Maa Samaleswari: ମା’ ସମଲେଶ୍ୱରୀଙ୍କ ଦର୍ଶନ କଲେ ରାଜ୍ୟପାଳ; ରାଜ୍ୟର ପ୍ରଥମ ମହିଳା

Oct 10, 2026 - 21:26
Maa Samaleswari: ମା’ ସମଲେଶ୍ୱରୀଙ୍କ ଦର୍ଶନ କଲେ ରାଜ୍ୟପାଳ; ରାଜ୍ୟର ପ୍ରଥମ ମହିଳା

"ସମ୍ବଲପୁର: ରାଜ୍ୟପାଳ ଡ଼.

ହରିବାବୁ କମ୍ଭମପାଟି ଏବଂ ରାଜ୍ୟର ପ୍ରଥମ ମହିଳା ଜୟଶ୍ରୀ କମ୍ଭମପାଟି ଶନିବାର ଦିନ ମହାଳୟା ଅବସରରେ ସମ୍ବଲପୁରସ୍ଥିତ ମା" ସମଲେଶ୍ୱରୀ ମନ୍ଦିର ପରିଦର୍ଶନ କରି ମା"ଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରି ରାଜ୍ୟର ଜନସାଧାରଣଙ୍କ ସମୃଦ୍ଧି, ସୁଖ ଓ ମଙ୍ଗଳ କାମନା କରିଛନ୍ତି।Advertisment ମହାଳୟା ଅବସରରେ ମା" ସମଲେଶ୍ୱରୀଙ୍କୁ ପବିତ୍ର ଧବଳମୁଖୀ ବେଶରେ ସୁସଜ୍ଜିତ କରାଯାଇଥାଏ।

ଏହି ବିଶେଷ ବେଶରେ ମା"ଙ୍କ ଦର୍ଶନ ପାଇଁ ମନ୍ଦିରକୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ।

ପଶ୍ଚିମ ଓଡ଼ିଶାର ପ୍ରମୁଖ ଆଧ୍ୟାତ୍ମିକ ପୀଠ ଭାବେ ପରିଚିତ ଏହି ମନ୍ଦିରରେ ମହାଳୟା ଅବସରରେ ବିଶେଷ ଧାର୍ମିକ ଉତ୍ସାହ ପରିଲକ୍ଷିତ ହୋଇଥାଏ।

ଏହା ପୂର୍ବରୁ ରାଜ୍ୟପାଳ ହୀରାକୁଦ ଡ୍ୟାମ୍ ମଧ୍ୟ ପରିଦର୍ଶନ କରି ମହାନଦୀ ଉପରେ ନିର୍ମିତ ଏହି ବିଶାଳ ଜଳବନ୍ଧ ଏବଂ ଏହାର ବିସ୍ତୃତ ଜଳଭଣ୍ଡାରକୁ ପରିଦର୍ଶନ କରିଥିଲେ।

ଧବଳମୁଖୀ ବେଶରେ ମା" ସମଲେଶ୍ୱରୀ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।