Kabaddi: କବାଡ଼ିରେ ସ୍ବର୍ଣ୍ଣିମ ଯୁଗଳ: ଇରାନକୁ ହରାଇ ଭାରତୀୟ ପୁରୁଷ ଓ ମହିଳା ଦଳ ଚାମ୍ପିଅନ୍
"ନାଗୋୟା: ଏସୀୟ କ୍ରୀଡ଼ା କବାଡ଼ିରେ ଶନିବାର ଭାରତ ଯୁଗଳ ସ୍ବର୍ଣ୍ଣ ପଦକ ହାସଲ କରିଛି।
ଉଭୟ ପୁରୁଷ ଓ ମହିଳା ଦଳ ଇରାନକୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିଛନ୍ତି।
ଶନିବାର ଅପରାହ୍ଣରେ ରୋମାଞ୍ଚକର ଫାଇନାଲ୍ରେ ପୁରୁଷ ଦଳ ଇରାନକୁ ୪୦-୩୪ ପଏଣ୍ଟରେ ପରାସ୍ତ କରିଛି।
ଏଥିସହ ଭାରତ ପୁରୁଷ କବାଡ଼ିରେ ନବମ ସ୍ୱର୍ଣ୍ଣ ପଦକ ହାସଲ କରିଛି।
୨୦୧୮ ଏସୀୟ କ୍ରୀଡ଼ା ଚାମ୍ପିଅନ୍ ଇରାନ ବିପକ୍ଷ ଏହି ମୁକାବିଲା ବେଶ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା।
ଉଭୟ ଦଳ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ଯୋଗୁଁ କୌଣସି ଦଳ ଦୀର୍ଘ ସମୟ ପର୍ଯ୍ୟନ୍ତ ନିଜର ଆଧିପତ୍ୟ ବଜାୟ ରଖିପାରି ନଥିଲେ।
ବିଶେଷକରି ଦ୍ୱିତୀୟାର୍ଦ୍ଧରେ ମ୍ୟାଚ୍ ଅତ୍ୟନ୍ତ ରୋମାଞ୍ଚକର ହୋଇଥିଲା।
ତେବେ ଶେଷ ପର୍ଯ୍ୟାୟରେ ଭାରତୀୟ ଖେଳାଳିମାନେ ଚାପକୁ ସଫଳତାର ସହ ମୁକାବିଲା କରି ବିଜୟ ହାସଲ କରିଥିଲେ।
Advertisment Narendra Moid: ପ୍ରଧାନମନ୍ତ୍ରୀଙ୍କ "ଭଜନ କ୍ଲବିଂ"କୁ ନେଇ କଂଗ୍ରେସ ନେତାଙ୍କ କଟାକ୍ଷ ଏହାର କିଛି ଘଣ୍ଟା ପୂର୍ବରୁ ଭାରତୀୟ ମହିଳା ଦଳ ମଧ୍ୟ ଇରାନକୁ ୩୭-୩୪ରେ ହରାଇ ନିଜର ଟାଇଟଲ୍ ବଜାୟ ରଖିଥିଲା।
ଏହି ରୋମାଞ୍ଚକ ତଥା ତୀବ୍ର ସଂଘର୍ଷପୂର୍ଣ୍ଣ ମୁକାବିଲାର ପ୍ରଥମାର୍ଦ୍ଧରେ ଭାରତ ୨୨-୧୬ରେ ଆଗୁଆ ରହିଥିଲା।
ତେବେ ଦ୍ୱିତୀୟାର୍ଦ୍ଧରେ ଇରାନ ଜୋରଦାର ପ୍ରତ୍ୟାବର୍ତ୍ତନ କରି ସ୍କୋରକୁ ୨୬-୨୭ରେ ପହଞ୍ଚାଇଥିଲା।
ଚାପରେ ଥାଇ ମଧ୍ୟ ଭାରତୀୟ ଦଳ ଭାଙ୍ଗି ପଡ଼ିନଥିଲା।
ଅସୀମ ଧୈର୍ଯ୍ୟ ଓ ବରଫ ଭଳି ଶାନ୍ତ ସ୍ବଭାବରେ ଖେଳ ଜାରି ରଖିଥିଲା।
SIR: "ବିହାର, ପଶ୍ଚିମବଙ୍ଗର ଏସଆଇଆର ନିଷ୍ପତ୍ତି ସର୍ବସମ୍ମତିକ୍ରମେ ନିଆଯାଇଥିଲା" ଶେଷ ମୁହୂର୍ତ୍ତରେ ସଞ୍ଜୁଙ୍କ ଦୁଇ ପଏଣ୍ଟର ରେଡ୍ ଏବଂ ପୁଷ୍ପା ରାଣାଙ୍କ ଗୁରୁତ୍ୱପୂର୍ଣ୍ଣ ଟ୍ୟାକଲ୍ ଭାରତର ବିଜୟକୁ ସୁନିଶ୍ଚିତ କରିଥିଲା।
ଚାରି ମିନିଟ୍ ବାକି ଥିବାବେଳେ ଭାରତ ୩୪-୨୮ରେ ଆଗୁଆ ହୋଇଥିଲା।
ଶେଷରେ ଭାରତ ୩୭-୩୪ରେ ବିଜୟୀ ହୋଇ ସ୍ୱର୍ଣ୍ଣ ପଦକ ହାତେଇଥିଲା।
ଏସୀୟ କ୍ରୀଡ଼ାରେ ମହିଳା କବାଡ଼ି ୨୦୧୦ରେ ସାମିଲ ହେବା ପରଠାରୁ ଭାରତ ୨୦୧୮କୁ ଛାଡ଼ି ପ୍ରତ୍ୟେକ ସଂସ୍କରଣରେ ବିଜେତା ହୋଇଛି।
୨୦୧୮ରେ ଇରାନ ଭାରତକୁ ହରାଇ ସ୍ୱର୍ଣ୍ଣ ଜିତିଥିଲା।
ଏଥର ଫାଇନାଲରେ ଇରାନକୁ ହରାଇ ଭାରତ ପୁଣିଥରେ ଶ୍ରେଷ୍ଠତ୍ବ ପ୍ରମାଣ କରିଛି।
ପୂର୍ବ ପରାଜୟର ମଧୁର ପ୍ରତିଶୋଧ ବି ନେଇଛି।
ଏହି ସ୍ମରଣୀୟ ବିଜୟ ପରେ ଭାରତୀୟ ଖେଳାଳି ଷ୍ଟାଡିୟମ୍ରେ ବିଜୟ ପରିକ୍ରମା କରିବା ସହ "ବନ୍ଦେ ମାତରମ୍" ଧ୍ୱନି ଦେଇଥିଲେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।