National Capacity Building ସର୍ବଭାରତୀୟ ସମ୍ମିଳନୀରେ ଓଡ଼ିଶା ବାଚସ୍ପତି ବଖାଣିଲେ ରାଜ୍ୟର ମହିଳାଙ୍କ ପ୍ରଗତି

Sep 07, 2026 - 20:19
National Capacity Building  ସର୍ବଭାରତୀୟ ସମ୍ମିଳନୀରେ ଓଡ଼ିଶା ବାଚସ୍ପତି ବଖାଣିଲେ ରାଜ୍ୟର ମହିଳାଙ୍କ ପ୍ରଗତି

"ନୂଆଦିଲ୍ଲୀ/ଭୁବନେଶ୍ୱର: ଆଜି (ସୋମବାର) ନୂଆଦିଲ୍ଲୀରେ ଆୟୋଜିତ ସର୍ବଭାରତୀୟ ସ୍ତରରେ କାପାସିଟି ବିଲ୍‌ଡିଂ ସମ୍ମିଳନୀରେ ଯୋଗଦେଇ ଓଡ଼ିଶା ବାଚସ୍ପତି ସୁରମା ପାଢ଼ୀ ରାଜ୍ୟରେ ସରକାରଙ୍କ ପକ୍ଷରୁ ମହିଳା ପ୍ରଗତି ଓ ସଶକ୍ତୀକରଣ ନିମନ୍ତେ ନିଆଯାଉଥିବା ଯୋଜନା ସମ୍ପର୍କରେ ତଥ୍ୟ ରଖିଛନ୍ତି।

Advertisment ଜାତୀୟସ୍ତରର ଅନୁସୂଚିତ ଜାତି ଓ ଜନଜାତି ସମ୍ମିଳନୀ ଲାଗି ଦେଶର ୨୦୦ରୁ ଅଧିକ ପ୍ରତିନିଧି ଓଡ଼ିଶା ଆସିବେ: ସୁରମା ପାଢ଼ୀ ସେ ନିଜ ବକ୍ତବ୍ୟରେ କହିଛନ୍ତି,  ରାଜ୍ୟର ବଜେଟ୍‌ ପ୍ରସ୍ତୁତିଠାରୁ ଆରମ୍ଭ କରି ଆଇନ ପ୍ରଣୟନ ପର୍ଯ୍ୟନ୍ତ ସବୁକ୍ଷେତ୍ରରେ ମହିଳାମାନଙ୍କୁ ସର୍ବାଗ୍ରେ ଗୁରୁତ୍ୱ ଦିଆଯାଉଛି।

ତୃଣମୂଳ ସ୍ତରରେ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ପଞ୍ଚାୟତ ସ୍ତରରେ ସଂରକ୍ଷଣର ସୁବିଧା ପ୍ରଦାନ କରାଯାଉଛି।

ମିଶନ ଶକ୍ତି ମାଧ୍ୟମରେ ୬ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ୭୦ ଲକ୍ଷ ମହିଳା ଉପକୃତ ହୋଇପାରିଛନ୍ତି ।

ସ୍ୱୟଂ ସହାୟକ ମହିଳା ଗୋଷ୍ଠୀମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଉଦ୍ୟୋଗୀ ଭାବେ ଗଢ଼ିତୋଳିବା ପାଇଁ ସରକାର ସବୁ ପ୍ରକାର ସହାୟତା ଯୋଗାଇ ଦେଇଛନ୍ତି ।

ମାତୃ ଓ ଶିଶୁ ମୃତୁ୍ୟହାର ହ୍ରାସ କରିବା ଉଦ୍ଦେଶ୍ୟରେ କିଶୋରୀମାନଙ୍କ ପୋଷଣ ବୃଦ୍ଧି ପାଇଁ ଯୋଜନା କାର୍ଯ୍ୟକାରୀ ହେଉଛି ।

ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ଛାତ୍ରୀମାନଙ୍କୁ ଆତ୍ମସୁରକ୍ଷା କୈଶଳ ଶିକ୍ଷା ପାଇଁ ୭୩୦ ସରକାରୀ ଓ ସରକାରୀ ସହାୟତାପ୍ରାପ୍ତ ମହାବିଦ୍ୟାଳୟ ଓ ୧୬ଟି ବିଶ୍ୱବିଦ୍ୟାଳୟରେ ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀମତୀ ପାଢ଼ୀ କହିଛନ୍ତି ।

ସୁରମା ପାଢ଼ୀ ନୂଆ ବାଚସ୍ପତି: ମୁଁ ଗୃହର ପଦ ମର୍ଯ୍ୟାଦା, ଗରିମା ରକ୍ଷା କରିବି: ସୁରମା ସୂଚନାଯୋଗ୍ୟ ଯେ ସର୍ବଭାରତୀୟ କାପାସିଟି ବିଲ୍‌ଡିଂ ସମ୍ମିଳନୀ ୭ ଓ ୮ ସେପେଫମ୍ବର ଦୁଇଦିନ ଧରି ଦିଲ୍ଲୀଠାରେ ଅନୁଷ୍ଠିତ ହେଉଛି ।

ଲୋକସଭାର ବାଚସ୍ପତି ଶ୍ରୀ ଓମ୍‌ ବିର୍ଲା ଏହି କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କରିଥିବାବେଳେ ଜାତୀୟ ମହିଳା କମିଶନ (NCW)ର ଅଧ୍ୟକ୍ଷା ଶ୍ରୀମତୀ ବିଜୟା ରାହାତକର୍‌ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ।

ମହିଳାମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରି ଏକ ସୁଦୃଢ଼ ଓ ସମୃଦ୍ଧ ଗଣତନ୍ତ୍ର ପ୍ରତିଷ୍ଠା ସହ ମହିଳାମାନଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଏହି ସର୍ବଭାରତୀୟ କାପାସିଟି ବିଲ୍‌ଡିଂ ସମ୍ମିଳନୀ ଆରମ୍ଭ ହୋଇଛି ।

ଏଥି ପାଇଁ ମହିଳା କମିଶନ ପକ୍ଷରୁ ବିଧାୟିକାମାନଙ୍କୁ "ଜେଣ୍ଡର ରେସ୍‌ପନ୍‌ସିଭ୍‌ ଗଭର୍ଣ୍ଣାନାନ୍ସ" ତାଲିମ ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତ କରିବାର ଲକ୍ଷ୍ୟ ରଖାଯାଇଛି ।

ଏହି ସମ୍ମିଳନୀରେ ପ୍ରଥମ ଥର ପାଇଁ ଦେଶର ସମସ୍ତ ରାଜ୍ୟର ମହିଳା ବିଧାୟିକା ଓ ବିଧାନ ପରିଷଦର ସଦସ୍ୟାମାନେ ଯୋଗଦେଇଛନ୍ତି ।

ଏଥିରେ ଓଡ଼ିଶାରୁ ବାଚସ୍ପତି ସୁରମା ପାଢ଼ୀଙ୍କ ନେତୃତ୍ୱରେ ବିଜେଡି ବିଧାୟକ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟିକା ସୁବାସିନୀ ଜେନା,  ସୁଜାତା ସାହୁ, ସୀମାରାଣୀ ନାୟକ, ମନୋରମା ମହାନ୍ତି, ସୋଫିଆ ଫିର୍‌ଦୋସ୍‌, ଉପାସନା ମହାପାତ୍ର, ବର୍ଷା ସିଂହ ବରିହା ପ୍ରମୁଖ ଯୋଗଦେଇଥିବାବେଳେ ବିଧାନସଭାର ଗବେଷଣା ଅଧିକାରୀ ଜୟକୃଷ୍ଣ ପ୍ରଧାନ ଓ ରଣଧିର ରାୟ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।