05 SEPTEMBER 2026

Welcome!

Unlock your personalized experience.
Sign Up

Leased land: ଫେରିବ ଅବ୍ୟବହୃତ ଲିଜ୍‌ ଜମି: ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ରାଜସ୍ବ ପର୍ଷଦ

Aug 07, 2026 - 03:09
Leased land: ଫେରିବ ଅବ୍ୟବହୃତ ଲିଜ୍‌ ଜମି: ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ରାଜସ୍ବ ପର୍ଷଦ

କଟକ: ସରକାରୀ ଜମିକୁ ଲିଜ୍‌ରେ ନେଇ ତାହାକୁ ଆଦୌ ବ୍ୟବହାର କରି ନଥିବା କିମ୍ବା ଅନ୍ୟ କାମରେ ବ୍ୟବହାର କରୁଥିଲେ ତାହା ସରକାରୀ ଖାତାକୁ ଫେରି ଆସିବ। ବର୍ତ୍ତମାନ ରାଜ୍ୟ ସରକାର ଅନେକ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ବିଭିନ୍ନ ଅନୁଷ୍ଠାନ କିମ୍ବା କାର୍ଯ୍ୟାଳୟ ନିର୍ମାଣ କରୁଥିବାରୁ ସେଥିପାଇଁ ଜମିର ଅଭାବ ଦେଖାଦେଉଛି। ତେଣୁ ଜମିର ସ୍ଥିତି ଜାଣି ସେଗୁଡ଼ିକୁ ସରକାରଙ୍କ ଖାତାକୁ ଫେରାଇ ଆଣିବା ପାଇଁ ରାଜସ୍ବ ପର୍ଷଦ ପକ୍ଷରୁ ପଦକ୍ଷେପ ନିଆଯାଇଛି। ସରକାରୀ ଜମି ଲିଜ୍‌ରେ ନେଇଥିବା କିମ୍ବା ଅନ୍ୟ ମାଧ୍ୟମରେ ବିଭିନ୍ନ ବିଭାଗ, ଏଜେନ୍ସି କିମ୍ବା ଅନୁଷ୍ଠାନ ନେଇଥିବା ଜମିର ବିବରଣୀ ସହିତ ୫ବର୍ଷର ତଥ୍ୟ ପ୍ରଦାନ କରିବାକୁ ସମସ୍ତ ଜିଲ୍ଲାପାଳ, ତହସିଲଦାର, ଉପଜିଲ୍ଲାପାଳଙ୍କୁ ଚିଠି କରାଯାଇଛି। 

Plantation drive: ଭାରତୀୟ ମାନବାଧିକାର ପରିଷଦ ପକ୍ଷରୁ ପୂର୍ବତନ ସେନାର ଯବାନଙ୍କୁ ସମ୍ବର୍ଦ୍ଧନା

ଗତ କିଛି ଦିନ ତଳେ ଜଗନ୍ନାଥଙ୍କ ଜମି ସଂପର୍କିତ ଶୁଣାଣି ବେଳେ ଜଟଣୀରେ ଶ୍ରୀଜଗନ୍ନାଥଙ୍କ ନାମରେ ଥିବା ୫୮ ଏକର ଜମି କିଭଳି ଗୋଟିଏ କାମ ପାଇଁ ଲିଜ୍‌ରେ ନେଇ ଅକ୍ତିଆରରେ ରଖାଯାଇଥିଲା, ସେ ବିଷୟ ଜଣାପଡ଼ିଥିଲା। ୧୯୫୧ ମସିହାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଲିଜ୍‌ରେ ନିଆଯାଇଥିବା ଜମିକୁ ତଞ୍ଚକତା କରି ନିଜ ନାମକୁ ପରିବର୍ତ୍ତନ କରିଦେଇଥିଲେ। ପରେ ରାଜସ୍ବ ପର୍ଷଦରେ ମାମଲାର ଶୁଣାଣି କରାଯାଇ ଜମି ମନ୍ଦିର ପରିଚାଳନା କମିଟି ନାମକୁ ଫେରିପାରିଥିଲା। ଏଭଳି ସ୍ଥିତି ଅନେକ ସ୍ଥାନରେ ଥିବାରୁ ସରକାରୀ ଜମିର ଅପବ୍ୟବହାର ହେଉଥିବା ନେଇ ସରକାର ଆଶଙ୍କା କରିଛନ୍ତି। ତେଣୁ ଜବରଦଖଲରେ ଥିବା ଜମିଗୁଡ଼ିକୁ ସରକାରଙ୍କ ଖାତାକୁ ଆଣିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜସ୍ବ ପରିଷଦର ସଚିବ ଲକ୍ଷ୍ମୀକାନ୍ତ ସେଠୀଙ୍କ କହିବାନୁସାରେ, ଓଡ଼ିଶା ସରକାରୀ ଜମି ବନ୍ଦୋବସ୍ତ (ଓଜିଏଲ୍‌ଏସ୍‌) ଆଇନ ଅନୁଯାୟୀ ଆବେଦନ କରିଥିବା ସଂସ୍ଥା କିମ୍ବା ବିଭାଗମାନଙ୍କୁ ଜମି ଲିଜ୍‌ ଦିଆଯାଇଥିଲା। ଏକ ନିର୍ଦ୍ଦିଷ୍ଟ ଅବଧି ପାଇଁ ଏହି ଲିଜ୍‌ ଦିଆଯାଉଥିବା ବେଳେ ଲିଜ୍‌ ଜମିର ବ୍ୟବହାର ସଂକ୍ରାନ୍ତରେ ମଧ୍ୟ ସଂପୃକ୍ତ ସଂସ୍ଥା ଜଣାଇଥାଏ। 

Palm trees: ଗ୍ରାମୀଣ ଜୀବନର ସଂସ୍କୃତି ଓ ପରମ୍ପରାର ପ୍ରତୀକ ଭାବେ ପରିଚିତ ‘ତାଳଗଛ’

ଯଦି ଲିଜ୍‌ ନେବା ପରେ ସେହି ଜମି ଅବ୍ୟବହୃତ ହୋଇ ରହିଯାଏ, ତା’ହେଲେ ସେହି ଜମି ସରକାରଙ୍କ ଖାତାକୁ ଫେରିଆସିବା କଥା। ହେଲେ କେତେକ କ୍ଷେତ୍ରରେ ହେରଫେର କରାଯାଇ ବେଆଇନ ଭାବେ ଜମିଗୁଡ଼ିକୁ ବ୍ୟକ୍ତିଗତ ନାମକୁ ପରିବର୍ତ୍ତନ କରିଦିଆଯାଉଛି। ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଏବେ ଜମିର ବହୁଳ ଆବଶ୍ୟକତା ଦେଖାଦେଉଛି। ହେଲେ କେତେ ଜମି ଲିଜ୍‌ରେ ଯାଇଛି, ସରକାରୀ ଜମିରେ କ’ଣ କରାଯାଉଛି, ସେ ସଂପର୍କିତ କୌଣସି ତଥ୍ୟ ରାଜସ୍ବ ପର୍ଷଦ ପାଖରେ ନାହିଁ। ତେଣୁ ସମସ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ତହସିଲଦାରଙ୍କ ମାଧ୍ୟମରେ ସେମାନଙ୍କ ଅଧୀନରେ ଥିବା ଜମିଗୁଡ଼ିକର ବିବରଣୀ ମଗାଯାଇଛି। ସେହି ଜମିଗୁଡ଼ିକର ଭବିଷ୍ୟତ ବାବଦରେ ସରକାର ନିଷ୍ପତ୍ତି ନେବେ ‌ବୋଲି ଶ୍ରୀ ସେଠୀ କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।