Major Maoist Dump Busted ସୀମାନ୍ତରୁ ପୁଣି ଏକ ମାଓଡମ୍ପ୍ ଠାବ, ଏକେ-୪୭,ଇନସାସ ସହ ବିପୁଳ ଗୁଳିଗୋଳା ଜବତ
"ମାଲକାନଗିରି: ମାଲକାନଗରି ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡ଼ା ଜିଲ୍ଲାରେ ନକ୍ସଲ ବିରୋଧୀ ଅଭିଯାନ ସମୟରେ ସୁରକ୍ଷାବାହିନୀକୁ ବଡ଼ ସଫଳତା ମିଳିଛି।
ବାରସୁର ଥାନା ଅଞ୍ଚଳର ମଙ୍ଗନାର, ବୁରଦୁମ, ତୋଡ଼ମା ଓ କୋହକାବେଡ଼ା ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାବାହିନୀ ଏକ ବଡ଼ ନକ୍ସଲ ଡମ୍ପ ଠାବ କରିଛି।
ଏଠାରୁ ବହୁ ପରିମାଣର ଅସ୍ତ୍ର, ଗୋଳାବାରୁଦ, ବିସ୍ଫୋରକ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।
Advertisment Multiple Maoist Dumps Busted ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଜଙ୍ଗଲରୁ ଏକାଧିକ ମାଓ ଡମ୍ପ ଠାବ: ବିପୁଳ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ ଏକ ସାମ୍ବାଦିକ ସମ୍ମିଳନୀରେ ଦନ୍ତେୱାଡ଼ା ଏସ୍ପି ଚନ୍ଦ୍ରମୋହନ ସିଂହଙ୍କ ସୂଚନା ଅନୁଯାୟୀ, ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କଠାରୁ ମିଳିଥିବା ତଥ୍ୟ ଆଧାରରେ ବାରସୁର ଥାନା ଅଞ୍ଚଳରେ ସୁରକ୍ଷାବାହିନୀର ଏକ ମିଳିତ ଟିମ୍ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା।
କୋହକାବେଡ଼ା ଓ ବୁରଦୁମ ମଧ୍ୟରେ ଥିବା ଘଞ୍ଚ ଜଙ୍ଗଲ ଓ ପାହାଡ଼ିଆ ଅଞ୍ଚଳରେ ତଲାସୀ ବେଳେ ମାଟି ତଳେ ଓ ଜଙ୍ଗଲ ମଧ୍ୟରେ ଲୁଚାଇ ରଖାଯାଇଥିବା ଡମ୍ପର ସନ୍ଧାନ ମିଳିଥିଲା।
ପରେ ସୁରକ୍ଷିତ ଭାବେ ଏହାକୁ ଉଦ୍ଧାର କରାଯାଇଥିଲା।
Maoist Dump found ମାଓ ଡମ୍ପ୍ରୁ ଏକେ-୪୭ ବନ୍ଧୁକ ସହ ବିପୁଳ ପରିମାଣର ଗୁଳି ଉଦ୍ଧାର ଜବତ ସାମଗ୍ରୀ ମଧ୍ୟରେ ଗୋଟିଏ ଏକେ-୪୭ ରାଇଫଲ, ଗୋଟିଏ ଇନସାସ ରାଇଫଲ, ଗୋଟିଏ ବିଜିଏଲ (ବ୍ୟାରେଲ୍ ଗ୍ରେନେଡ୍ ଲଞ୍ଚର), ଗୋଟିଏ ପଏଣ୍ଟ ୩୧୫ ବୋର ବନ୍ଧୁକ, ୬ଟି ଭରମାର ବନ୍ଧୁକ, ୯ଟି ବିଜିଏଲ ସେଲ୍,ଏକେ-୪୭ର ୨୩ ରାଉଣ୍ଡ ଗୋଳି, ୫ଟି ବିଜିଏଲ ରାଉଣ୍ଡ ଓ ଗୋଟିଏ ଇନସାସ ମ୍ୟାଗାଜିନ୍ ରହିଛି।
ଏହା ସହିତ ସୁରକ୍ଷାବାହିନୀ ପ୍ରାୟ ୨୦ ମିଟର କୋଡେକ୍ସ ତାର, ଟିଫିନ ବୋମା, କୁକର ବୋମା, ତୀର ବୋମା, ପିସ୍ତଲ ରଡ୍ ସ୍ପ୍ରିଙ୍ଗ, ୱାକି-ଟକି ସେଟ୍, ନକ୍ସଲୀ ବର୍ଦ୍ଦି, ଇନଭର୍ଟର ଓ ଅନ୍ୟାନ୍ୟ ଉପକରଣ ଜବତ କରିଛି।
ଜବତ ବିସ୍ଫୋରକ ସାମଗ୍ରୀକୁ ନେଇ ବୋମା ନିଷ୍କ୍ରିୟକାରୀ ଦଳ ପକ୍ଷରୁ ଆବଶ୍ୟକ ସୁରକ୍ଷାମୂଳକ ପଦକ୍ଷେପ ନିଆଯାଇଥିବା କୁହାଯାଇଛି।
BSF Recovers Maoist Dump: ସ୍ବାଭିମାନ ଅଞ୍ଚଳରୁ ବିଏସଏଫ ପକ୍ଷରୁ ମାଓ ଡମ୍ପ ଉଦ୍ଧାରପୁଲିସ ପକ୍ଷରୁ କୁହାଯାଇଛି ଯେ, ନକ୍ସଲମାନେ ଜଙ୍ଗଲ ଓ ଦୁର୍ଗମ ଅଞ୍ଚଳରେ ଲୁଚାଇ ରଖିଥିବା ଅସ୍ତ୍ର ଓ ବିସ୍ଫୋରକ ଡମ୍ପ ଠାବ କରିବା ପାଇଁ ଆଗାମୀ ଦିନରେ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିବ।
ଏହି ସଫଳତାକୁ ନକ୍ସଲ ବିରୋଧୀ ଅଭିଯାନରେ ସୁରକ୍ଷାବାହିନୀର ଏକ ବଡ଼ ସଫଳତା ବୋଲି କୁହାଯାଉଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।