Late-Night Road Accident: ରାସ୍ତାରେ କାର୍ ମରାମତି ବେଳେ ପଛରୁ ପିଟିଲା ଦ୍ରୁତଗାମୀ ଟ୍ରକ୍, ଜଣଙ୍କର ମୃତ୍ୟୁ

Sep 22, 2026 - 10:55
Late-Night Road Accident: ରାସ୍ତାରେ କାର୍ ମରାମତି ବେଳେ ପଛରୁ ପିଟିଲା ଦ୍ରୁତଗାମୀ ଟ୍ରକ୍, ଜଣଙ୍କର ମୃତ୍ୟୁ

ଯାଜପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାସ୍ତା ଉପରେ ଗାଡ଼ି ମରାମତି ବେଳେ ପଛରୁ ପିଟିଲା ଟ୍ରକ୍ । ଦୁର୍ଘଟଣାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବାବେଳେ ଡ୍ରାଇଭରଙ୍କ ସମେତ ଦୁଇଜଣ ଗୁରୁତର ହୋଇଛନ୍ତି। ପାଣିକୋଇଲି ଥାନା ସଠିପୁର ପଥପ୍ରାନ୍ତ ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା । ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଭଦ୍ରକରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ କାର୍ ।

ଖରାପ ହୋଇଯିବାରୁ ଚାଳକ ରାସ୍ତା ଉପରେ ଗାଡ଼ି ରଖି ମରାମତି କରୁଥିଲେ । ଏହି ସମୟରେ ପଛପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ କାରଟିକୁ ପଛରୁ ଧକ୍କା ଦେଇଥିଲା । ପୋଲିସ ତିନି ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ସେଠାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟମାନଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଉଥିବା ସୂଚନା ମିଳିଛି । ତେବେ ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । 

ଯାଜପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା
ରାସ୍ତା ଉପରେ ଗାଡ଼ି ମରାମତି ବେଳେ ପଛରୁ ପିଟିଲା ଟ୍ରକ୍
ଦୁର୍ଘଟଣାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ, ୨ ଗୁରୁତର

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।