Mule Accounts and Crypto Wallets: ଚୀନରୁ ଅପରେଟ୍, ଭଦ୍ରକରୁ କଣ୍ଟ୍ରୋଲ୍! ୯୨ ଲକ୍ଷ ଠକେଇରେ ସାମ୍ନାକୁ ଆସିଲା ସାଂଘାତିକ ଲିଙ୍କ୍
ଚାଇନାରୁ ଅପରେଟ, ଭଦ୍ରକରୁ କଣ୍ଟ୍ରୋଲ ପୁଞ୍ଜିନିବେଶ ନାଁରେ ଚଳୁ କରୁଛନ୍ତି ଜମା ଟଙ୍କା ସାଇବର୍ ଠକେଇ ସିଣ୍ଡିକେଟରେ ବେକାରୀ ଯୁବକ ଓଡ଼ିଶାରେ ନେଟୱର୍କ, ବିଦେଶକୁ ଲମ୍ବିଛି ଚେର Advertisment କଳା ମୁଖା ତଳେ ଲୁଚି ରହିଛି ସାଂଘାତିକ ସଇତାନ ଦିମାଗ।
ନାଁ- ପ୍ରୀତମ ନାୟକ ଓରଫ ବବଲୁ।
ଘର- ଭଦ୍ରକ।
ପେସା- ପୁଞ୍ଜି ନିବେଶ ନାଁ ଠକେଇ।
ଭୁବନେଶ୍ୱରର ଜଣେ ବ୍ୟବସାୟୀଙ୍କଠାରୁ ୯୨ ଲକ୍ଷ ଟଙ୍କା ଠକେଇର ମାଷ୍ଟରମାଇଣ୍ଡ।
ପୁଞ୍ଜିନିବେଶ ନାଁରେ ଲୋକଙ୍କ ବ୍ୟାଙ୍କ ଡକ୍ୟୁମେଣ୍ଟ ନେଇ ମ୍ୟୁଲ ଆକାଉଣ୍ଟ ଖୋଲୁଥିଲା ଧୃର୍ତ୍ତ ପ୍ରୀତମ।
ପୂର୍ବରୁ ଅକ୍ଟୋବର ୩ରେ ଏହି ରାକେଟର ୪ ଜଣଙ୍କୁ ଗିରଫ କରିଥିଲା ସାଇବର ଥାନା ପୋଲିସ।
ଗିରଫ ପ୍ରୀତମର କଳା କାରସାଦି ଶୁଣିଲେ ଚାଜୁବ ହେବେ।
ଯେତେବେଳେ ତାର ମୋବାଇଲ୍ ଓ ଲାପ୍ ଟପ୍ ଖୋଲିଥିଲା, ତଦନ୍ତକାରୀ ଅଧିକାରୀ ଆଶ୍ଚର୍ଯ୍ୟ ହୋଇଥିଲେ।
ଲାପଟପରେ ଥିଲା ଚାଇନିଜ୍ ଭାଷାରେ ଚାଟ୍, ବିଦେଶୀ କ୍ରିପ୍ଟୋ ୱାଲେଟ୍ ଓ ଶହ ଶହ ବ୍ୟାଙ୍କ ଡକ୍ୟୁମେଣ୍ଟ।
ଠକେଇରେ ଏହି ଖେଳରେ କେବଳ ମୁଣ୍ଡ ଖଟାଉ ନଥିଲା ପ୍ରୀତମ, ବରଂ ଏକାଧିକ ଲୋକଙ୍କୁ ଯୋଡ଼ି ଗଢୁଥିଲା ବଡ଼ ନେଟୱର୍କ।
ଗ୍ରାମାଞ୍ଚଳର ବେକାର ଯୁବକଙ୍କୁ ନିୟୋଜିତ କରାଉଥିଲା।
ମାସିକ ଟଙ୍କା ରୋଜଗାର ଲୋଭ ଦେଖାଇ କ୍ରାଇମ୍ ଏଜେଣ୍ଟ ସଜାଇଥିଲା ପ୍ରୀତମ୍।
କେହି ଡକ୍ୟୁମେଣ୍ଟ ସଂଗ୍ରହ କରୁଥିଲେ, କେହି ମ୍ୟୁଲ୍ ଆକାଉଣ୍ଟ ଖୋଲିବାରେ ସହଯୋଗ କରୁଥିଲେ।
ସେହି ଆକାଉଣ୍ଟର ସମସ୍ତ ଡାଟାବେସ୍ ପଠାଉଥିଲା ଚାଇନାରେ ବସିଥିବା ସାଇବର ସର୍ଦ୍ଦାରଙ୍କ ପାଖକୁ।
ଆଉ ସେହି ମ୍ୟୁଲ୍ ଆକାଉଣ୍ଟ ଜରିଆରେ ହେଉଥିଲା ଟଙ୍କା କାରବାର।
ପ୍ରୀତମ ବି ମୋଟା ଅଙ୍କର ଟଙ୍କା ରୋଜଗାର କରୁଥିଲା।
...
Advertisment ଜାଣତରେ ହେଉ ବା ଅଜାଣତରେ।
ଆପଣଙ୍କ ଡକ୍ୟୁମେଣ୍ଟ ବ୍ୟବହାର କରି କେହି ମ୍ୟୁଲ ଆକାଉଣ୍ଟ ଖୋଲିଲେ, ମହଙ୍ଗା ପଡ଼ିପାରେ।
ରାଜ୍ୟରେ ସାଇବର ମାଫିଆଙ୍କ କାୟା କେତେ ଭୟଙ୍କର ଭାବେ ବଢ଼ିଛି, ତାହା ପ୍ରମାଣ କରୁଛି ସରକାରୀ ତଥ୍ୟ।
ଗତ ୯ ମାସରେ ୪୦ ହଜାରରୁ ଅଧିକ ଅଭିଯୋଗ ହୋଇଛି।
ହେଲପଲାଇନ୍ ନମ୍ବର ୧୯୩୦କୁ ଏବର୍ଷ ୬୨ ହଜାରରୁ ଅଧିକ କଲ୍ ଆସିଛି।
ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଜାନୁଆରୀରୁ ସେପ୍ଟେମ୍ବର ଭିତରେ ୨୮୩ କୋଟି ଠକି ନେଇଛନ୍ତି ସାଇବର ଠକ।
ଏଥିରୁ ମାତ୍ର ୭ କୋଟି ଫେରିଥିବା ବେଳେ ୬୦ କୋଟି ଟଙ୍କା ଫ୍ରିଜ କରାଯାଇଛି।
ସାଇବଲ ଲୁଟେରାଙ୍କ ମାୟାଜାଲରୁ କେମିତି ବଞ୍ଚିବେ ସତର୍କ କରାଇଛନ୍ତି ସାଇବର ଥାନା ଏସିପି ଓ ସାଇବର ଏକ୍ସପର୍ଟ।
ପ୍ରତ୍ୟେକ ୨ ମିନିଟରେ ଓଡ଼ିଶାରେ ୨ଟି ସାଇବର ଠକେଇ ହେଉଛି।
ଡାର୍କ ୱେବ, କ୍ରିପ୍ଟୋ କରେନ୍ସୀ, ଡିପ ଫେକ୍ ଫଟୋ, ଲୋନ ଆପ ସହ ଇନ୍ଭେଷ୍ଟମେଣ୍ଟ ଠକେଇ ଟ୍ରେଣ୍ଡ ବଢୁଛି।
ଡିଜିଟାଲ୍ ଠକଙ୍କ ଉପରେ ଲଗାମ ଲଗାଇବାକୁ ଏବେ ୨୪୯ କୋଟି ଟଙ୍କା ବ୍ୟୟରେ ଓଡ଼ିଶା ସାଇବର କମାଣ୍ଡ ସେଣ୍ଟର ଗଠନ କାମ ଜୋରଦାର ଚାଲିଛି।
...
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।