Odia Diwali Traditions: ଆଜି ଆଲୋକର ପର୍ବ ଦୀପାବଳି, ଚାରିଆଡେ ଉତ୍ସବର ଆସର

Nov 08, 2026 - 09:34
Odia Diwali Traditions: ଆଜି ଆଲୋକର ପର୍ବ ଦୀପାବଳି, ଚାରିଆଡେ ଉତ୍ସବର ଆସର

ଆଜି ଆଲୋକର ପର୍ବ ଦୀପାବଳି।

ଚାରିଆଡେ ଉତ୍ସବର ଆସର।

ପାରମ୍ପରିକ ରୀତିନୀତି ଏବଂ ପିତୃପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର ଅନନ୍ୟ ଏହି ପର୍ବ।

ବଡ଼ବଡ଼ୁଆଙ୍କୁ ଆବାହନ କରିଥାନ୍ତି ଓଡ଼ିଶାବାସୀ।

ଦୀପାବଳି ସନ୍ଧ୍ୟାରେ ଓଡ଼ିଶାର ଘରେ ଘରେ ଏକ ସ୍ୱତନ୍ତ୍ର ପରମ୍ପରା ଦେଖିବାକୁ ମିଳେ।ପରିବାରର ସଦସ୍ୟମାନେ କାଉଁରିଆ କାଠି ବିଡ଼ାକୁ ଜଳାଇ ଆକାଶ଼କୁ ଦେଖାଇ ପିତୃପୁରୁଷକୁ ଡାକିଥାନ୍ତି।

Advertisment ଉଚ୍ଚାରଣ କରିଥାନ୍ତି, ବଡ଼ବଡ଼ୁଆ ହେ, ଅନ୍ଧାରରେ ଆସ ଆଲୋକରେ ଯାଅ।

ବାଇଶି ପାହାଚେ ଗଡ଼ଗଡ଼ାଉ ଥାଅ।

ଏମିତି ଡାକିବାର ଅର୍ଥ, ପିତୃପୁରୁଷମାନେ ଅନ୍ଧାର ରାତିରେ ଆସି ଆଲୋକିତ ପଥରେ ସ୍ୱର୍ଗକୁ ଫେରିଯାନ୍ତୁ ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ବାଇଶି ପାହାଚରେ ସଦଗତି ପ୍ରାପ୍ତ କରନ୍ତୁ।

ଆଜି ଘରେ ଲକ୍ଷ୍ମୀ, ଗଣେଶ ଓ ଦେବୀ କାଳୀଙ୍କୁ ପୂଜା କରିବାର ପରମ୍ପରା ରହିଛି।

ଘରଦ୍ୱାର ସଫା କରି ଦୀପ ଓ ଆକାଶଦୀପ ଜଳାଯାଏ।

ବିଭିନ୍ନ ରଙ୍ଗର ବାଣ ଫୁଟାଇ ପିଠା ପଣା ପ୍ରସ୍ତୁତ କରି ଖୁସିର ସହ ଉତ୍ସବ ପାଳନ କରିବାର ଏ ପରମ୍ପରା।

ଶ୍ରୀକ୍ଷେତ୍ର ପୁରୀରେ ଦୀପାବଳି ଅବସରରେ ମହାପ୍ରଭୁ ଜଗନ୍ନାଥଙ୍କ ପୀଠରେ ବଡ଼ବଡ଼ୁଆ ଡାକ ଏବଂ ମହାଦୀପ ପ୍ରଜ୍ଜ୍ୱଳନ ପରମ୍ପରା ରହିଛି।

ଏଥିଲାଗି ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ।

Advertisment ଶ୍ରୀମନ୍ଦିର ପବିତ୍ର ବାଇଶି ପାହାଚ ଉପରେ ହଜାର ହଜାର ଲୋକ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଏବଂ ପିଣ୍ଡଦାନ କରନ୍ତି।

ସନ୍ଧ୍ୟା ସମୟରେ ସିଂହଦ୍ୱାର ସମ୍ମୁଖରେ କାଉଁରିଆ କାଠି ଜଳାଇ ପିତୃପୁରୁଷଙ୍କୁ ଆବାହନ କରାଯାଏ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।