Odisha tourism: ‘୨୧-ରାତ୍ରୀର ପର୍ଯ୍ୟଟନ ସ୍ଥଳ ହେଉ ଓଡ଼ିଶା’
"ଭୁବନେଶ୍ବର: ଓଡ଼ିଶାକୁ ଦୁଇ କିମ୍ବା ତିନି ରାତିର ପର୍ଯ୍ୟଟନ ଗନ୍ତବ୍ୟ ଭାବେ ସୀମିତ ନରଖି ୨୧ ରାତି ରହିବା ଭଳି ପର୍ଯ୍ୟଟନ ଗନ୍ତବ୍ୟ ଭାବେ ବିକଶିତ କରିବାକୁ ଓଡ଼ିଶା ହୋଟେଲ୍ ଓ ରେସ୍ତୋରାଁ ସଂଘ (ଏଚ୍ଆର୍ଏଓ) ଅଧ୍ୟକ୍ଷ ଡ.
ଜେ କେ ମହାନ୍ତି କହିଛନ୍ତି।
ଏଥିପାଇଁ ରାଜ୍ୟର ବିବିଧ ପର୍ଯ୍ୟଟନ ସମ୍ପଦକୁ ଏକାଠି କରି ପେସାଦାର ଢଙ୍ଗରେ ପ୍ୟାକେଜ୍ କରିବା ସହ ଯୋଗାଯୋଗ ବ୍ୟବସ୍ଥା, ହୋଟେଲ ଓ ଅନ୍ୟାନ୍ୟ ଭିତ୍ତିଭୂମିର ବିକାଶ ଆବଶ୍ୟକ ରହିଛି ବୋଲି ସପ୍ତମ ଓଡ଼ିଶା ଟ୍ରାଭେଲ ବଜାର ୨୦୨୬କୁ ସମ୍ବୋଧିତ କରି ସେ କହିଥିଲେ।ସେ କହିଲେ, ଓଡ଼ିଶାରେ ଦୀର୍ଘ ସମୟ ଧରି ପର୍ଯ୍ୟଟକଙ୍କୁ ରଖିବା ପାଇଁ ଆବଶ୍ୟକ ପ୍ରାୟ ସବୁ ସମ୍ପଦ ରହିଛି।
Advertisment ପୁରୀର ଜଗନ୍ନାଥ ସଂସ୍କୃତି, ଭୁବନେଶ୍ବର-କୋଣାର୍କର ଐତିହ୍ୟ, ରତ୍ନଗିରି-ଲଳିତଗିରି-ଉଦୟଗିରି-ଧଉଳି-ଜିରାଙ୍ଗର ବୌଦ୍ଧ ପର୍ଯ୍ୟଟନ, ଦକ୍ଷିଣ ଓଡ଼ିଶାର ଆଦିବାସୀ ଅଞ୍ଚଳ, ସମୁଦ୍ରତଟ, ଚିଲିକା, ବନ୍ୟଜନ୍ତୁ ଓ ଇକୋ-ଟୁରିଜମ୍ ଏହାର ପ୍ରମୁଖ ଆକର୍ଷଣ।
ଏହା ସହ ହସ୍ତତନ୍ତ, ହସ୍ତଶିଳ୍ପ, ଓଡ଼ିଆ ଖାଦ୍ୟ, ନୃତ୍ୟ ଓ ସ୍ଥାନୀୟ ସଂସ୍କୃତିକୁ ଯୋଡ଼ି ନୂଆ ପର୍ଯ୍ୟଟନ ପ୍ୟାକେଜ୍ ପ୍ରସ୍ତୁତ କରାଯାଇପାରିବ।
Tourism: ବିଶ୍ୱ ପର୍ଯ୍ୟଟନ ଦିବସରେ ଜାଣନ୍ତୁ, କେଉଁ ଫିଲ୍ମ କେଉଁ ସ୍ଥାନକୁ କରିଛି ଲୋକପ୍ରିୟ ଏହି ଅବସରରେ ସେ ରାଜ୍ୟରେ ପ୍ରାୟ ୧୫,୦୦୦ ନୂଆ ହୋଟେଲ କୋଠରି ଯୋଡ଼ିବା ପାଇଁ ସରକାରଙ୍କ ପଦକ୍ଷେପକୁ ସେ ସ୍ବାଗତ କରିଥିଲେ।
ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ସହ ଅଧିକ ଦିନର ରହଣି, ମାଇସ୍ ପର୍ଯ୍ୟଟନ, ଡେଷ୍ଟିନେସନ୍ ୱେଡିଂ ଓ ବିଦେଶୀ ପର୍ଯ୍ୟଟକ ଦଳ ପାଇଁ ଅଧିକ ରହଣି ବ୍ୟବସ୍ଥା ଜରୁରୀ ବୋଲି ସେ କହିଥିଲେ।
ସିଧାସଳଖ ଅନ୍ତର୍ଜାତୀୟ ବିମାନ ସଂଯୋଗ ପାଇଁ ପଦକ୍ଷେପ ନେବାକୁ ସେ ଆହ୍ବାନ ଦେଇଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।