Nilagiri Bus Accident: ନୀଳଗିରିରେ ବଙ୍ଗୀୟ ପର୍ଯ୍ୟଟକଙ୍କ ବସ୍‌ ଓଲଟିଲା: ୩୦ରୁ ଅଧିକ ଗୁରୁତର, ଉଦ୍ଧାର କାର୍ଯ୍ୟ ଜାରି

Sep 19, 2026 - 17:02
Nilagiri Bus Accident: ନୀଳଗିରିରେ ବଙ୍ଗୀୟ ପର୍ଯ୍ୟଟକଙ୍କ ବସ୍‌ ଓଲଟିଲା: ୩୦ରୁ ଅଧିକ ଗୁରୁତର, ଉଦ୍ଧାର କାର୍ଯ୍ୟ ଜାରି

"ନୀଳଗିରି: ମୟୂରଭଞ୍ଜ ଜିଲ୍ଲା ଉଦଳା ନିକଟସ୍ଥ ଦେବକୁଣ୍ଡରୁ ବାଲେଶ୍ୱର ଜିଲ୍ଲା ନୀଳଗିରିର ପଞ୍ଚଲିଙ୍ଗେଶ୍ୱର ଶୈବପୀଠ ବୁଲିବାକୁ ଆସିଥିବା ଏକ ପର୍ଯ୍ୟଟକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି।

ଏଥିରେ ୩୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି।

Advertisment Accident: ଅଧାରେ ରହିଗଲା ହରିଶଙ୍କରଙ୍କ ଦର୍ଶନ; ପର୍ଯ୍ୟଟକଙ୍କ ବସ୍‌ ଦୁର୍ଘଟଣାଗ୍ରସ୍ତ; ୫ମୃତ, ୧୫ଗୁରୁତର ସୂଚନାନୁସାରେ, ଉକ୍ତ ବସ୍‌ରେ ୬୦ରୁ ଅଧିକ ବଙ୍ଗୀୟ ପର୍ଯ୍ୟଟକ ଓଡ଼ିଶାର ପର୍ଯ୍ୟଟନସ୍ଥାନ ବୁଲିବାକୁ ଆସିଥିଲେ।

ଉଦଳା-ନୀଳଗିରି ପୂର୍ତ୍ତ ରାସ୍ତାର, ଛତ୍ରପୁର ନିକଟସ୍ଥ ଭୁଡ଼ୁରୁବଣି ଠାରେ ଏହି ଯାତ୍ରୀବାହୀ ବସ ଭାରସାମ୍ୟ ହରାଇ ରାସ୍ତା କଡ଼ ନୟନଜୋରିକୁ ଓଲଟି ପଡ଼ିଛି।

ଫଳରେ ବସିଥିବା ୬୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୦ ରୁ ଅଧିକ ପର୍ଯ୍ୟଟକ ଗୁରୁତର ହୋଇଛନ୍ତି।

Bus Accident Binika ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ; ୧୮ ଆହତ, ୩ ଗୁରୁତର ବୁର୍ଲା ସ୍ଥାନାନ୍ତର ଖବରପାଇ ବରହମପୁର ପୁଲିସ, ନୀଳଗିରିରୁ ଅଗ୍ନିଶମଦଳ ଏବଂ ସ୍ଥାନୀୟ ଲୋକ ମିଳିତ ଭାବେ ସେମାନଙ୍କୁ ଉଦ୍ଧାର କରି ବରହମପୁର ଡାକ୍ତରଖାନା ସ୍ଥାନାନ୍ତର କରିଛନ୍ତି।

ଗୁରୁତରମାନଙ୍କୁ ବାଲେଶ୍ୱର ଫକୀରମୋହନ ମେଡ଼ିକାଲ କଲେଜ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଓଲଟି ଯାଇଥିବା ବସ୍ ତଳେ କିଛି ଯାତ୍ରୀ ଫସି ରହିଥିବା ଅନୁମାନ କରାଯାଉଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।