Mohammed Shami Retires from Test Cricket : ଟେଷ୍ଟ କ୍ରିକେଟରୁ ଅବସର ନେଲେ ମହମ୍ମଦ ସାମି, ରେଡ୍ ବଲ୍ କ୍ରିକେଟକୁ ଅଲବିଦା

Nov 07, 2026 - 09:14
Mohammed Shami Retires from Test Cricket : ଟେଷ୍ଟ କ୍ରିକେଟରୁ ଅବସର ନେଲେ ମହମ୍ମଦ ସାମି, ରେଡ୍ ବଲ୍ କ୍ରିକେଟକୁ ଅଲବିଦା

୧୩ ବର୍ଷର ଟେଷ୍ଟ ଯାତ୍ରାରେ ପୂର୍ଣ୍ଣଚ୍ଛେଦ।

ରେଡ୍ ବଲ୍ କ୍ରିକେଟକୁ ମହମ୍ମଦ ଶାମିଙ୍କ ଅଲବିଦା।

ଟେଷ୍ଟ କ୍ରିକେଟ୍ ରୁ ଅବସର ଘୋଷଣା କଲେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି।

୬୪ଟି ଟେଷ୍ଟ, ୨୨୯ ୱିକେଟ୍ ଓ ଅନେକ ସ୍ମରଣୀୟ ପ୍ରଦର୍ଶନ ସହ ଶେଷ ହୋଇଛି ସାମିଙ୍କ ଟେଷ୍ଟ ଯାତ୍ରା।

ସୋସିଆଲ ମିଡିଆରେ ଭାବପ୍ରବଣ ପୋଷ୍ଟ କରି ଟେଷ୍ଟ କ୍ରିକେଟକୁ ବାଏ ବାଏ କହିଛନ୍ତି ଷ୍ଟାର୍ ଭାରତୀୟ ପେସର୍ ମହମ୍ମଦ ସାମି।

Advertisment ୨୦୧୩ ମସିହା ନଭେମ୍ବର ୬ ତାରିଖରେ ଇଡେନ୍ ଗାର୍ଡେନ୍ସରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ସେ ଟେଷ୍ଟ ଡେବ୍ୟୁ କରିଥିଲେ।

ଆଉ ୧୩ ବର୍ଷ ପରେ ଠିକ୍ ସେହି ତାରିଖରେ ହିଁ ଟେଷ୍ଟ କ୍ରିକେଟକୁ ଅଲବିଦା କହିଛନ୍ତି।

୨୦୧୩ରୁ ୨୦୨୩ ପର୍ଯ୍ୟନ୍ତ ଭାରତ ପାଇଁ ୬୪ଟି ଟେଷ୍ଟ ମ୍ୟାଚ୍ ଖେଳି ୨୨୯ଟି ୱିକେଟ୍ ହାସଲ କରିଛନ୍ତି ଶାମି।

୨୭.୭୧ ହାରରେ ୱିକେଟ୍ ନେଇଥିବା ସାମିଙ୍କ ନାଁରେ ରହିଛି ୬ଟି ପାଞ୍ଚ ୱିକେଟ୍ ସଫଳତା।

ଇଂଲଣ୍ଡ ବିପକ୍ଷରେ ୫୬ ରନ୍ ଦେଇ ୬ ୱିକେଟ୍ ତାଙ୍କର ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ।

ସ୍ପିଡ୍, ରିଭର୍ସ ସୁଇଂ ଏବଂ ପୁରୁଣା ବଲ୍ ରେ ବ୍ୟାଟର୍ ଙ୍କୁ ଅସୁବିଧାରେ ପକାଇବାର କଳା ପାଇଁ ସାମି ଭାରତୀୟ ବୋଲିଂ ଲାଇନର ମୁଖ୍ୟ ଅସ୍ତ୍ର ଥିଲେ।

ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ଭଳି ଦେଶରେ ମଧ୍ୟ ତାଙ୍କ ପ୍ରଦର୍ଶନ ଥିଲା ଉଚ୍ଚକୋଟୀର।

ସାମିଙ୍କ କ୍ୟାରିୟର ଯେତିକି ସଫଳତାରେ ଭରା, ସେତିକି ସଂଘର୍ଷର କାହାଣୀ ମଧ୍ୟ ରହିଛି।

Advertisment ବାରମ୍ବାର ଆଘାତ ତାଙ୍କ ସ୍ପିଡରେ ବାଧା ସୃଷ୍ଟି କରିଥିଲା।

୨୦୨୩ ଜୁନରେ ଦି ଓଭାଲରେ ଅଷ୍ଟ୍ରେଲିଆ ବିପକ୍ଷ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ୍ ଥିଲା ତାଙ୍କ ଶେଷ ଟେଷ୍ଟ ମ୍ୟାଚ୍।

ଗତ ତିନି ବର୍ଷ ହେବ ଦଳକୁ ପ୍ରତ୍ୟାବର୍ତ୍ତନ କରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ଚୟନକର୍ତ୍ତାଙ୍କ ନଜର ପଡ଼ିନଥିଲା।

ବାରମ୍ବାର ଦଳରୁ ବାଦ୍ ପଡ଼ିବା ଏବଂ ଚୟନ ନିରାଶା ଯୋଗୁଁ ସେ ଏଭଳି କଠିନ ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।