Jhiram Ghati Massacre Case: ୧୩ ବର୍ଷ ପରେ ଝିରମଘାଟି ଗଣସଂହାର ମାମଲା ରାୟ: ୨ ମହିଳାଙ୍କ ସମେତ ୧୦ ନକ୍ସଲଙ୍କୁ ମୃତ୍ୟୁଦଣ୍ଡ
"ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ଘଟିଥିବା ବହୁଚର୍ଚ୍ଚିତ ଝିରମଘାଟିରେ ନକ୍ସଲଙ୍କ ଦ୍ବାରା ଗଣସଂହାର ମାମଲାର ରାୟ୧୩ ବର୍ଷ ପରେ ପ୍ରକାଶ ପାଇଛି।
ଜଗଦଲପୁରସ୍ଥିତ ସ୍ୱତନ୍ତ୍ର ଏନ୍ଆଇଏ ଅଦାଲତର ବିଚାରପତି ଅଜୟ ସିଂହ ରାଜପୁତ ମାମଲାରେ ଦୋଷୀ ସାବ୍ୟସ୍ତ ୧୦ ନକ୍ସଲଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି।
Advertisment ଝିରମଘାଟି ହତ୍ୟାକାଣ୍ଡକୁ ୧୧ ବର୍ଷ ପୁରିଲା: ଦେଶର ସର୍ବବୃହତ ହତ୍ୟାକାଣ୍ଡର ରହସ୍ୟ ଖୋଲିଲା ନାହିଁ ପରିବର୍ତ୍ତନ ରାଲି ସାରି ଫେରୁଥିବା କଂଗ୍ରେସର ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ଓ ୩୧ କଂଗ୍ରେସ ନେତାଙ୍କୁ ନକ୍ସଲ ଆମ୍ବୁସ୍ କରି ହତ୍ୟା କରିଥିଲେ।
ହତ୍ୟା ଓ ହତ୍ୟା ଉଦ୍ୟମ ସମ୍ପର୍କିତ ବିଚାରାଧୀନ ମାମଲାରେ ଏହି ଦଣ୍ଡାଦେଶ ହୋଇଛି।
ରାୟ ବିରୋଧରେ ଅପିଲ ପାଇଁ ଦୋଷୀମାନଙ୍କୁ ଏକ ମାସ ସମୟ ଦିଆଯାଇଛି।
ମୃତ୍ୟୁଦଣ୍ଡ ପାଇଥିବା ନକ୍ସଲମାନେ ହେଲେ ପ୍ରମିଳା ମୋଡିୟମ, ଚୈତୁ ଲେକାମ ଓରଫ ମୁନ୍ନା, ସୁମିତ୍ରା ପୁନେମ, ମୁକ୍କା ମାଣ୍ଡବି, କୋସା କାବାସୀ, ଆୟତା ମାଡକମ, ମାଜରାମୀ ଦେବା, ଜଗା ମାଡକାମୀ, ବଞ୍ଜାମୀ ସନା ଓରଫ ଚାମରୁ ଏବଂ ମହାଦେବ ନାଗ।
୫ ସେପ୍ଟେମ୍ବର ୨୦୨୬ରେ ଅଦାଲତ ଏହି ୧୦ ନକ୍ସଲଙ୍କୁ ଦୋଷୀ ସାବ୍ୟସ୍ତ କରି ରାୟ ସଂରକ୍ଷିତ ରଖିଥିଲେ।
ଜଗଦଲପୁରସ୍ଥିତ ଏନ୍ଆଇଏର ସ୍ୱତନ୍ତ୍ର ଅଦାଲତରେ ଦୀର୍ଘ ୧୩ ବର୍ଷ ଧରି ମାମଲାର ଶୁଣାଣି ଚାଲିଥିଲା ଆଜି ବିଚାରପତି ଚୂଡ଼ାନ୍ତ ରାୟ ଘୋଷଣା କରିଥିଲେ।
RECOVERY OF MAOIST DUMP: ମାଓବାଦୀ ଡମ୍ପ ଠାବ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ଘଟଣାର ବିବରଣୀ ଅନୁସାରେ, ୨୦୧୩ ମଇ ୨୫ରେ ଏହି ବଡ଼ ଗଣସଂହାର ଘଟିଥିଲା।
ଛତିଶଗଡ଼ ବିଧାନସଭା ନିର୍ବାଚନ ଲାଗି କଂଗ୍ରେସର ପରିବର୍ତ୍ତନ ଯାତ୍ରା ରାଲି ସୁକମାରେ ଥିଲା।
ଏହି ସଭାରୁ ଫେରୁଥିବା ବେଳେ ଝିରମଘାଟିର ଘଞ୍ଚ ଜଙ୍ଗଲରେ ନକ୍ସଲମାନେ କଂଗ୍ରେସ ନେତାଙ୍କ ଉପରେ ଆକ୍ରମଣ କରିଥିଲେ।
ଏହି ଭୟଙ୍କର ଆକ୍ରମଣରେ କଂଗ୍ରେସର ବହୁ ବରିଷ୍ଠ ନେତାଙ୍କ ସମେତ ୩୧ ଜଣଙ୍କ ମୃତ୍ୟୁ ହୋଇଥିଲା।
ମୃତକଙ୍କ ମଧ୍ୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଦ୍ୟାଚରଣ ଶୁକ୍ଳ, ତତ୍କାଳୀନ ଛତିଶଗଡ଼ କଂଗ୍ରେସ ସଭାପତି ନନ୍ଦ କୁମାର ପଟେଲ, ତାଙ୍କ ପୁଅ ଦୀନେଶ ପଟେଲ, କଂଗ୍ରେସର ବରିଷ୍ଠ ନେତା ତଥା ସଲୱା ଜୁଡୁମ୍ର ପ୍ରମୁଖ ଚେହେରା ମହେନ୍ଦ୍ର କର୍ମା ଏବଂ ପୂର୍ବତନ ବିଧାୟକ ଉଦୟ ମୁଦଲିଆର ପ୍ରମୁଖ ଥିଲେ।
ଆକ୍ରମଣରେ ଅନେକ ସୁରକ୍ଷାକର୍ମୀ ଓ କଂଗ୍ରେସ କର୍ମୀ ମଧ୍ୟ ପ୍ରାଣ ହରାଇବା ସହ ଗୁରୁତର ହୋଇଥିଲେ।
ଗୁଳିବିଦ୍ଧ ବିଦ୍ୟାଚରଣ ଶୁକ୍ଳଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା।
ମାମଲାରେ ପ୍ରାରମ୍ଭରେ ୧୧ ଜଣଙ୍କ ବିରୋଧରେ ଶୁଣାଣି ଆରମ୍ଭ ହୋଇଥିଲା।
ବିଚାର ପ୍ରକ୍ରିୟା ଚାଲିଥିବା ସମୟରେ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଥିଲଶ ଓ ଅବଶିଷ୍ଟ ୧୦ ଜଣଙ୍କ ବିରୋଧରେ ବିଚାରପ୍ରକ୍ରିୟା ଚାଲିଥିଲା।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।