NIT Rourkela: ଏକାଠିହେଲେ ଏନ୍‌ଆଇଟି- ଟି’ ବୋର୍ଡ- ଇସ୍ରୋ

Sep 06, 2026 - 08:14
NIT Rourkela: ଏକାଠିହେଲେ ଏନ୍‌ଆଇଟି- ଟି’ ବୋର୍ଡ- ଇସ୍ରୋ

"ରାଉରକେଲା (ଦେବବ୍ରତ ଗଡ଼ତିଆ): ଭାରତୀୟ ଚା" ଉଦ୍ୟୋଗକୁ ଅଧିକ ସମୃଦ୍ଧ ଓ ପ୍ରଯୁକ୍ତିଭିତ୍ତିକ କରିବା ପାଇଁ ଭାରତୀୟ ଚା" ବୋର୍ଡ୍‌, ଇସ୍ରୋର ନ୍ୟାସନାଲ୍ ରିମୋଟ୍ ସେନ୍ସିଂ ସେଣ୍ଟର୍‌ (ଏନ୍‌ଆର୍‌ଏସ୍‌ସି) ଓ ଓଡ଼ିଶାର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍‌ଆଇଟି) ଏକାଠି ହୋଇଛନ୍ତି।

ଏହି ତିନି ସଂସ୍ଥାର ମିଳିତ ସହଯୋଗରେ ଚା" ବଗିଚାର ସଠିକ୍ ତଦାରଖ ଓ ସୁପରିଚାଳନା ପାଇଁ ଏକ ଅତ୍ୟାଧୁନିକ କୁତ୍ରିମ ବୁଦ୍ଧିମତା (ଏଆଇ) ଓ ମେସିନ୍ ଲର୍ଣ୍ଣିଂ ଭିତ୍ତିକ ପ୍ରଣାଳୀ ବିକଶିତ କରାଯିବ।

ଏହି ବୃହତ ଗବେଷଣା ପ୍ରକଳ୍ପର ନାମ "ଛାୟାଙ୍କନ" ରଖାଯାଇଛି, ଯାହା ସମ୍ପୂର୍ଣ୍ଣ ଭାବେ ଚା" ପ୍ଲାଣ୍ଟେସନର ଜିଓସ୍ପାସିଆଲ୍ ଡାଟା ଆନାଲିଟିକ୍ସ ଉପରେ କାର୍ଯ୍ୟ କରିବ।

ଏହି ସ୍ମାର୍ଟ୍‌ ବ୍ୟବସ୍ଥା ଚା" ଚାଷ କ୍ଷେତ୍ରରେ ବିପ୍ଲବ ଆଣିବ।Advertisment ଏହି ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପ ୨୦୨୯ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଚାଲିବ।

ଏହାକୁ ଆସାମ, ପଶ୍ଚିମବଙ୍ଗ ଓ ଦକ୍ଷିଣ ଭାରତ ରାଜ୍ୟର ପ୍ରମୁଖ ଚା" ଉତ୍ପାଦନକାରୀ ଅଞ୍ଚଳରେ ବ୍ୟାପକ ଭାବେ କାର୍ଯ୍ୟକାରୀ କରାଯିବାର ଯୋଜନା ରହିଛି।

ଏହି ପ୍ରକଳ୍ପ ଅଧୀନରେ ଇସ୍ରୋର ସାଟେଲାଇଟ୍ ଓ ଡ୍ରୋନ୍ (ୟୁଏଭି) ମାଧ୍ୟମରେ ହାଇପର୍‌ସ୍ପେକ୍ଟ୍ରାଲ୍ ଓ ଅପ୍ଟିକାଲ୍ ରିମୋଟ୍ ସେନ୍ସିଂ ତଥ୍ୟ ସଂଗ୍ରହ କରାଯିବ।

ଏହି ହାଇଟେକ୍ ଚିତ୍ରଗୁଡ଼ିକ ସହିତ କ୍ଷେତ୍ରସ୍ତରର ବାସ୍ତବ ସ୍ଥିତି, ସ୍ଥାନୀୟ ପାଣିପାଗର ପୂର୍ବାନୁମାନ ତଥା କୀଟପତଙ୍ଗ ସମ୍ବନ୍ଧୀୟ କୀଟତତ୍ତ୍ୱ ତଥ୍ୟକୁ ଏକତ୍ର କରାଯିବ।

ଏହି ସମସ୍ତ ତଥ୍ୟକୁ ଆଧାର କରି ଏଆଇ ଆଲଗୋରିଦମ ପ୍ରସ୍ତୁତ କରାଯିବ, ଯାହା ସ୍ୱୟଂଚାଳିତ ଭାବେ ଚା" ବଗିଚାଗୁଡ଼ିକର ମାପଚୁପ କରିବା ସହ ଗଛଗୁଡ଼ିକରେ ଦେଖାଯାଉଥିବା ଜୈବିକ ଓ ଅଜୈବିକ ଚାପକୁ ପ୍ରାରମ୍ଭିକ ପର୍ଯ୍ୟାୟରୁ ଚିହ୍ନଟ କରିପାରିବ।

Rourkela NIT: ନିଯୁକ୍ତି କ୍ଷେତ୍ରରେ ଏନ୍‌ଆଇଟି ଛାତ୍ରଛାତ୍ରୀଙ୍କ ନୂଆ ରେକର୍ଡ୍‌; ୧,୩୪୦ ଜଣଙ୍କୁ ଚାକିରି ଏତଦ୍‌ବ୍ୟତୀତ ଏହି ପ୍ରଯୁକ୍ତିବିଦ୍ୟା ଦ୍ୱାରା ଚା" ବଗିଚାକୁ ନଷ୍ଟ କରୁଥିବା ମାରାତ୍ମକ ରୋଗ ଓ କୀଟପତଙ୍ଗର ଆକ୍ରମଣ ବିଷୟରେ ବହୁ ପୂର୍ବରୁ ସତର୍କ ସୂଚନା ମିଳିପାରିବ, ଯାହାଫଳରେ ଚାଷୀମାନେ ଉପଯୁକ୍ତ ସମୟରେ ପ୍ରତିକାର କରିପାରିବେ।

ଡ୍ରୋନ୍‌ଭିତ୍ତିକ ସୂଚକାଙ୍କ ସାହାଯ୍ୟରେ ସବୁଜ ଚା" ପତ୍ରର ସଠିକ୍ ଅମଳ ଏବଂ ଉତ୍ପାଦନ ପରିମାଣ ମଧ୍ୟ ଆଗୁଆ ଆକଳନ କରାଯାଇପାରିବ।

ପ୍ରକଳ୍ପର ସଫଳ ରୂପାୟନ ପାଇଁ ଚା" ବୋର୍ଡ ନିଜର ପ୍ରଶାସନିକ କାର୍ଯ୍ୟାଳୟ ଜରିଆରେ ବୈଷୟିକ ସହାୟତା ଓ ପ୍ରତ୍ୟକ୍ଷ ସୂଚନା ଯୋଗାଇବ।

ଏହି ମିଳିତ ପ୍ରୟାସ ଚା" ଶିଳ୍ପର ଉତ୍ପାଦନ ବଢ଼ାଇବା ସହ ଏକ ବିଶାଳ ତଥ୍ୟ ଭଣ୍ଡାର ସୃଷ୍ଟି କରିବ, ଯାହା ଭବିଷ୍ୟତରେ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନୀତି ନିର୍ଦ୍ଧାରଣରେ ବେଶ୍‌ ସହାୟକ ହେବ।

ଏଭଳି ଏକ ଜାତୀୟସ୍ତରର ପ୍ରକଳ୍ପରେ ମୁଖ୍ୟ ପ୍ରଯୁକ୍ତିବିଦ୍ୟା ସହଯୋଗୀ ହୋଇ ଏନ୍‌ଆଇଟି ପୁଣି ଏକ ମାଇଲଖୁଣ୍ଟ ସୃଷ୍ଟି କରିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।