Odisha Government Regularizes Junior Teachers: କନିଷ୍ଠ ଶିକ୍ଷକଙ୍କୁ ପୂଜା ଭେଟ, ନିୟମିତ ହେଲେ ୨୦୨୩-୨୪ ବ୍ୟାଚ୍

Oct 01, 2026 - 19:52
Odisha Government Regularizes Junior Teachers: କନିଷ୍ଠ ଶିକ୍ଷକଙ୍କୁ ପୂଜା ଭେଟ, ନିୟମିତ ହେଲେ ୨୦୨୩-୨୪ ବ୍ୟାଚ୍

କନିଷ୍ଠ ଶିକ୍ଷକଙ୍କ ପାଇଁ ଖୁସି ଖବର। ନିୟମିତ ହେଲେ ୨୦୨୩-୨୪ ଶିକ୍ଷାବର୍ଷରେ ନିୟୋଜିତ କନିଷ୍ଠ ଶିକ୍ଷକ। କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କୁ ନିୟମିତ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ, ୨୦୨୩-୨୪ ବର୍ଷରେ ନିଯୁକ୍ତ ହୋଇଥିବା କନିଷ୍ଠ ଶିକ୍ଷକଙ୍କୁ ଏଲିମେଣ୍ଟାରୀ କ୍ୟାଡରର ଲେଭଲ୍-୫(A)ରେ ସହକାରୀ ଶିକ୍ଷକ ଭାବେ ନିୟମିତ ଘୋଷଣା କରାଯାଇଛି। 

ଫଳରେ ଦୀର୍ଘଦିନ ଧରି ନିୟମିତ ହେବାକୁ ଅପେକ୍ଷା କରିଥିବା ଶିକ୍ଷକଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି। କେବଳ ନିୟମିତ ଘୋଷଣା ନୁହେଁ, ପିଛିଲା ଭାବେ ମଧ୍ୟ ମିଳିବ ନିୟମିତ ଦରମା। ୨୦୨୬ ଜାନୁଆରୀ ୧ ତାରିଖରୁ ଏହି ନିୟମିତ ଦରମା ପାଇବେ କନିଷ୍ଠ ଶିକ୍ଷକ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।