Neglect: ଦୁଲାମରେ ପଲିଥିନ ପକାଇ ରହୁଛନ୍ତି ଡୁମର-ବୁଧାଇ

Oct 10, 2026 - 00:45
Neglect: ଦୁଲାମରେ ପଲିଥିନ ପକାଇ ରହୁଛନ୍ତି ଡୁମର-ବୁଧାଇ

"ନବରଙ୍ଗପୁର (ସୁରେଶ ନାଇଡୁ): ବାତ୍ୟା "ଅର୍ଣ୍ଣବ" ନବରଙ୍ଗପୁର ବ୍ଲକର ଆମ୍ବଦଲା ଗାଁର ଡୁମର ଗୌଡଙ୍କ ଝାଟିମାଟି ଘରକୁ ମାଟିରେ ମିଶାଇ ଦେଇଛି।

ଡୁମର ଏବେ ଖୋଲା ଆକାଶ ତଳେ ଦୁଲାମ ଖଣ୍ଡିକରେ ପଲିଥିନ ପକାଇ ତାହାରି ତଳେ ଆଶ୍ରୟ ନେଇଛନ୍ତି।

ଡୁମରଙ୍କ କାହାଣୀ ଅତି ହୃଦୟ ବିଦାରକ।

୬୨ବର୍ଷରେ ଡୁମର, ୬୧ବର୍ଷରେ ବୁଧାଇଙ୍କୁ ବାର୍ଦ୍ଧକ୍ୟ ଭତ୍ତା, ପିଡିଏସ୍ ଚାଉଳ କିମ୍ବା ପକ୍କାଘର ବି ମିଳିନି।

ବାରମ୍ବାର ୱାର୍ଡସର୍ଭ୍ୟ, ଗାଁର କୁଜିନେତା, ସରପଂଚ, ଇ-ସହଜକେନ୍ଦ୍ରରେ ବାରମ୍ବାର ଆବେଦନ କରି ନିରାଶ ହୋଇପଡିଛନ୍ତି ଉଭୟ।

ଡୁମର ଓ ବୁଧାଇ କୃଷି ଶ୍ରମିକ ଭାବେ ଗାଁରେ  କାମ ଧନ୍ଦା କରି ବୟସର ସାୟାହ୍ନରେ ବଂଚିବା ପାଇଁ ସଂଘର୍ଷ କରୁଛନ୍ତି।

ସେମାନେ ବହୁ ବର୍ଷ ହେଲା ଏମିତି ଅବସ୍ଥାରେ ଅଛନ୍ତି।

Advertisment ବାତ୍ୟାରେ କୁଲି ମଜୁରୀ କରି ଟଙ୍କା ଜମା କରି  ଘରେ ଆଗାମୀ ଦିନ ପାଇଁ ରଖିଥିବା ଧାନ, ଚାଉଳ, ମାଣ୍ଡିଆ ସହ ପିନ୍ଧିବାକୁ ଥିବା ଲୁଗା ବି  ନଷ୍ଟ କରିଦେଇଛି।ଏଥିକିରେ ଡୁମରଙ୍କ ଦୁଃଖସରିନି, ବନ୍ୟାଜଳ ଗାଁରେ ପସିବା ସମୟରେ ଜୀବନ ବଂଚାଇବାକୁ ଯାଉଥିବା ବେଳେ ଚୁଲିରେ ଲାଗିଥିବା ନିଆଁରେ ଗୋଟିଏ ଗୋଡ ପଡିଯାଇଛି।

ଏବେ ଏହି ଗୋଡରେ ଡୁମର ଚାଳିବୁଲି ପାରୁ ନାହାନ୍ତି।

ଗୋଡଟି ଧୀରେଧୀରେ ପୋଚିଯାଇଛି।

ଏପରିକି ଡାକ୍ତରଖାନାକୁ ନେବା ପାଇଁ ଅଟୋଭଡା ଦେବାକୁ ବି ସେମାନଙ୍କ ନିକଟରେ ଆର୍ଥିକସମ୍ବଳ ନାହିଁ।

ପତ୍ନୀ ବୁଧାଇ ମାଟିରେ ମିଶିଯାଇଥିବା ଘର ଉପରେ ଦିନ ତମାମ ରହି ସ୍ବାମୀଙ୍କ ସେବା ଶ୍ରୁଶୁଶାରେ ସମୟ କାଟୁଛନ୍ତି।

ବାତ୍ୟା ଏହି ଦୁଃଖୀ ବୃଦ୍ଧ ଦମ୍ପତିଙ୍କ ଅଣ୍ଟା ଭାଙ୍ଗିଦେଇଛି।

କେଉଁଟି ରହିବେ , କଣ ଖାଇବେ, ଆଗାମୀ ଦିନ କିଭଳି ବଂଚିବେ ଚିନ୍ତାରେ ଡୁମର ଓବୁଧାଇ।

ସରକାରଙ୍କ ବହୁ ଯୋଜନା ଥିଲେ ସୁଦ୍ଧା ଗରିବ ଲୋକଟିଏ କିଭଳି ଦୁର୍ବିସହ ଜୀବନ ବିତାଉଛି, ତାହାର ନଗ୍ନଚିତ୍ର।

ସେହିପରି ଆଉ ଏକ ଗରିବ ବୃଦ୍ଧ ପରିବାର ନିଳାମ୍ବର ଗୌଡ ଓ ହସାଇ ଗୌଡଙ୍କ ଘର ଆର୍ଣ୍ଣବ ବାତ୍ୟା ଧୋଇ ନେଇଛି।

ଏହି ପରିବାର ଝାଟିମାଟିର ଘରେ ରହୁଛନ୍ତି।

ଦିନରେ ସୂର୍ଯ୍ୟ, ରାତିରେ ଚନ୍ଦ୍ରଙ୍କୁ ଦେଖି  ତାରାକୁ ଗଣି ଗଣି ଦିନ କାଟୁଛନ୍ତି।

ଏକାସ୍ଥାନରେ ରୋଷଇ ସହ ରହୁଛନ୍ତି ନିଳାମ୍ବର।

ସେମାନେ ସିନ୍ଦୂର ପୋଛିବାକୁ ଆସିଥିଲେ, ଆମେ ସେମାନଙ୍କୁ ମାଟିରେ ମିଶାଇଦେଲୁ- ପ୍ରଧାନମନ୍ତ୍ରୀ ମୋଦୀ ଦିନ ମଜୁରିଆ ଭାବେ ଚଳୁଥିବା ଦଶମୁ ଗୌଡ, ରୁକ୍ମିଣୀ ଭତ୍ରା, ନରହରି ଭତ୍ରା, ସମାରିଭତ୍ରା, ସନମତି ଭତ୍ରା, ଗୋବିନ୍ଦ ଗୌଡଙ୍କ ଘର ମାଟିରେ ମିଶିଯାଇଛି।

ପିଲାଙ୍କ ସହ ଏମାନଙ୍କର ଦେହ ବାତ୍ୟା ପର ଠାରୁ ଥଣ୍ଡା ଜ୍ବର ଛାଡୁ ନଥିବାରୁ କାମ ଧନ୍ଦା କରିବାକୁ ବି ଯାଇ ପାରୁନାହାନ୍ତି।

ଆମ୍ବଦଲାରେ ୩୦୦ଘରେ ୧୫୦୦ଲୋକ ବସବାସ କରୁଛନ୍ତି।

ଗାଁକୁ ସଂଯୋଗ କରୁଥିବା ବଡମସିଗାଁ ରାସ୍ତା ଧୋଇ ଯାଇଛି।

ଗାଁରେ ଥିବା ଉଚ୍ଚପ୍ରାଥମିକ ବିଦ୍ୟାଳୟ ମଧ୍ୟକୁ ବି ବନ୍ୟଜଳ ପଶି ଚାଉଳ, କାଗଜପତ୍ର ଆଦି ନଷ୍ଟ ହୋଇଥିଲା।

ଗାଁରେ ୩୦ଟି ଘର, ୨୫ଟିରୋଷଇଶାଳ, ୨୩ଟି ଗୋରୁଶାଳ ମାଟିରେ ମିଶିଛି।

ଗାଁର ଦୁଇ ପାର୍ଶ୍ବରେ ଥିବା ଇନ୍ଦ୍ରାବତୀ ଓ ତୁରିନଦୀର ପାଣି ପଶିବା ଫଳରେ ଧାନ, ଆଖୁଓ ମକା ପସଲ ବି ବ୍ୟାପକ ନଷ୍ଟ ହୋଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।