Pakistan LPG Gas Crisis: ପାକିସ୍ତାନରେ ହାହାକାର! ୭ ହଜାର ଟପିଲା LPG ସିଲିଣ୍ଡର ଦାମ୍, ଚୁଲି ଜଳିବା ହେଲା ମୁସ୍କିଲ୍
ପାକିସ୍ତାନକୁ ବର୍ବାଦ କରିଦେଲା ଇରାନ୍।
୭ ହଜାର ଟପିଲା ଗ୍ୟାସ୍ ସିଲିଣ୍ଡର ଦାମ୍।
ଘରେ ଜଳୁନି ଚୁଲି, ରୋଜଗାର ବି ଠପ୍ !
କାଙ୍ଗାଳ ପାକିସ୍ତାନର ଦୁଃଖ ଯେମିତି ସରିବାର ନାଁ ଧରୁନି ।
ପୂର୍ବରୁ ମାନ୍ଦାବସ୍ଥା ଓ ଋଣ ବୋଝରେ ଚାପି ହୋଇଥିବା ପାକିସ୍ତାନରେ ପଡିଛି ମହାସଙ୍କଟ ।
ଏଥର ପାକିସ୍ତାନକୁ ପାନେ ଦେଇଛି ଇରାନ୍ ।
ଦୁଇ ଦେଶ ମଧ୍ୟରେ ଥିବା ବର୍ଡର କ୍ରସିଂକୁ ଇରାନ୍ ବନ୍ଦ କରିଦେଇଛି ।
ଯାହାଫଳରେ ଆଉ ପାକିସ୍ତାନକୁ ଆସିପାରୁନି ଏଲପିଜି ଗ୍ୟାସ୍ ।
ଇରାନ ସୀମାରେ ପାକିସ୍ତାନର ଶହ ଶହ ଏଲପିଜି ବୋଝେଇ ଟ୍ୟାଙ୍କର୍ ଅଟକି ରହିଛି ।
ଆଉ ଯାହାର ସିଧାସଳଖ ପ୍ରଭାବ ପଡିଛି ପାକିସ୍ତାନୀଙ୍କ ଖାଦ୍ୟ ଥାଳିରେ ।
Advertisment ପାକିସ୍ତାନରେ ୧୨ କିଲୋଗ୍ରାମ ସିଲିଣ୍ଡର ଦାମ୍ ୭ ହଜାର ଟଙ୍କା ଟପିଛି ।
ଭୋକିଲା ପେଟରେ ଶୋଉଛନ୍ତି ଗରିବ ଦିନମଜୁରିଆ ।
ଅନେକ ପରିବାରରେ ଦିନକୁ ତିନି ଓଳି ବଦଳରେ କେବଳ ଦୁଇ ଓଳିର ଖାଦ୍ୟ ରନ୍ଧା ହେଉଛି ।
ଲୋକେ ଗ୍ୟାସ୍ ଛାଡି ଜାଳେନି କାଠ ଓ କୋଇଲାରେ ରୋଷେଇ କରିବାକୁ ବାଧ୍ୟ ହେଉଛନ୍ତି ।
ବିଶେଷକରି ଲାହୋର ସହରର ଅବସ୍ଥା ସବୁଠୁ ଅଧିକ ସଙ୍ଗୀନ ।
ଯେଉଁଠି ହଜାର ହଜାର ଅଟୋ ରିକ୍ସା ଗ୍ୟାସ୍ରେ ହିଁ ଚାଲେ ।
ଗ୍ୟାସ୍ ଦର ଆକାଶଛୁଆଁ ହେବା ଯୋଗୁଁ ରିକ୍ସା ଚାଳକଙ୍କ ରୋଜଗାର ଠପ୍ ହୋଇଯାଇଛି ।
ଅକ୍ଟୋବର ୧୭ ତାରିଖରୁ ଇରାନ ଓ ପାକିସ୍ତାନ ମଧ୍ୟରେ ଥିବା ଗବ୍ଦ-ରିମ୍ଦାନ୍ ଓ ତାଫ୍ତାନ୍ ସୀମା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିଛି ।
ପାକିସ୍ତାନ ପୂର୍ବରୁ ଇରାନରୁ ଦୈନିକ ୭୦୦୦ ମେଟ୍ରିକ ଟନ୍ LPG ଆମଦାନୀ କରୁଥିଲା, ଯାହା ଏବେ ସମ୍ପୂର୍ଣ୍ଣ ବନ୍ଦ ।
ସୀମା ବନ୍ଦ ପଛରେ ଇରାନ୍ ଟେକ୍ନିକାଲ୍ ସମସ୍ୟାର ବାହାନା ଦେଉଥିବା ବେଳେ ସୁରକ୍ଷା ଓ ଚୋରା ଚାଲାଣ ଦୃଷ୍ଟିରୁ ସୀମା ବନ୍ଦ କରାଯାଇଥିବା ପାକିସ୍ତାନ କହିଛି ।
ହେଲେ ବାସ୍ତବରେ ଏହା ପଛରେ ପାକିସ୍ତାନ ଓ ଇରାନ ମଧ୍ୟରେ ତିକ୍ତତା ଥିବା କଥା ଚର୍ଚ୍ଚା ହେଉଛି ।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।