Nations Cup Women's Hockey: ନେସନ୍ସ କପ୍ ମହିଳା ହକି: ଫାଇନାଲ୍ରେ ଭାରତ
"ଅକଲାଣ୍ଡ୍: ନ୍ୟୁଜିଲାଣ୍ଡରେ ଖେଳାଯାଉଥିବା ଏଫଆଇଏଚ୍ ମହିଳା ନେସନ୍ସ କପ୍ରେ ଭାରତୀୟ ମହିଳା ହକି ଦଳର ଦମଦାର୍ ପ୍ରଦର୍ଶନ ଜାରି ରହିଛି।
ଶନିବାର ଏଠାରେ ଖେଳାଯାଇଥିବା ସେମିଫାଇନାଲ୍ରେ ଭାରତ ପ୍ରଭାବୀ ପ୍ରଦର୍ଶନ ସହ ଏକତରଫା ଭାବେ ଚିଲିକୁ ୬-୦ ଗୋଲ୍ରେ ପରାସ୍ତ କରି ଫାଇନାଲ୍ରେ ସ୍ଥାନ ସୁରକ୍ଷିତ କରି ନେଇଛି।
ଏହା ମଧ୍ୟ ଏହି ସମ୍ମାନଜନକ ପ୍ରତିଯୋଗିତାରେ ଭାରତର କ୍ରମାଗତ ଚତୁର୍ଥ ବିଜୟ ହୋଇଛି।
ଭାରତ ପାଇଁ ନବନୀତ କୌର (୬, ୧୩ ମିନିଟ୍) ଓ ଦୀପିକା (୧୪, ୧୮ ମିନିଟ୍) ଦୁଇଟି ଲେଖାଏଁ ଗୋଲ୍ ସ୍କୋର ଦେଇଥିବା ବେଳେ ନେହା (୩୨ ମିନିଟ୍) ଓ ରୁତୁଜା ଦାଦାସୋ ପିସାଲ (୩୯ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ କରିଥିଲେ।
ଅଧିନାୟିକା ସଲିମା ଟେଟେ ଚମତ୍କାର ଅଲ୍ରାଉଣ୍ଡ ପ୍ରଦର୍ଶନ ପାଇଁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ସମ୍ମାନରେ ସମ୍ମାନିତ ହୋଇଥିଲେ।Advertisment Hockey: ଭଲ ଖେଳିଲୁ, କିନ୍ତୁ ସ୍ବର୍ଣ୍ଣ ସ୍ବପ୍ନ ଅଧୁରା ରହିଗଲା: ସ୍ବିଟି ମ୍ୟାଚ୍ ଆରମ୍ଭରୁ ଭାରତ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା।
ଷଷ୍ଠ ମିନିଟ୍ରେ ମିଳିଥିବା ପ୍ରଥମ ପେନାଲ୍ଟି କର୍ଣ୍ଣର୍କୁ ନବନୀତ କୌର ସଫଳତାର ସହ ଗୋଲ୍ରେ ପରିଣତ କରି ଟିମ୍ ଇଣ୍ଡିଆକୁ ଆଗୁଆ କରିଥିଲେ।
୧୩ତମ ମିନିଟ୍ରେ ସଲିମାଙ୍କ ଚମତ୍କାର ପାସ୍କୁ ନବନୀତ ଗୋଲ୍ରେ ପରିଣତ କରି ବ୍ୟକ୍ତିଗତ ଭାବେ ଓ ମ୍ୟାଚ୍ର ଦ୍ୱିତୀୟ ଗୋଲ୍ ହାସଲ କରିଥିଲେ।
ଏହାପରେ ଡ୍ରାଗ୍ଫ୍ଲିକର ଦୀପିକା ୧୪ ଓ ୧୮ ମିନିଟ୍ରେ କ୍ରମାଗତ ଦୁଇଟି ପେନାଲ୍ଟି କର୍ଣ୍ଣର୍କୁ ଗୋଲ୍ରେ ପରିଣତ କରି ଭାରତର ଅଗ୍ରଣୀକୁ ୪-୦ରେ ପହଞ୍ଚାଇଥିଲେ।
ଏହି ଦୁଇ ଗୋଲ୍ ସହ ଦୀପିକା ମୋଟ ୬ ଗୋଲ୍ କରି ପ୍ରତିଯୋଗିତାର ସର୍ବାଧିକ ଗୋଲ୍ ସ୍କୋରର୍ ହୋଇଥିଲେ।
ଦ୍ୱିତୀୟାର୍ଦ୍ଧରେ ମଧ୍ୟ ଭାରତର ଆଧିପତ୍ୟ ଜାରି ରହିଥିଲା।
୩୨ ମିନିଟ୍ରେ ନେହା ଆଉ ଏକ ପେନାଲ୍ଟି କର୍ଣ୍ଣର୍ରୁ ଗୋଲ୍ କରି ସ୍କୋରକୁ ୫-୦ କରିଥିଲେ।
୩୯ ମିନିଟ୍ରେ ରୁତୁଜା ଦାଦାସୋ ପିସାଲ ଓପନ୍ ପ୍ଲେ"ରୁ ଏକ ଚମତ୍କାର ରିଭର୍ସ ହିଟ୍ ମାଧ୍ୟମରେ ଷଷ୍ଠ ଗୋଲ୍ ସ୍କୋର କରି ଚିଲିର ପରାଜୟକୁ ନିଶ୍ଚିତ କରିଦେଇଥିଲେ।
ଶେଷ କ୍ୱାର୍ଟର୍ରେ ଚିଲି କିଛି ଆକ୍ରମଣ କରିଥିଲେ ମଧ୍ୟ ଭାରତୀୟ ଗୋଲକିପର ସବିତା ଚମତ୍କାର ସେଭ୍ କରି ପ୍ରତିପକ୍ଷକୁ ଗୋଲ୍ କରିବାରୁ ବଞ୍ଚିତ ରଖିଥିଲେ।
ଫଳରେ ଭାରତ ୬-୦ର ବିଶାଳ ବିଜୟ ସହ ଫାଇନାଲ୍ରେ ପ୍ରବେଶ କରିଛି।
ଫାଇନାଲ୍ରେ ଭାରତ ଆମେରିକା ଏବଂ ଆୟୋଜକ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହେବାକୁ ଥିବା ଦ୍ୱିତୀୟ ସେମିଫାଇନାଲ୍ର ବିଜେତାକୁ ଭେଟିବ।
Young Hockey Stars: ହକି ଖେଳାଳି ସ୍ୱିଟି କୁଜୁର ଓ ଅର୍ମାନ ଲାକ୍ରା ସମ୍ବର୍ଦ୍ଧିତ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।