଇ ଏଭଳି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ପେଣ୍ଟାଗନ୍ ଇନ୍ସପେକ୍ଟର ଜେନେରାଲ । ରିପୋର୍ଟ ଅନୁସାରେ, ଯୁଦ୍ଧରେ ଆମେରିକା ପ୍ରାୟ ୩୩.୪ ବିଲିୟନ୍ ଡଲାର ବା ୩.୨୧ ଲକ୍ଷ କୋଟି ଖର୍ଚ୍ଚ କଲାଣି ।
କେବଳ ଅସ୍ତ୍ରଶସ୍ତ୍ର ଓ ମିସାଇଲ୍ ବ୍ୟବହାରରେ ଖର୍ଚ୍ଚ ହୋଇଛି ୨୨ ବିଲିୟନ୍ ଡଲାରରୁ ଅଧିକ। ଖାଲି ଟଙ୍କା ନୁହେଁ, ଯୁଦ୍ଧରେ ଆମେରିକାକୁ ହରାଇବାକୁ ପଡ଼ିଛି ଅନେକ ସାମରିକ ବିମାନ ଓ ଡ୍ରୋନ୍। ଅତିକମରେ ୪ଟି F-15E ଫାଇଟର ଜେଟ୍ ଧ୍ୱଂସ ହୋଇଥିବାବେଳେ ଏକ F-35A କ୍ଷତିଗ୍ରସ୍ତ ହୋଇଛି ।
ଅନେକ ଅନ୍ୟ ସାମରିକ ବିମାନ କ୍ଷତିଗ୍ରସ୍ତ କିମ୍ବା ନଷ୍ଟ ହୋଇଥିବା କୁହାଯାଇଛି। ସବୁଠାରୁ ବଡ଼ କ୍ଷତି ହେଉଛି, ଆମେରିକାର ୩୦ଟି MQ-9 ରିପର୍ ଡ୍ରୋନ୍ ଧ୍ବଂସ ହୋଇଯାଇଛି । ଏହା ସହିତ ୭ଟି KC-135 ଟ୍ୟାଙ୍କର ବିମାନ, ହେଲିକପ୍ଟର ଏବଂ ଅନ୍ୟାନ୍ୟ ସର୍ଭେଲାନ୍ସ ପ୍ଲାଟଫର୍ମ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଇରାନ ଆକ୍ରମଣରେ ମଧ୍ୟପ୍ରାଚ୍ୟର ବିଭିନ୍ନ ଦେଶରେ ଥିବା ଆମେରିକୀୟ ସାମରିକ ଘାଟିର ଶହ ଶହ କୋଠା କ୍ଷତିଗ୍ରସ୍ତ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି ।
ଅନ୍ୟପଟେ ଆମେରିକାର ଅସ୍ତ୍ର ଭଣ୍ଡାର ଉପରେ ଚାପ ବଢିଛି। ଅନେକ ମାନବୀୟ କ୍ଷତି ମଧ୍ୟ ସହିଛି ଆମେରିକା । ଜୁନ୍ ୩୦ ପର୍ଯ୍ୟନ୍ତ ଅତିକମରେ ୧୧ ଜଣ ଆମେରିକୀୟ ସାମରିକ କର୍ମଚାରୀ ଯୁଦ୍ଧରେ ନିହତ ହୋଇଥିବାବେଳେ ୭ ଜଣ ଅଣଯୁଦ୍ଧଜନିତ ଘଟଣାରେ ମୃତ ଏବଂ ୪୧୭ ଜଣ ଆହତ ହୋଇଥିବା ରିପୋର୍ଟରେ କୁହାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।