Karan's 'Bishkanya: ଆସୁଛି କରଣଙ୍କ ‘ବିଷକନ୍ୟା’

Sep 26, 2026 - 19:44
Karan's 'Bishkanya: ଆସୁଛି କରଣଙ୍କ ‘ବିଷକନ୍ୟା’

"କରଣ ଜୋହରଙ୍କ ଧର୍ମା ପ୍ରଡକ୍‌ସନ୍‌ସ ଆଉ ଏକ ହରର୍‌ ଫିଲ୍ମର ନିର୍ମାଣ କାର୍ଯ୍ୟ ହାତକୁ ନେଇଛି।

ସୋନାଲ ଯୋଶୀଙ୍କ ନିର୍ଦ୍ଦେଶିତ ଏହି ସିନେମାର ଶୀର୍ଷକ ରହିଛି "ବିଷକନ୍ୟା"।

ପୁଣି ଏହି ଫିଲ୍ମରେ ଏକ ନୂଆ ଯୋଡ଼ିକୁ ଲଞ୍ଚ କରୁଛି ଧର୍ମା।

ବଲିଉଡ୍‌ ଅଭିନେତା ରାଜକୁମାର ରାଓ ଓ ଅଭିନେତ୍ରୀ ପ୍ରତିଭା ରଣ୍ଟାଙ୍କୁ ଏଥିରେ ନାୟକନାୟିକା ଭାବେ ଦେଖିବାକୁ ମିଳିବ।

ପୌରାଣିକ କଥାବସ୍ତୁ ଆ‌ଧାରିତ "ବିଷକନ୍ୟା"ର ରିଲିଜ୍‌ ତାରିଖ ସ୍ଥିରୀକୃତ ହୋଇନାହିଁ।

ଏହାର କାହାଣୀ ଓ କଳାକାରମାନଙ୍କ ସଂପର୍କରେ ମଧ୍ୟ ସବିଶେଷ ସୂଚନା ପ୍ରକାଶ ପାଇନାହିଁ।

ଧର୍ମା ପ୍ରଡକ୍‌ସନ୍‌ସ ପୂର୍ବରୁ ଅନେକ ଲୋକପ୍ରିୟ ହରର୍‌ ଓ ଫାଣ୍ଟାସି ସିନେମା ପ୍ରସ୍ତୁତି କରିଥିବାରୁ ଦର୍ଶକଙ୍କ ମଧ୍ୟରେ ନୂଆ ଛବିକୁ ନେଇ ଉତ୍ସୁକତା ଦେଖିବାକୁ ମିଳିଛି।

Advertisment Landslides: ଭୂସ୍ଖଳନ, ସୁରକ୍ଷା ପାଚେରୀ ଭାଙ୍ଗିବା ପରେ କଳିଙ୍ଗା ଘାଟି ବଢ଼ାଇଲା ଚିନ୍ତା ୨୦୨୦ ମସିହାରେ ମୁକ୍ତିଲାଭ କରିଥିବା "ଭୂତ୍‌-ପାର୍ଟ ୱାନ୍‌: ଦ ହଣ୍ଟେଡ୍‌ ସିପ୍‌" ଏବଂ ୨୦୨୨ର "ବ୍ରହ୍ମାସ୍ତ୍ର: ପାର୍ଟ ୱାନ୍‌-ଶିବ" ଭଳି ଫିଲ୍ମ ଧର୍ମା ପ୍ରଡକ୍‌ସନ୍‌ସର ହରର୍‌ ଓ ଫାଣ୍ଟାସି ଫିଲ୍ମ ଦୁନିଆରେ ଦୁଇ ପ୍ରମୁଖ ସଫଳତା।

ନିକଟରେ ଧର୍ମା ବ୍ୟାନରରେ "ଓଡିୟନ୍‌: ଦ ଏଜ୍‌ ଅଫ୍‌ ଇଲୁଜନ୍‌" ଓ "ନାଗଜିଲା" ରିଲିଜ୍‌ ହେବାକୁ ଯାଉଛି।ଅନ୍ୟପକ୍ଷରେ ରାଜକୁମାର ରାଓଙ୍କ ଆଗାମୀ ଫିଲ୍ମ ମଧ୍ୟରେ ରହିଛି "ପ୍ରହାର: ଦ ଅନଟୋଲ୍ଡ ଷ୍ଟୋରି ଅଫ୍‌ ଉଜ୍ଜ୍ୱଳ ନିକମ୍‌" ଏବଂ ଅଭିନେତ୍ରୀ ପ୍ରତିଭାଙ୍କୁ ଅତୀତରେ ଚଳଚ୍ଚିତ୍ର "ଲାପତା ଲେଡିଜ୍‌" ଓ ୱେବ୍‌ ସିରିଜ୍‌ "ଦ ରେଭଲ୍ୟୁସନାରିଜ୍‌"ରେ ଦେଖିବାକୁ ମିଳିଛି।

Horoscope 2026 September 26: ଜାଣନ୍ତୁ ଆଜିର ରାଶିଫଳ..."

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।