Odisha Intensifies Cyclone Preparedness: ବାତ୍ୟା ଅର୍ଣ୍ଣବ ମୁକାବିଲା ପାଇଁ ସରକାରଙ୍କ ମାଇକ୍ରୋ ପ୍ଲାନିଂ, ସଜାଗ NDRF ଓ ଓଡ୍ରାଫ

Oct 26, 2026 - 21:09
Odisha Intensifies Cyclone Preparedness: ବାତ୍ୟା ଅର୍ଣ୍ଣବ ମୁକାବିଲା ପାଇଁ ସରକାରଙ୍କ ମାଇକ୍ରୋ ପ୍ଲାନିଂ, ସଜାଗ NDRF ଓ ଓଡ୍ରାଫ

ସାଇକ୍ଲୋନ୍ ଅର୍ଣ୍ଣବର ସଫଳ ମୁକାବିଲା, ଜିରୋ କାଜୁଆଲିଟି।

ଏହି ଲକ୍ଷ୍ୟ ନେଇ ସରକାରଙ୍କ ଜୋରଦାର ପ୍ରସ୍ତୁତି।

ଆଜି ଓଡ଼ିଶା, ଆନ୍ଧ୍ର, ତେଲେଙ୍ଗାନା ଓ ପୁଡୁଚେରୀ ସହ କେନ୍ଦ୍ର କ୍ୟାବିନେଟ୍ ସଚିବ କରିଛନ୍ତି ଗୁରୁତ୍ବପୂର୍ଣ୍ଣ ବୈଠକ।

ବାତ୍ୟା ପାଇଁ କଣ, କଣ ପ୍ରସ୍ତୁତି ହୋଇଛି, କେନ୍ଦ୍ର ଠାରୁ କଣ ଆବଶ୍ୟକ, ସବୁ ବୁଝିଛନ୍ତି ସଚିବ।

ସବୁ ପ୍ରକାର ସହାୟତା ଯୋଗାଇଦେବାକୁ ମିଳିଛି ପ୍ରତିଶ୍ରୁତି।

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି, ସବୁ ଜିଲ୍ଲାପାଳମାନଙ୍କୁ ଆଲର୍ଟରେ ରଖାଯାଇଛି।

ପ୍ରଭାବିତ ହେବାକୁ ଥିବା ଜିଲ୍ଲାକୁ ବରିଷ୍ଠ ଅଧିକାରୀଙ୍କୁ ପଠାଯାଇଛି।

୮ଟି NDRF ଟିମ୍, ୪୦ଟି ଓଡ୍ରାଫ ଟିମ ପ୍ରସ୍ତୁତ ରହିଛି।

ଆବଶ୍ୟକ ହେଲେ କେନ୍ଦ୍ର ଆଉ NDRF ଟିମ୍ ଯୋଗାଇଦେବ।

ବିଦ୍ୟୁତ୍, ଜଳ ସଂପଦ ବିଭାଗକୁ ସଜାଗ ରହିବାକୁ ଦିଆଯାଇଛି ନିର୍ଦ୍ଦେଶ।

ଛତିଶଗଡ଼ରେ ଅଧିକ ବର୍ଷା ହେଲେ ଓଡ଼ିଶାରେ କେମିତି ସେହି ପାଣିର ପରିଚାଳନା କରାଯିବ, ତାଉପରେ ରହିଛି ନଜର।

ଛତିଶଗଡ ସରକାରଙ୍କ ସହ ଯୋଗାଯୋଗରେ ଅଛନ୍ତି ସ୍ବତନ୍ତ୍ର ଟିମ।

୧୩୫ଟି ସ୍ଥାୟୀ ଓ ୧୬ଶହରୁ ଅଧିକ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଛି।

Advertisment ଯଦିଓ ବାତ୍ୟା ଆନ୍ଧ୍ରରେ ମାଡ ହେବ, ତାର ବଡ଼ ପ୍ରଭାବ ଓଡ଼ିଶାରେ ବି ପଡିବ।

ପ୍ରାୟ ସବୁ ଜିଲ୍ଲାରେ ବର୍ଷା ହେବା ସହ ଅଧିକ ପ୍ରଭାବିତ ହୋଇପାରେ ଦକ୍ଷିଣ ଓଡ଼ିଶାର ୫ ଜିଲ୍ଲା।

ତେଣୁ ମୁକାବିଲା ପାଇଁ ସରକାର ବ୍ୟାପକ ପ୍ରସ୍ତୁତି କରିଛନ୍ତି।

ରାଜସ୍ବ ମନ୍ତ୍ରୀ କହିଛନ୍ତି, ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି।

କିଛି ଜିଲ୍ଲାରେ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଗଲାଣି।

ଏଥିରେ ପ୍ରଶାସନକୁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ମନ୍ତ୍ରୀ।

ବାତ୍ୟାରେ ଅଧିକ ପ୍ରଭାବିତ ହୋଇପାରେ ମାଲକାନଗିରି।

ତେଣୁ ମୁକାବିଲା ପାଇଁ ଅଣ୍ଟା ଭିଡ଼ିସାରିଛି ପ୍ରଶାସନ।

ପ୍ରଭାବିତ ଆଶଙ୍କା ଥିବା ଅଞ୍ଚଳ ଉପରେ ରଖାଯାଇଛି ତୀକ୍ଷ୍ଣ ନଜର।

ତୁରନ୍ତ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ ରହିଛି NDRF ଟିମ୍।

ଅଗ୍ନିଶମ ବାହୀନି ବି ପ୍ରସ୍ତୁତ।

Advertisment ଭୂସ୍ଖଳନ ଆଶଙ୍କା ଥିବା ୫ରୁ ୬ଟି ସ୍ଥାନ ଚିହ୍ନଟ ହୋଇଥିବା ବେଳେ ଉଦ୍ଧାର କାର୍ଯ୍ୟ ପାଇଁ ତୟାର, ହାଇଡ୍ରୋଲିକ୍ ଏକ୍ସକାଭେଟର ଏବଂ ଜେସିବି।

ସେପଟେ ଆବଶ୍ୟକ ପଡ଼ିଲେ ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ନିଆଯିବ।

ରାୟଗଡ଼ାରେ ବି ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି।

୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ସହ ସଜାଗ ୩ଟି ଓଡ୍ରାଫ୍, ଗୋଟିଏ NDRF, ୧୧ଟି ଅଗ୍ନିଶମ ଟିମ୍ ଓ ୩ଟି ସ୍ପିଡ୍ ବୋଟ୍।

ଜିଲ୍ଲାର ଚିହ୍ନଟ ହୋଇଥିବା ୧୧ଟି ଭୂସ୍ଖଳନ ପ୍ରବଣ ସ୍ଥାନରେ ଅବରୋଧ ହଟାଇବାକୁ ଜେସିବି ପ୍ରସ୍ତୁତ ରଖାଯାଇଛି।

ସେହିପରି ୧୩୧ଟି ଅସ୍ଥାୟୀ ଆଶ୍ରୟସ୍ଥଳ, ଗର୍ଭବତୀଙ୍କ ସୁରକ୍ଷା ସହ ସ୍ୱାସ୍ଥ୍ୟସେବା ଓ ବିଦ୍ୟୁତ୍ ବିଭାଗକୁ ମଧ୍ୟ ସଜାଗ ରଖାଯାଇଛି।

୨୭ ଓ ୨୮ ତାରିଖରେ ଅତି ଜରୁରୀ କାମ ନଥିଲେ ଘରୁ ବାହାରିବାକୁ ବାରଣ କରିଛନ୍ତି ଜିଲ୍ଲାପାଳ।

ନବରଙ୍ଗପୁରରେ ବାତ୍ୟା ଓ ପ୍ରବଳ ବର୍ଷା ଯୋଗୁଁ ଯେକୌଣସି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ୧୦୦ରୁ ଅଧିକ ଅଗ୍ନିଶମ କର୍ମଚାରୀ।

ଉଦ୍ଧାର କାର୍ଯ୍ୟରେ ଆବଶ୍ୟକ ଯନ୍ତ୍ରପାତି ସହ ତୟାର ୧୨ଟି ଟିମ୍।

ଗଞ୍ଜାମ ଭଞ୍ଜନଗରରେ ସବୁ ପ୍ରତିକୂଳ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ପ୍ରଶାସନ।

କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି।

ଅବରୋଧ ହଟାଇବା ସହ ରେସକ୍ୟୁ ଅପରେସନ ପାଇଁ ପ୍ରସ୍ତୁତ ରହିଛନ୍ତି ଅଗ୍ନିଶମ୍ ଟିମ୍।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।