କେସିଙ୍ଗାରେ ଲଘୁଚାପ ବର୍ଷା-ପବନର ତାଣ୍ଡବ: ଗଛ ଭାଙ୍ଗି ତାର ଛିଣ୍ଡିଲା, ବିଦ୍ୟୁତ ସେବା ଠପ୍
କେସିଙ୍ଗା,୨୪।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ପରଲସିଙ୍ଗା ଗ୍ରାମରେ ବିଦ୍ୟୁତ ସେବା ବ୍ୟାହତ ହୋଇଛି । ଜମିର ହିଡ ଉପରେ ଥିବା ଗଛ ଲଘୁଚାପ ଜନିତ ବର୍ଷା ଓ ପବନରେ ଭାଙ୍ଗି ୧୧ହଜାର କେଭି ତାର ଓ ଖମ୍ବ ଉପରେ ପଡି ଯାଇଛି । ଯାହା ଫଳରେ ପରଲସିଙ୍ଗା, ମାଲପଡା, ଜୁରକାଭାଡ଼ି, ବାହାଦୂର ପିଟା, ନୂଆପଡା, ସୌରା ପଦର ଆଦି ଗ୍ରାମରେ ବିଦ୍ୟୁତ ସେବା ଦୀର୍ଘ ୫ଘଣ୍ଟା ହେଲା ବ୍ୟାହତ ରହିଛି ।
ସେହିପରି ସୌରାପଦର ଗ୍ରାମରେ ମଧ୍ୟ ବର୍ଷା ଓ ପବନରେ ଗଛ ଭାଙ୍ଗି ଯାଇ ବିଦ୍ୟୁତ ଖମ୍ବ ଉପରେ ପଡି ଯାଇ ଥିବା ବିଦ୍ୟୁତ କର୍ମଚାରୀମାନେ କହିଛନ୍ତି । ଏନେଇ ବିଦ୍ୟୁତ ବିଭାଗର କର୍ମଚାରୀଙ୍କୁ ପଚାରିବାରୁ ବର୍ଷା ଲାଗି ରହୁଛି, ବର୍ଷା କମି ଗଲେ ରାତି ସୁଦ୍ଧା ଲାଇନ ଚାର୍ଜ କରାଯିବ ବୋଲି କହିଛନ୍ତି ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।