Odisha Assembly: ବିଧାନସଭାରେ ସରକାର ମାନିଲେ, ରାଜ୍ୟରେ ଦରଦାମ ବଢ଼ିଛି

Sep 23, 2026 - 19:58
Odisha Assembly: ବିଧାନସଭାରେ ସରକାର ମାନିଲେ, ରାଜ୍ୟରେ ଦରଦାମ ବଢ଼ିଛି

"ଭୁବନେଶ୍ବର:  ରାଜ୍ୟରେ ବିଭିନ୍ନ ଖାଦ୍ୟସାମଗ୍ରୀ ଓ ପରିବା ଦର ବୃଦ୍ଧି ହୋଇଥିବା ସରକାର ବିଧାନସଭାରେ ସ୍ବୀକାର କରିଛନ୍ତି।

ତେବେ ଏଥିପାଇଁ ଜଳବାୟୁ ପରିବର୍ତ୍ତନ, ଜାତୀୟ ଓ ଅନ୍ତର୍ଜାତୀୟ ଘଟଣାବଳୀକୁ ଦାୟୀ କରିଛନ୍ତି।

Advertisment Food prices have become cheaper: ଖାଦ୍ୟ ଥାଳି ଶସ୍ତା ହେଲା: ନିରାମିଷ ୧୭%, ଆମିଷ ୧୨% କମିଲା ବିରୋଧୀ ଦଳର ବିଧାୟକଙ୍କ ପ୍ରଶ୍ନର ଉତ୍ତର‌ରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଦେଇଥିବା ଉତ୍ତରରେ ଦର୍ଶାଯାଇଛି, ଏହି ଦର ବୃଦ୍ଧି ଏକ ସର୍ବଭାରତୀୟ ଘଟଣା।

ଡାଲି, ଖାଇବା ତେଲ ଓ ପିଆଜ ଦରରେ ସାମାନ୍ୟ ବୃଦ୍ଧି ହୋଇଛି।

କଳାବଜାରୀ ଓ ମୁନାଫାଖୋର ବ୍ୟବସାୟୀଙ୍କ ବିରୋଧରେ ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଉଛି।

ପ୍ରତିକୂଳ ପାଗ ତଥା ପରିବା ଉତ୍ପାଦନ ପେଣ୍ଠ ସ୍ଥଳରେ ବନ୍ୟା ପରିସ୍ଥିତି ଯୋଗୁଁ ଫସଲ କ୍ଷତି ହେବାରୁ ପନିପରିବାର ଦରଦାମ ବୃଦ୍ଧି ହୋଇଛି।

ସର୍ବଭାରତୀୟ ହାରାହାରି ଦର ତୁଳନାରେ ଓଡ଼ିଶାରେ ହରଡ଼ ଡାଲି ଦର ୩.୧୩%, ମୁଗ ୪.୧୫%, ବୁଟ ଡାଲି ୩.୯୦%, ବିରି ୧.୭୫% ଓ ଆଳୁର ଦର ୩୧.୮୭% କମ୍‌ ରହିଛି।

ଅନ୍ୟପକ୍ଷରେ ଜାତୀୟ ହାର ତୁଳନାରେ ରାଜ୍ୟରେ ଖାଇବା ତେଲ ଦର ହାରାହାରି ୨.୫-୩%, ପିଆଜ ୪.୯୬% ଓ ଚିନିର ଦରରେ ୦.୪୮% ବୃଦ୍ଧି ହୋଇଛି।

Sweet sales down 40%: ମିଠା ବିକ୍ରି ୪୦% କମିଲା: ଚିନି ଦରବୃଦ୍ଧି, ଭେଜାଲ ଛେନା ଉପରେ ଚଢ଼ଉ ପ୍ରଭାବ ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ନିୟନ୍ତ୍ରଣ ପାଇଁ ପ୍ରମୁଖ ବଜାରମାନଙ୍କରେ ପ୍ରଚଳିତ ଅତ୍ୟାବଶ୍ୟକ ସାମଗ୍ରୀର ଦର ଅନୁଧ୍ୟାନ କରାଯାଉଛି।

ରାଜ୍ୟର ମିଲର, ପାଇକରୀ, ଖୁଚୁରା ବ୍ୟବସାୟୀ ଡାଲି ଓ ଚିନିର ଗଚ୍ଛିତ ପରିମାଣ ସରକାରଙ୍କ ଦ୍ବାରା ଦିଆଯାଇଥିବା ପୋର୍ଟାଲରେ ଘୋଷଣା କରୁଛନ୍ତି।

ତାହାକୁ ବିଭାଗର କ୍ଷେତ୍ର କର୍ମଚାରୀଙ୍କ ଦ୍ବାରା ତଦାରଖ କରାଯାଉଛି।

ପିଆଜର ମୂଲ୍ୟବୃଦ୍ଧିକୁ ଦୃଷ୍ଟିରେ ରଖି ନାଫେଡ୍‌ ଓ ଏନ୍‌ସିସିଏଫ୍‌ ମାଧ୍ୟମରେ ବିଭିନ୍ନ ସ୍ଥାନରେ ଭ୍ରାମ୍ୟମାଣ ଗାଡ଼ି ଦ୍ବାରା କେ.ଜି ପିଛା ୩୫ ଟଙ୍କା ହିସାବରେ ଖାଉଟିଙ୍କୁ ପିଆଜ ଯୋଗାଇ ଦିଆଯାଉଛି।

ଅର୍ଥନୈତିକ ସର୍ଭେ ୨୦୨୪: ସେବା କ୍ଷେତ୍ରରେ ସର୍ବାଧିକ ନିଯୁକ୍ତି ସୃଷ୍ଟି, ଖାଦ୍ୟ ଦରଦାମ୍ ବୃଦ୍ଧି ଯୋଗୁ ବିଶ୍ୱବ୍ୟାପୀ ଆହ୍ବାନ ଯୋଗାଣ ବିଭାଗ ତଥା ବିପ୍ପଣୀ ଗୁପ୍ତବାର୍ତ୍ତା ଶାଖାର କ୍ଷେତ୍ର କର୍ମଚାରୀଙ୍କ ଦ୍ବାରା ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାରୀ ରୋକିବା ପାଇଁ ନିୟମିତ ଯାଞ୍ଚ କରାଯାଉଛି।

ଖାଉଟିମାନେ ଯେପରି ସୁଲଭ ମୂଲ୍ୟରେ ଜିନିଷ ପାଇପାରିବେ ତାହାକୁ ନିଶ୍ଚିତ କରାଯାଉଛି।

ବିଧାୟକ ଧ୍ରୁବଚରଣ ସାହୁ, ପ୍ରକାଶ ସୋରେନ୍‌ ପ୍ରମୁଖ ଏସଂପର୍କିତ ପ୍ରଶ୍ନ କରିଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।